September 29, 2024

ଓଡିଶା ପାଇଁ ମୁଖ୍ୟମନ୍ତ୍ରୀ ଏକ ଆହ୍ୱାନ—- (ବିଜେପି ପାଇଁ ସମ୍ମାନର ପ୍ରଶ୍ନ)

Share

 

ସମ୍ବଲପୁର( ରାଜା ରାମ ଷଡ଼ଙ୍ଗୀ)ଓଡିଶା ସିଂହାସନରେ ବସିବ କିଏ ? ଚର୍ଚ୍ଚାରେ ବହୁ ନେତା ରହିଥିଲେ ମଧ୍ୟ ଯଦି ଥଇଥାନ ଭଳି ଯଦି ବିଜେପି ନିଷ୍ପତ୍ତି ନିଏ ତେବେ ଭବିଷ୍ୟତରେ ବିଜେପି ପାଇଁ ଏହା ବିପଦର କାରଣ ସାଜିପାରେ ?
ଗଣତନ୍ତ୍ର ରାଷ୍ଟ୍ରରେ କାହାର କିମ୍ବା ଗୋଷ୍ଠୀର ମନୋନୀତ ନେତାଙ୍କୁ ଆଣି ସିଂହାସନରେ ବସାଇବାକୁ ଉଦ୍ୟମ କରାଯାଏ ତେବେ ଏହା ରାଷ୍ଟ୍ର ଗଣତନ୍ତ୍ର ପାଇଁ ଏକ ଶୁଭ ସୁଚନା ହୋଇନପାରେ।ରାଜ୍ୟ ହେଉବା ଦେଶ ବିଧାୟକ ଓ ସାଂସଦ ଏକାଠି ହୋଇ ସେମାନଙ୍କ ନେତା ତିଆରି କରିଥାନ୍ତି। ଏହାହିଁ ସାମ୍ବିଧାନିକ ବ୍ୟବସ୍ଥା।କିନ୍ତୁ ଏଥିରୁ ଓହରି ଯାଇ ଯଦି ବିଧାୟକ ବା ସାଂସଦ ହୋଇନଥିବା ନେତାଙ୍କୁ ଯଦି ମୁଖ୍ୟମନ୍ତ୍ରୀ ଅବା ପ୍ରଧାନମନ୍ତ୍ରୀ ଆସନରେ ଆସିନ କରାଇ ନିଜର ସ୍ୱାର୍ଥ ହାସଲ ପାଇଁ ପ୍ରୟାସ ହୁଏ ତେବେ ଏହା ଏକଛତ୍ରବାଦ ଶାସନ କୁହାଯିବ।ଯାହାକି ଏକ ପାରିବାରିକ ଓ ଗୋଷ୍ଠୀ ଭିତ୍ତିକ ମନୋପଲି ଶାସନ ବୋଲି ସାଧାରଣ ଜନତା ଭାବି ନେବେ। ଓଡିଶା ଭଳି ସ୍ୱାଭିମାନି ଜନତା କେବେ ଚାହିଁବେ ନାହିଁ ବିଧାୟକ ବାହାରୁ କୌଣସି ଜଣେ ବ୍ୟକ୍ତିଙ୍କୁ ଆଣି ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦିଅନ୍ତୁ।
୨୪ ବର୍ଷ ଧରି ବିଜେଡିକୁ କୋଳେଇ ଧରିଥିବା କାରଣରୁ ତୃଣ ମୂଳ ବିଜେପିକୁ ଠିଆ ହେବାକୁ ୨୪ ବର୍ଷ ଲାଗିଲା।ଯଦି ତୃଣମୂଳ ବିଜେପି କର୍ମୀଙ୍କ ସ୍ୱର ଓ ସ୍ୱାକ୍ଷରକୁ ଦିଲ୍ଲୀ ନେତା ଭଲ ଭାବେ ବୁଝି ପାରିଥାନ୍ତେ ତେବେ ନିଜ ନିଜ ଓଡିଶା ଗସ୍ତରେ ଏତେ ପ୍ରଶଂସା କରି ମୁଣ୍ଡରେ ବସାଇନଥାନ୍ତେ।ଏହା ଗଲା ୨ ଭାଇ ଦଳର ଆଭ୍ୟନ୍ତର ଭିତିରି କଥା। କିନ୍ତୁ ବର୍ତ୍ତମାନ ଓଡିଶାରେ ଏଭଳି ଅବସ୍ଥା ଆଉ ନାହିଁ। ସ୍ୱାର୍ଥର ରାଜନିତି ଉପରେ ଆଉ ଓଡିଶା ବିଶେଷକରି ପଶ୍ଚିମାଞ୍ଚଳର କ୍ଷୋଭ ବହୁମାତ୍ରାରେ ରହିଛି।ବ୍ୟକ୍ତିଗତ ଓ ଗୋଷ୍ଠୀ ଭିତ୍ତିକ ରାଜନୀତିରୁ ଉର୍ଦ୍ଧ୍ବକୁ ଉଠି ଯଦି ସାମ୍ଭିଧାନିକ ଵ୍ୟବସ୍ଥା ବାହାରୁ ଥଇଥାନ ବ୍ୟବସ୍ଥାକୁ ଓଡିଶା ଉପରେ ଲଦି ଦିଆଯାଏ ତେବେ ଓଡିଶାରେ ବିଜେପି ମଧ୍ୟ ଫେଲ ମାରିବ।