September 29, 2024

ଡାକ୍ତର ଙ୍କ ସନ୍ଦେହ କାଶୀପୁର ଅଂଚଳ ରେ ଡିପ୍ ଥେରିଆ ହୋଇଥିବା

Share

ରାୟଗଡା :କାଶୀପୁର ବ୍ଲକ ଡ଼ଙ୍ଗାଶୀଳ ପଂଚାୟତ ର ମୁନୁଷପଦାର ଗାଁ ରେ ଅଜଣା ରୋଗରେ ମୃତ୍ୟୁ ବରଣ କରିଥିବା ଘଟଣା ଉଦବେଗଜନକ ସ୍ଥିତି ରେ ରହିଥିବା ଦେଖିବାକୁ ମିଳୁଛି l ରୋଗ ନିୟନ୍ତ୍ରଣ କୁ ଆସୁ ମ ଥିବା ରୁ ଲୋକଙ୍କ ମନରେ ଚିନ୍ତା ବଢ଼ିବାରେ ଲାଗିଛି l ସ୍ୱାସ୍ଥ୍ୟ ବିଭାଗ ଏ କ ଟିମ ସେହି ଅଞ୍ଚଳ ଗସ୍ତ କରି ଏକ କ୍ୟାମ୍ପ କରି ପ୍ରତ୍ୟକ ଲୋକଙ୍କୁ ସ୍କ୍ରିନିଙ୍ଗ କରୁଥିବା ସୂଚନା ମିଳିଛି l ମୃତକ ମାନେ ଡିପ୍ ଥେରିଆ ରୋଗରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସନ୍ଦେହ କରିଛନ୍ତି l ମୃତ 5 ଜଣ ଙ୍କ ମଧ୍ୟରୁ 4ଜଣ ଗାଁ ରେ ମୃତ୍ୟୁବରଣ କରିଥିବା ବେଳେ 5 ମୃତକ ଙ୍କ ନମୁନା ରୁ ତାହା ଡିପ୍ ଥେରିଆ ବୋଲି ସ୍ପଷ୍ଟ ହୋଇଥିବା କୁହାଯାଉଛି l ଶନିବାର ଦିନ ସି ଡି ଏମ ଓ ଲାଲମୋହନ ରାଉତରାୟ ଙ୍କ ନେତୃତ୍ୱ ରେ ସ୍ୱାସ୍ଥ୍ୟ ବିଭାଗ ଏ ଏକ ଟିମ ମୁନୁଷପଦର ଗାଁ କୁ ଗସ୍ତ କରିଥିଲେ l ଆକ୍ରାନ୍ତ ଙ୍କୁ କିପରି ସେବା ଯୋଗାଇଦିଆଯାଉଛି ତାହା ଅନୁଧ୍ୟାନ କରିଥିଲେ l ଜ଼ିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଜ଼ିଲ୍ଲା ରେ ସ୍ୱାସ୍ଥ୍ୟ ବିଭାଗ ର ସମସ୍ତ କର୍ମଚାରୀ ଙ୍କ ଛୁଟି ବାତିଲ କରିଛନ୍ତି l ସମଗ୍ର କାଶୀପୁର ବ୍ଲକ ଉପରେ ପ୍ରସାଶନ ତୀକ୍ଷଣ ନଜ଼ର ରଖିବା ସହିତ ହାଇଆଲର୍ଟ ଜାରି ହୋଇଥିବା ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି l ଗତକାଲି ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାଶୀପୁର ଘଟଣା ଉପରେ ତୀକ୍ଷଣ ନଜ଼ର ରଖିବା ପାଇଁ ଜ଼ିଲ୍ଲା ପ୍ରସାଶନ ଓ ସ୍ୱାସ୍ଥ୍ୟ ବିଭାଗ କୁ ନିର୍ଦେଶ ଦେଇଛନ୍ତି l. ଜ଼ିଲ୍ଲା ର ସମସ୍ତ ଦୁର୍ଗମ ଗାଁ କୁ ସ୍ୱାସ୍ଥ୍ୟ ବିଭାଗ ର କ୍ଷେତ୍ର କର୍ମଚାରୀ ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ସଂଗ୍ରହ ପାଇଁ ନିର୍ଦେଶ ଦେଇଛନ୍ତି ଜ଼ିଲ୍ଲାପାଳ l ଏଥିରେ ଖିଲାପ କରିଲେ ଦୃଢ଼ କାର୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶ ରହିଛି l ଅନ୍ୟ ପଟେ ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଖରେ ଡିପ୍ ଥେରିଆ ଇଞ୍ଜେକ୍ସନ ଣ ଥିବାରୁ ଚିନ୍ତା ବାଡ଼ିଚାଲିଛି l
ରାୟଗଡା ରୁ ଅମୁଲ୍ୟ ନିଷଙ୍କ ଙ୍କ ରିପୋର୍ଟ