November 26, 2024

ଠାକୁରାଣୀ ପର୍ବ ପାଇଁ ଉତ୍ସବମୁଖର ପ୍ରଧାନି ଗୁଡ଼ା ଗ୍ରାମ

Share

ଗୁଣପୁର , ବ୍ଲକ ଗାଦିଆଖଳା ପଞ୍ଚାୟତ ପ୍ରଧାନଗୁଡ଼ା ଗ୍ରାମ ଏବେ ବେଶ୍ ଚଳଚଞ୍ଚଳ ରହିଛି ଗ୍ରାମ କୁ ଆସିଛନ୍ତି ମା ଦୀର୍ଘ ବର୍ଷର ମାନସିକ ରଖିଥିଲେ ଭାଷା ଶତପଥି ନିଜ ବାସ ଭବନ କୁ ମା’ ଙ୍କୁ ପାଛଟି ଆଣିବା ସହ ଗ୍ରାମ ବାସୀଙ୍କ ସହଯୋଗରେ ପାଞ୍ଚ ଦିନ ଧରି ଚାଲିବ ପୂଜାର୍ଚ୍ଚନା । ମା’ ଙ୍କୁ ଲାଗିହେବ ଧୂପ,ଦୀପ, ଝୁଣା,ଭୋଗ, ପିଠା ପଣା ବାଜା ବାଜିଣା , ଏହା ସହ ବିଭିନ୍ନ ବେଶ ଭୂଷା ରେ ଚାଲିଛି ନାଚ ଗୀତ ଯାହା ମଜା ନେଉଛଚନ୍ତି ଗ୍ରାମ ବାସୀ ବନ୍ଧୁ ବର୍ଗ ସାଙ୍ଗ ସାଥୀ ଓ ପରିବାର। ନିତ୍ୟ ଦୁଇଓଳି ଲୋକଙ୍କ ପାଇଁ ଅର୍ଣ ପ୍ରସାଦ ର ବ୍ୟବସ୍ଥା ରହିଛି। ସାନ୍ଧ୍ୟ ରେ ମା ଙ୍କ ଘଟ ବା ହାଣ୍ଡି ବୁଲାରେ ବେଶ୍ ଭିଡ ଦେଖିବାକୁ ମିଳୁଛି।-(ସୁରେନ୍ଦ୍ର ମହାନ୍ତି )

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed