March 10, 2026

ଜିଲ୍ଲାପାଳ, ରାୟଗଡ଼ଙ୍କ ଗୁଣପୁର ଗସ୍ତ ଭୋଟ ଗଣତି କେନ୍ଦ୍ରର ତଦାରଖ

lobs
Share

ଗୁଣପୁର-ତା:20-05-2024ରିଖ ଦିନ ରାୟଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଗୁଣପୁର ଗସ୍ତରେ ଆସି ଭୋଟ ଗଣତି କେନ୍ଦ୍ରର ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିଲେ । ଆସନ୍ତା ଜୁନ 4ତାରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟ ଗଣତି କରାଯିବ । ଗୋଟିଏ ବିଧାନସଭା ଓ ଆଉ ଗୋଟିଏ ଲୋକସଭା ନିମନ୍ତେ ଭୋଟ ଗଣତି କେନ୍ଦ୍ର ରହିବ, ସେହିପରି ପୋଷ୍ଟାଲ ବେଲଟ ପାଇଁ ସଦ୍ଭାବନା ସ୍ୱଭାଗୃହ ସଂରକ୍ଷିତ ରଖାଯାଇଛି । ପ୍ରତିଦିନ 24ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇ ଜଣେ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରତିଯୋଗୀ ଚାହିଁଲେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହି ଷ୍ଟ୍ରଙ୍ଗ ରୁମ ଉପରେ ନଜର ରଖି ପାରିବେ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ବସିବା ବ୍ୟବସ୍ଥା କରାଯାଇଛି । ମେଡିକାଲ, ଫାୟାର ଟିମ କେଉଁଠି ରହିବେ, ସାମ୍ବାଦିକଙ୍କ ନିମନ୍ତେ ବସିବା ବ୍ୟବସ୍ଥା, ଟିଭି ପ୍ରତି ରାଉଣ୍ଡରେ ସୂଚନା ପ୍ରଦାନ ଆଦି ଉପରେ ଗୁରୁତ୍ୱ ଦେଇଥିଲେ । ଷ୍ଟ୍ରଙ୍ଗରୁମକୁ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ଭିତରେ ରଖାଯାଇଛି । ସ୍ଥାନୀୟ ପୋଲିସ, ଓଏସଏପି, ସିଆରପିଏଫ ପ୍ରମୁଖ 24ଘଣ୍ଟିଆ କାର୍ଯ୍ୟ କରୁଛନ୍ତି । 12ଜଣ ପ୍ରତିଯୋଗୀଙ୍କ ଭୋଟ 289ବୁଥରେ ଷ୍ଟ୍ରଙ୍ଗରୁମ ଭିତରେ ସିଲ ହୋଇଛି । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଡେପୁଟି କଲେକ୍ଟର ମଧୁସୂଦନ ମାଝୀ, ତହସିଲଦାର ଲୀଳାବତୀ ଆଚାର୍ଜି, ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା, ମଙ୍ଗଳ ଅଧିକାରୀ ସୁରଜ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର ନିର୍ବାଚନ ସହାୟକ ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।(ସୁରେନ୍ଦ୍ର ମହାନ୍ତି )