କୁକୁଡ଼ାଖଣ୍ତି ବ୍ଲକର ଚାଷୀଙ୍କ ଧାନ ସରକାରଙ୍କୁ ବିକ୍ରି ପାଇଁ ଚାଷୀଙ୍କ ଧାରଣା..
ଧାନ ଚାଷ ପରେ ଧାନ ବିକ୍ରି ପାଇଁ ସରକାରୀ ମଣ୍ଡି ପାଲଟିଛି ଚାଷୀଙ୍କ ପାଇଁ ମୁଖ୍ୟ ସମସ୍ୟା.. କୋଉଠି ଚାଷୀ କୁ ଟୋକେନ ମିଳିନି, କୋଉଠି ଟୋକେନ ର ସମୟ ଅବଧି ସାରିବାକୁ ଥିଲେ ମଧ୍ୟ ଚାଷୀର ଧାନ ମଣ୍ଡି ଗ୍ରହଣ କରୁନାହିଁ ଏବଂ ପ୍ରତି ଧାନ ବସ୍ତାରେ ୪ରି କେଜି ଧାନ ମିଲର ମାନେ କାଟୁଥିବା ଅଭିଯୋଗ କରିଛନ୍ତି କୁକୁଡାଖଣ୍ଡି ବ୍ଲକର ଚାଷୀ.. ବିଜେପି ନେତାଙ୍କ ସାହାଯ୍ୟ ରେ ସରକାରୀ ମଣ୍ଡି ଦ୍ୱାରା ପ୍ରତାରିତ ଚାଷୀ ମାନେ ବୁଧବାର କୁକୁଡାଖଣ୍ଡି ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ଧାରଣାରେ ବସିଥିଲେ। ପ୍ରତାରିତ ଚାଷୀଙ୍କ ପାଇଁ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟ ନନ୍ଦ ଦାଶ ମହାରାଜଙ୍କ ନେତୃତ୍ବରେ ଏହି ଆନ୍ଦୋଳନ କରିଥିଲେ। ଏଥିରେ ଏ. ନନ୍ଦ କିଶୋର ,ବାପି ପ୍ରଧାନ, କେ. ଲକ୍ଷ୍ମୀ ନାରାୟଣ, ଲୋଚାପଡା ସମିତି ସଭ୍ୟ ଚଣ୍ଡିଚରରଣ ସାହୁ, ଚନ୍ଦନ ମହାରଣା, ସୁନିଲ ଚୌଧୁରୀ, ସୁଶାନ୍ତ ବିଷୋୟୀ, ଶିବାନନ୍ଦ, ରବୀନ୍ଦ୍ର ବିଷୋୟୀ, ବାହନ ବିଷୋୟୀ, ଜଗବନ୍ଧୁ ବିଷୋୟୀ, ଲଳିତ ମୋହନ ବିଷୋୟୀ, ନାରାୟଣ ଦଳାଇ, ବଦ୍ରୀ ସାବତ, ପ୍ରଶାନ୍ତ ଗୌଡ଼, ଏନ୍. ଦିବାକର ଓ ବ୍ଲକର ବହୁ ଚାଷୀ ଧାରଣା ଦେଇଥିଲେ। କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, କୁକୁଡାଖଣ୍ଡି ବ୍ଲକ ଯୋଗାଣ ଅଧିକାରୀ ଧିରେନ ସାହୁ ଚାଷୀଙ୍କ ଧାନ କିଣିବାକୁ ପ୍ରତିଶୃତି ଦେଇଥିଲେ ପରେ ଧାରଣା ରୁ ଚାଷୀ ମାନେ ଉଠିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