September 29, 2024

ବରିଷ୍ଠ ଦଲିଲ ଲେଖକ ଅଭିମନ୍ୟୁ ପ୍ରଧାନଙ୍କ ଦେହାନ୍ତ….

Share

ବୁଗୁଡା :  ବୁଗୁଡାର ଜଣାଶୁଣା ବରିଷ୍ଠ ଦଲିଲ ଲେଖକ ଅଭିମନ୍ୟୁ ପ୍ରଧାନଙ୍କ ୭୨ ବର୍ଷରେ ଦେହାନ୍ତ ହୋଇଯାଇଛି । ଏ ଖବର ପ୍ରଘଟ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ପ୍ରେମଚାନ୍ଦ ନଗରସ୍ଥିତ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ ସହ ତାଙ୍କର ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିବାବେଳେ ମଙ୍ଗଳବାର ଦିନ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ମୃତ୍ଯୁ ଶଯ୍ୟା ନିକଟରେ ତାଙ୍କର ସ୍ତ୍ରୀ , ପୁଅ , ବୋହୁ , ଝିଅ , ଜ୍ବାଇଁ , ନାତିନାତୁଣୀ ଏବଂ ଆତ୍ମୀୟସ୍ବଜନ ଉପସ୍ଥିତ ରହିଥିଲେ । ତାଙ୍କର ପାର୍ଥିବ ଶରୀରକୁ ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯାଇଥିଲା । ସେ ଜଣେ ଧର୍ମ ପରାୟଣ ଓ ସରଳ ସ୍ବଭାବର ବ୍ଯକ୍ତି ଥିଲେ ।