ଲୋକେ ଯେଉଁ ଆଶା ବିଶ୍ୱାସରେ ପରିବର୍ତ୍ତନ ସୂଅରେ ମାତିଥିଲେ ତାହା ସଫଳ ହେବା ପରିବର୍ତ୍ତେ ନିଜ ଦଳ ପାଇଁ ବୁମେରାଂ ବି ହୋଇପାରେ ବୋଲି ପ୍ରଥମରୁ ହିଁ ବିଚାର କରାଯାଉଛି।ନଗର ବା ରାଜନୀତି ବିଜ୍ଞାନ ପାଠ ଠାରୁ ବର୍ତ୍ତମାନ ରାଜନେତା ମାନେ ଯଦି ନିଜର ଆଖି ଫେରାଇ ନିଅନ୍ତି ଓ ବାହାରୁ କାହାକୁ ବସାଇବାକୁ ଚେଷ୍ଟାରେ ରହନ୍ତି ତେବେ ଦଳ ପାଇଁ ତାହା ପ୍ରଥମ ଆତ୍ମଘାତୀ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମହଳରେ ଏକ ଚର୍ଚ୍ଚା ସାଉଁଟିଛି ।
ଏଭଳି ପ୍ରସଙ୍ଗ ଉଠିଛି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାମକୁ ନେଇ।ଯଦି ମୁର୍ମୁଙ୍କ ନାମ ଏହି ତାଲିକାକୁ ଆସୁଛି ଏବେ ପ୍ରଶ୍ନ ଉଠୁଛୁ ପ୍ରମୋଦ କୁମାର ମିଶ୍ର କାହିଁକି ନାହିଁ ? ଉଭୟେ ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସକ।ମୁର୍ମୁଙ୍କ ପରି ପିଏମଓ ପ୍ରମୋଦ ମିଶ୍ର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତି ବିଶ୍ୱନୀୟ।ତେଣୁ ଯଦି ମୁର୍ମୁ ଏହି ତାଲିକାକୁ ଆସୁଛନ୍ତି ମିଶ୍ର କାହିଁକି ନୁହେଁ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ।ତେବେ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କୁ ଷ୍ଟାର ପ୍ରଚାରକ କରି ବିଜେଡି ଜନତା ଆଖିରୁ ଧୋଇ ହୋଇଗଲା ବିଜେପି ଯେ,ଆରମ୍ଭରୁ ଏହା କରି ଓଡିଆ ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ମୁଳରୁହିଁ ବିଜେପି ପ୍ରତି ଲୋକଙ୍କ ବିଶ୍ୱାସକୁ ଜଳାଞ୍ଜଳି ଦେଇନପାରେ।
ଅପର ପକ୍ଷରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ,ଅପରାଜିତା ଷଡଙ୍ଗୀ,ବୈଜୟନ୍ତ ପଣ୍ଡା,ପ୍ରତାପ ଷଡଙ୍ଗୀଙ୍କ ପରି ସାଂସଦଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ନାମକୁ ନେଇ ଚର୍ଚ୍ଚା ହେଉଛି।କେନ୍ଦ୍ରରେ ବିଜେପି ପାଇଁ ଏହି ସବୁ ତୁଙ୍ଗ ନେତା ମାନେ ହେଉଛନ୍ତି ଗୋଟିଏ ଲେଖାଏଁ ଆସେଟ। ତେଣୁ ଏମାନଙ୍କ ମଧ୍ୟରୁ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରାଇ ଏକ ବଡ ରିକ୍ସ ନେବା ମୁଡରେ ନାହିଁ। ପୁଣି ଉପନିର୍ବାଚନ ସପକ୍ଷରେ ମଧ୍ୟ ବିଜେପି ଚାହିଁନପାରେ ।ଏହା ଏକ ଭୁଲ ବାର୍ତ୍ତା ସମାଜକୁ ଯାଇପାରେ ।ତେଣୁ ବିଜେପି ଏଥି ପ୍ରତି ସତର୍କ ରହିଥିବା ସ୍ୱାଭାବିକ ଘଟଣା ।
