September 29, 2024

ବଜ୍ରପାତରେ ଚାଷୀଙ୍କ ମୃତ୍ୟୁ

Share

ବେଲଗୁଣ୍ଠା,10/06, ଆକାଶରେ ମୌସୁମୀର ମେଘୂଆ ପାଗକୁ ଦେଖି ଚାଷୀଟିଏ ଖୁସି ହୋଇ ଜମିକୁ ଯାଇଥିଲା କାମ କରିବାକୁ I କିନ୍ତୁ ତାର ସେହି ଖୁସି ବେଶୀ ସମୟ ରହିପାରିନାହିଁ I ପ୍ରଥମ ମୌସୁମୀ ବର୍ଷାରେ ହୋଇଥିବା ବଜ୍ରପାତରେ ଚାଲିଯାଇଛି ଚାଷୀଙ୍କ ଜୀବନ I ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗାଙ୍ଗପୁର ଥାନା,ଆସିକା ବ୍ଲକ ଅନ୍ତର୍ଗତ କଳାସୂତା ଗ୍ରାମରେ I ସୂଚନା ପ୍ରକାରେ କଳାସୁତା ଗ୍ରାମର ପାଣ୍ଡବ ପ୍ରଧାନ (52) ଆଜି ଅପରାହ୍ଣରେ ଜମିକୁ ସାର ପକାଇବା ପାଇଁ ଯାଇଥିଲେ I ସେଠାରେ ସେ ସାର ପକାଉଥିବା ସମୟରେ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ବର୍ଷା ହେବା ସହ ବଜ୍ରପାତ ମଧ୍ୟ ହୋଇଥିଲା I ଏହି ବଜ୍ରପାତରେ ପାଣ୍ଡବ ଜମିରେ ଟଳି ପଡ଼ିଥିବା ଗାଙ୍ଗପୁର ପୋଲିସ୍ ସୂତ୍ରରୁ ପ୍ରକାଶ I ପାଣ୍ଡବ ଜଣେ ଗରୀବ ଚାଷୀ ହୋଇଥିବାରୁ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି I(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)