September 29, 2024

ବାଙ୍କୀ ବିଜେଡି ପକ୍ଷରୁ ଓସ୍ତିଆ ଗ୍ରାମପଞ୍ଚାୟତ ରେ ମୋଟର ସାଇକେଲ ଶୋଭାଯାତ୍ରା ସହ ଭୋଟ ପ୍ରଚାର…..

Share


ବାଙ୍କୀ ବ୍ଲକ ଅନ୍ତର୍ଗତ ଓସ୍ତିଆ ଗ୍ରାମ ପଞ୍ଚାୟତରେ ବାଙ୍କୀ ବ୍ଲକ ବିଜେଡି ପକ୍ଷରୁ ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ଏକ ବିରାଟ ମୋଟର ସାଇକେଲ୍ ଶୋଭାଯାତ୍ରାରେ ନିଆଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଓସ୍ତିଆ ଗ୍ରାମ ପଞ୍ଚାୟତ ର ବର୍ତମାନର ସରପଞ୍ଚ ତଥା କଟକ ଜିଲ୍ଲା ବିଜେଡି କମିଟିର ଉପସଭାପତି ବରିଷ୍ଟ ବିଜେଡି ନେତା ଙ୍କ ନେତୃତ୍ୱରେ ଆୟୋଜିତ ଏହି ମୋଟର ସାଇକେଲ୍ ଶୋଭାଯାତ୍ରାରେ ବିଜେଡି ପାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ଓସ୍ତିଆ ପଞ୍ଚାୟତର ଓସ୍ତିଆ ଗ୍ରାମ ର ପ୍ରତେକ ୱାର୍ଡକୁ ମୋଟର ସାଇକେଲ୍ ଶୋଭାଯାତ୍ରାରେ ଯାଇ ଭୋଟ ପ୍ରଚାର କରି ବିଜେଡି ଦଳକୁ ଜିତାଇବା ପାଇଁ ଭୋଟରମାନଙ୍କୁ ଅନୁରୋଧ କରିଥିଲେ । ହଜାର ହଜାର ସଂଖ୍ୟାର ଯୁବ ବିଜେଡି ଓ ବିଜେଡି କର୍ମୀମାନେ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।