ଅନ୍ୟ ପକ୍ଷରେ ବିଜେପି ସାମ୍ବିଧାନିକ ବ୍ୟବସ୍ଥା ଉପରେ ବିଶେଷ ଆସ୍ଥା ରଖିବା ଭଲ ହେବ।ବିଧି ବ୍ୟବସ୍ଥାକୁ ନେଇ ଏକ ସଂଖ୍ୟା ଗରିଷ୍ଠ ଦଳ ଭିତରେ ନିର୍ବାଚିତ ବିଧାୟକଙ୍କ ଭିତରେ ମୁଖ୍ୟମନ୍ତ୍ରୀ ଚେହେରାର ଅଭାବ ନାହିଁ ।ଦଳର ବିଧାୟକ ମାନେ ବସି ସେମାନଙ୍କ ମଧ୍ୟରୁ କିଏ ନେତା ହେବ ତାହା ନିର୍ଣ୍ଣୟ କରିପାରିବେ। ତେବେ ବିଜେପି ପ୍ରତି ଜନସାଧାରଣଙ୍କ ଏକ ଆସ୍ଥା ପ୍ରକଟ ହେବ।ଏପରିକି ବିଜେଡି ପକ୍ଷରୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କେହିନଥିବା ଅଭିଯୋଗକୁ ସିଧା ସଳଖ ବିଧି ବ୍ୟବସ୍ଥା ସହିତ ଯୋଡିଦେଇ ବିଜେଡିର ମୁହଁତୋଡକୁ ଭଲ ନୀରବ ଜବାବ ଟିଏ ମିଳି ପାରିବ।ଆଉ ସାଧାରଣ ଜନତାଙ୍କ ମଧ୍ୟ ବଡ ଇଚ୍ଛା ନିର୍ବାଚିତ ବିଧାୟକ ମାନଙ୍କ ଭିତରୁ ହିଁ ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ।ଯାହା ଦେଶ ଓ ଜାତି ପାଇଁ ଏକ ଶୁଭ ଲକ୍ଷଣ ହୋଇପାରିବ।ଅନ୍ୟଥା ବିଚାର,ଥଇଥାନ, ବ୍ୟକ୍ତିଗତ ବିଶ୍ୱାସର ଚାପ ଓ ଲଦିଦେବା ଭଳି ଯଦି କୌଣସି ନିଷ୍ପତ୍ତି ନିଆଯାଏ ତେବେ ଆଗାମୀ ଭବିଷ୍ୟତ ପାଇଁ ବିଜେପିକୁ ଏହା କାଳ ସାଜିପାରେ ବୋଲି ବିଶ୍ଲେଷଣ କରାଯାଇପାରେ।
ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଓ ବିଜେପିର ଆଭିମୂଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି।ବିଜେପି ଏକ ସ୍ଥିର ସରକାର କରିବ ଏଭଳି ସମସ୍ତେ ବିଶ୍ୱାସବାଦୀ ଅଛନ୍ତି।ତେଣୁ ଅତି ହରବର ନହୋଇ ଭାବିଚିନ୍ତି ଦଳର ନେତା ବାଛିବା ଓ ଯାହା ସର୍ବ ଗ୍ରହଣୀୟ ହୋଇପାରିବ ସେ ଦିଗରେ ଓଡିଶାବାସୀଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ବିଜେପିର ନିଷ୍ପତ୍ତି କେତେଦୂର ଗ୍ରହଣୀୟ ହେବ ସମୟ କହିବ।ତେବେବି ସାରା ଓଡିଶାର ଗୋଟିଏ ଲକ୍ଷ ବିଧାୟକ ମାନେ ବସି ତାଙ୍କ ଭିତରୁ ଜଣେ ନେତା ବାଛନ୍ତୁ।