September 29, 2024

ଗଣଶିକ୍ଷା ମନ୍ତ୍ରୀ ଙ୍କୁ ଉମରକୋଟ ଠାରେ ଅଭୁଦ ପୁର୍ବ ସମ୍ବର୍ଦ୍ଧନା ଉମରକୋଟ ଠାରେ ଭୁ ବନ୍ଧବସ୍ତ ଓ ସବ ଡିଭିଜନ କରାଯିବ – ନିତ୍ୟ। ନନ୍ଦ ଗଣ୍ଡ……….

Share

ଉମରକୋଟ:-(ଏମ.ଦିନା°ଶୁ ଆଚାରୀ) ଉମରକୋଟ ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷା ବିଭାଗ ର କେବିନେଟ
ମନ୍ତ୍ରୀ ନିତ୍ୟ। ନନ୍ଦ ଗଣ୍ଡ ଙ୍କୁ ଆଜି ଉମରକୋଟ ଠାରେ ଅଦ୍ଭୂତ ପୁର୍ବ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଛି। ମନ୍ତ୍ରୀ ହେବା ପରେ ଆଜି ପ୍ରଥମ ଥର ପାଇଁ ଉମରକୋଟ ଗସ୍ତ କରିଥିଲେ। ଡି.ଏନ୍.କେ. ଛକ ଠାରୁ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଓ ସଧାରଣ ଜନତା ଙ୍କ ପକ୍ଷରୁ ଫୁଲ ତୋଡା ଓ ମାଳ ଦେଈ ସ୍ବାଗତ କରା ଯାଇଥିଲା। ମନ୍ତ୍ରୀ ଏକ ଖୋଲା ଗାଡି ରେ ଠିଆ ହେଇ ଲୋକକୁ ନମସ୍କାର ଓ ଅଭିବାଦନ ଜ୍ଞାପନ କରି ଥିଲେ। ଶୋଭାଯାତ୍ରା ଟି ସହର ପରିକ୍ରମା କରି ଥିଲା। ଘୁମୁର। ନାଚ ଓ ଡିଜେ ବାଜା ରେ ପ୍ରକମ୍ପିତ ଉଠିଥିଲା ଉମରକୋଟ ସହର। ବିଜେପି କର୍ମୀ ମାନେ ଏପରି ବାଣ ଫୁଟାଇ ଥିଲେ ଯେ ଲାଗୁଥିଲା ଯେମିତି ଆଜି ଦୀପାବଳୀ ପର୍ବ ପାଳନ ହେଇଛି। କର୍ମୀ ଓ ସଧାରଣ ଜନତା ପକ୍ଷ ରୁ ରାସ୍ତା ରେ ଯେତିକି ଲୋକ ଥିଲେ ସେମାନଙ୍କୁ ମିଷ୍ଠାନ ବଣ୍ଟନ କରା ଯାଇଥିଲା। ଉମରକୋଟ ସହର ରେ ଭୁ ବନ୍ଦବସ୍ତ ଓ ସବ ଡିଭିଜନ କରିବା ମୋର ପ୍ରାଥମିକତା ହେବ ବୋଲି କହିବା ସହ ଉମରକୋଟରେ ବ୍ଲଡ଼ ବ୍ୟାଙ୍କ, ବାଇ ପାସ ରାସ୍ତା କାର୍ଯ୍ୟ କୁ ଶୀଘ୍ର ତ୍ଵରାନିତ କରାଯିବ ବୋଲି କହିବା ସହ ରେଳ ରାସ୍ତା ପାଈଁ ଜମି ଅଧିଗ୍ରହଣ, ଇଥନାଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଯେଉଁ ସବୁ ପ୍ରତି ବନ୍ଧକ ରହିଛି ସେ ବିଷୟରେ ଜିଲ୍ଲା ପ୍ରଶାସନ ସହ ଆଜି ଆଲୋଚନା କରିଛି ବୋଲି ମନ୍ତ୍ରୀ କହି ଥିଲେ। ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ଭାବରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର କରାଯିବ ଓ ମନ୍ତ୍ତ୍ବତି ପଦ କୁ ମୁ ଚାଲେଞ୍ଜ ଭାବେ ଗ୍ରହଣ କରିଛି ବୋଲି ନିତ୍ୟ। ନନ୍ଦ ଗଣ୍ଡ କହିଛନ୍ତି। ମନ୍ତ୍ରୀ ଙ୍କ ସହ ରାଜ୍ଯ ବିଜେପି ସଂପାଦକ ରମେଶ ଚନ୍ଦ୍ର ସାହୁ ଓ ବରିଷ୍ଠ ଆଇନଜୀବି ଅଶୋକ ପାଢୀ ମଧ୍ୟ ଉପସ୍ଥିତ ଥିଲେ।