April 29, 2026

ମାତୃନିବାସରେ ସରପଞ୍ଚ୍ ଙ୍କ ଜନ୍ମ ଦିନ ପାଳନ

IMG-20240615-WA0023
Share


ସମ୍ବଲପୁର :ଫୁଲଝରଣ ମାତୃ ନିବାସ ଠାରେ କବରାପାଲି ସରପଞ୍ଚ୍ ଅନ୍ତର୍ଜାମୀ ପ୍ରଧାନଙ୍କ ଆଜି ଜନ୍ମ ଦିନ ପାଳନ ହୋଇଛି।ପ୍ରାରମ୍ଭରେ ଅନ୍ତେବାସୀ ମାନେ ଦୀପ ଫୁଲ ଚନ୍ଦନ ଦେଇ ବନ୍ଦାଣ କରି ଶତାୟୁ ଆୟୁଷ ପାଇଁ ପ୍ରାର୍ଥନା କରିଥିଲେ।ଏହାପରେ ସରପଞ୍ଚ୍ ଙ୍କ ସହତି ତାଙ୍କ ମାଁ ମଥୁରା ପ୍ରଧାନ ଓ ସହଧର୍ମୀ ପ୍ରଭାସୀନି ପ୍ରଧାନ ଉପସ୍ଥିତ ସମସ୍ତ ଅନ୍ତେବାସୀଙ୍କୁ ଉତ୍ତରିୟ ଦେଇ ସମ୍ବର୍ଦ୍ଧିତ କରିବା ସମସ୍ତଙ୍କୁ ମିଷ୍ଟାନ୍ନ ଓ ପାନୀୟ ଦେଇ ଆପ୍ୟାୟିତ କରିଥିଲେ।
ଏହି ସମୟରେ ମାତୃନିବାସ ପରିଚାଳକ କ୍ଷୀରୋଦ ଚନ୍ଦ୍ର ଓଝା,ସହାୟିକା ପୁଷ୍ପା ଭୋଇ ଓ ସମାଜସେବୀ ଡା.ରାଜାରାମ ଷଡଙ୍ଗୀ ଉପସ୍ଥିତ ଥିଲେ।ଏହି ଅବସରରେ ଏକ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

You may have missed