September 29, 2024
Share

 

ଭୁବନେଶ୍ୱର,୧୪।୬(ବ୍ୟୁରୋ ଚିପ୍ ଅଜିତ୍ ଦାଶ): ଆସନ୍ତା ୧୮ ଓ ୧୯ ତାରିଖରେ ନବନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିବେ। ସେହିପରି ୨୦ ତାରିଖରେ ବାଚସ୍ପତି ନିର୍ବାଚନ କରାଯିବ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଧାନସଭାର ବରିଷ୍ଠ ସଦସ୍ୟ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କାମଚଳା ବାଚସ୍ପତି(ପ୍ରୋ ଟେମ୍‌ ସ୍ପିକର) କରାଯାଇଛି। ସେ ୮ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ଶୁକ୍ରବାର କାମଚଳା ବାଚସ୍ପତି ଶପଥ ନେବେ। ବିଧାନସଭା ସଚିବାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଚଳିତ ନିର୍ବାଚନରେ ଭାଜପାର ୭୮ ଜଣ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ବିଜେଡିର ୫୧, କଂଗ୍ରେସର ୧୪, ସିପିଆଇ(ଏମ୍‌) ୧ ଓ ସ୍ବାଧୀନ ଭାବେ ୩ ଜଣ ବିଜୟୀ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୧୦୮ ଜଣ ନୂତନ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରୋ ଟେମ୍‌ ସ୍ପିକର ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ।

ଅନ୍ୟପକ୍ଷରେ ଶପଥ ଗ୍ରହଣ ତାରିଖ ଘୋଷଣା ହୋଇଥିବା ବେଳେ ନୂଆ ବାଚସ୍ପତି କିଏ ହେବେ ସେ ନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ନାହିଁ। ତେବେ ପୂର୍ବତନ ମନ୍ତ୍ରୀ ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁ ନେଇ ଚର୍ଚ୍ଚା ହେଉଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଏ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ।