April 30, 2026

ପ୍ରାକୃତିକ ବିପର୍ଯୟ ନେଇ ଟେବୁକ ଟପ ଏକ୍ସର ସାଇଜ଼ ସାରିବା ପରେ କାଶୀନଗର ବ୍ଲକ ର ତିନୋଟି ସ୍ଥାନ ଖାଣ୍ଡବ, ପାର୍ତ୍ତଡା ଓ ଭୂପତି ଲକ୍ଷ୍ମୀ ପୂର ଗ୍ରାମ ମାନଙ୍କ ରେ ମକ ଡ୍ରିଲ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20240619-WA0015
Share

କାଶୀନଗର
ତା 19/6/24
ପ୍ରାକୃତିକ ବିପର୍ଯୟ ନେଇ ଟେବୁକ ଟପ ଏକ୍ସର ସାଇଜ଼ ସାରିବା ପରେ କାଶୀନଗର ବ୍ଲକ ର ତିନୋଟି ସ୍ଥାନ ଖାଣ୍ଡବ, ପାର୍ତ୍ତଡା ଓ ଭୂପତି ଲକ୍ଷ୍ମୀ ପୂର ଗ୍ରାମ ମାନଙ୍କ ରେ ମକ ଡ୍ରିଲ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି. ମକ ଡ୍ରିଲ ହେଉଛି ଏକ ଅଭ୍ୟାସ ଯାହା ବିପର୍ଯୟ ପୂର୍ବରୁ, ସମୟରେ ଓ ପରେ ବିଭିନ୍ନ ଉଦ୍ଧାର, ସହଯୋଗ ଓ ଥଇଥାନ ର ପ୍ରସ୍ତୁତି ଓ ବ୍ୟବହାର କରୁଥିବା ଯନ୍ତ୍ରପତି ଗୁଡିକ ର ସ୍ଥିତି ଓ ମରାମତି ସମ୍ପର୍କରେ ବ୍ୟବସ୍ତା ହୋଇଥାଏ.
ଏହି ପ୍ରକୃତିକ ବିପର୍ଯୟ ସମୟରେ ଯେଉଁ ସବୁ ବିପଦ ଆସିବ ସେସବୁ କୁ ଆମେ ସମ୍ମୁଖୀନ ହୋଇ ମୁକାବିଲା କରିବା ପାଇଁ ପାରଳାଖେମୁଣ୍ଡି, ଗୁମ୍ମା ଓ କାଶୀନଗର ଅଗ୍ନିଶମ ବିଭାଗ ର କର୍ମଚାରୀ ଓ ବିଭାଗୀୟ ଅଧିକାରୀ ମାନେ କୌଶଳ ମାନ ପ୍ରଦର୍ଶନ କରି ଉପସ୍ଥିତ ଥିବା ଗ୍ରାମବାସୀ, ଅଙ୍ଗନାୱାଡି କର୍ମୀ, ଆଶା କର୍ମୀ, ଏସ ଏଚ ଜି ମହିଳା ଓ ମିଶନ ଶକ୍ତି ଗ୍ରୁପ ର ମହିଳା ମାନଙ୍କ ସମ୍ମୁଖରେ ବୁଝାଇ ଥିଲେ. ଖଣ୍ଡାବା ଠାରେ କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦମ୍ବୁରୁ ଧର ମଲ୍ଲିକ ଙ୍କ ଯୋଗ ଦାନରେ କାଶୀନଗର ଅଗ୍ନିଶମ ଅଧିକାରୀ କେ.ଦଣ୍ଡ ବାବୁ ଓ ତାଙ୍କ ସହକର୍ମୀ ମାନେ କୌଶଳ ମାନ ପ୍ରଦର୍ଶନ କରିଥିଲେ. ସେହି ପାରି ଭୂପତି ଲକ୍ଷ୍ମୀପୂର ଗ୍ରାମ ରେ ସ୍ଥାନୀୟ ତହସିଲଦାର ଅଶୋକ କୁମାର ପ୍ରଧାନ ଙ୍କ ଉପସ୍ଥିତି ରେ ପାରଳାଖେମୁଣ୍ଡି ଠାରୁ ଆସିଥିବା ଅଗ୍ନିଶମ ଅଧିକାରୀ ମୁଖ୍ୟ ଅଗ୍ନିକ ମାଗୁଣି ବେହେରା ଙ୍କ ସହ ତାଙ୍କ ସହକର୍ମୀ ମାନେ କୌଶଳ ମାନ ଶିଖାଇ ଥିଲେ. ପାର୍ତ୍ତଡା ଠାରେ ସ୍ଥାନୀୟ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗବତ ସାହୁ ଙ୍କ ଉପସ୍ଥିତି ରେ ଗୁମ୍ମା ବ୍ଲକ ରୁ ଆସିଥିବା ଅଗ୍ନିଶମ ବିଭାଗ ଅଧିକାରୀ କୁମାର କୁନା ଦଳେଇଙ୍କ ସହ ତାଙ୍କ ସହ କର୍ମଚାରୀ ମାନେ କୌଶଳ ମାନ ପ୍ରଦର୍ଶନ କରିଥିଲେ. ଏହି ସମୟରେ ତିନୋଟି ସ୍ଥାନରେ ଥିବା ଜେନେରେଟର, ବିଭିନ୍ନ ଆସବାବ ପାତ୍ର, ରୋଷେଇ ସାମଗ୍ରୀ ପ୍ରଭୃତି ଅଧିକାରୀ ମାନଙ୍କ ଦ୍ୱାରା ଯାଞ୍ଚ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ପି ଓ ସନ୍ତୋଷ ବହାଦୁର, ପଞ୍ଚାୟତ ସରପଞ୍ଚ, ବ୍ଲକ ଭାରପ୍ରାପ୍ତ ପ୍ରକଳ୍ପ ଅଧିକାରୀ ଜଗନ କୁମାର ବାରିକ ପ୍ରମୁଖ ଯୋଗଦାନ କରିଥିଲେ.

ଗଜପତି ଜିଲ୍ଲା କାଶୀନଗର ରୁ ଆନନ୍ଦ ପାତ୍ର ରିପୋର୍ଟର

You may have missed