September 29, 2024

ମୁନା ଖ।ନ ଙ୍କ ଉମରକୋଟ ବ୍ଲକ ଗସ୍ତ, ଜନ ଜାଗୃତି ମିଶନ ପକ୍ଷରୁ ପରିବେଶ ସଚେତନ ଶିବିର ଅନୁଷ୍ଠିତ……….

Share

 

ଉମରକୋଟ -(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଖ।ଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଓ ପୁର ଠାରେ ଜନ ଜାଗୃତି ମିଶନ ପକ୍ଷରୁ ଏକ ବିରାଟ ପରିବେଶ ସଚେତନ ଶିବିର ଆଜି ଅନୁଷ୍ଠିତ ହେଇଥିଲା।ଏହି ଶିବିରରେ ମୂଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ମୁନା ଖ।ନ ଯୋଗଦେଇ ସମ୍ପ୍ରତି ଜଙ୍ଗଲ ନଷ୍ଟ ଯୋଗୁ ତାପ ମାତ୍ରା ବୃଦ୍ଧି ପାଇବା ମୁଖ୍ୟ କାରଣ ବୋଲି କହିବା ସହ ଏହାର ନିରାକରଣ କରିବାକୁ ହେଲେ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବାକୁ ପଡିବ ବୋଲି ଆହ୍ଵାନ ଦେବା ସହ ଅଂଚଳରେ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବାରେ ଜନ ଜାଗୃତି ମିଶନର କାର୍ଯ୍ୟକ୍ରମକୁ ଭୂୟସି ପ୍ରଶଂସା କରି ଥିଲେ ସାଂସଦ। ଜନ ଜାଗୃତି ମିଶନ ର ମୁଖ୍ୟ କ।ଜାମ ମ।ଦ।ନି ନିଜ ଅଭିଭାଷଣ ରେ ସ୍ୱଚ୍ଛ ଭାରତ, ଚେଙ୍କ ବିରୋଧୀ ଅଭିଯାନ, ରକ୍ତ ଦାନ ଶିବିର ଆୟୋଜନ କରିବାରେ ମିଶନ ମୁଖ୍ୟ ଭୂମିକା ଗ୍ରହଣ କରୁଛି ବୋଲି କହିବା ସହ ଏହି ସମସ୍ତ ସଚେତନ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି କହିଥିଲେ। ଆଜି ମିଶନ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଥିଲା। ଏହି କାର୍ଯ୍ୟକ୍ରମ ଟି ପର୍ଶୁ ଭତ୍ର। ଙ୍କ ଦ୍ୱାର ଅନୁଷ୍ଠିତ ହେଇ ଥିଲା। ଅନୁଷ୍ଠିତ ସଭାରେ ସରକାରି ଓକିଲ ସୁଧାଂଶୁ ସାଧୁ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜନ ଜାଗୃତି ମିଶନର ମୁଖ୍ୟ କlଜମ ମ।ଦାନି, ବରିଷ୍ଠ ସରକାରୀ ଓକିଲ ଶ୍ରୀନିବାସ ପଟ୍ଟନାୟକ, ଧନି ରାମ ଗଣ୍ଡ, ତୁଲl ର।ମ ଭତ୍ର।,ଦ।ମ ସlନ୍ତ୍l, ଲlଲୁ, ସlନ୍ତ୍l, ଆଶାରାମ ସlନ୍ତl, ଲାଇବନ୍ ମାଝି ପ୍ରମୂଖ ଯୋଗ ଦେଇ ପରିବେଶ କୁ ସୁରକ୍ଷା କିପରି କରା ଯାଇପାରିବ ତା ଉପରେ ଭାଷଣରେ କହିଥିଲେ। ପରେ ସାଂସଦ ମୁନା ଖ।ନ ଙ୍କ ନିଜସ୍ୱ ପାଣ୍ଠି ରେ ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଇ ଥିବ। କୁଇ ସମlଜ ଗୃହ ଓ ଦେଓ ପୂର ଗ୍ରାମ ର ପୁଜାରୀ ସାହି ରାସ୍ତା ଯାହା କି ୩ ଲକ୍ଷ ଟଙ୍କା ରେ ନିର୍ମାଣ ହେଇ ଥିଲା ଏହାର ଉଦଘାଟନ ମଧ୍ୟ କରି ଥିଲେ ରାଜ୍ୟସଭା ସାଂସଦ ମୁନା ଖ।ନ। ସାଂସଦ ମୁନା ଖ।ନ ଦେଓ ପୁର ଠାରେ ପହଞ୍ଚିବ ପରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା।ଶତାଧିକ ମହିଳା ଓ ପୁରୁଷ ଆଦିବାସୀ ପାରମ୍ପାରିକ ରୀତି ନୀତି ଅନୁସାରେ ସଭା ସ୍ଥଳକୁ ପ।ଛଟି ନେଇ ଥିଲେ।