September 29, 2024

ବିଜେଡ଼ି ସରକାରରେ ଯୋଜନାର ମଞ୍ଜି ବୁଣା ଯାଏ କିନ୍ତୁ ଅଙ୍କୁରୋଦଗମ ହୁଏ ନାହିଁ…..

Share

ସମ୍ବଲପୁର ତା.୧୫/୫ – ପ୍ରତ୍ୟେକ ଦିନ ବିଜେପି ପକ୍ଷରୁ ଆୟୋଜିତ ହେଉଥିବା ସାମ୍ବାଦିକ ସମ୍ମିଳନୀ ରେ ବିଜେଡି ସରକାର ର ବିଭିନ୍ନ ଅସଫଳ ଯୋଜନା ଗୁଡିକୁ ନେଇ ବର୍ଷିଛି ଆଜି ବିଜେପି । ବିଜେଡ଼ି ସରକାରରେ ଯୋଜନାର ମଞ୍ଜି ବୁଣା ଯାଏ କିନ୍ତୁ ଅଙ୍କୁରୋଦଗମ ହୁଏ ନାହିଁ ବୋଲି ବିଜେପି ବରିଷ୍ଠ ନେତା ଡ଼.ପ୍ରମୋଦ ରଥ ଅଭଯୋଗ କରିଛନ୍ତି । ମିଛ ବିଜ୍ଞାପନ ସର୍ବସ୍ବ ବିଜେଡି ସରକାର କେବଳ ନିର୍ବାଚନ ଆସିଲେ ମାଳ ମାଳ ଯୋଜନାମାନ ଘୋଷଣା କରି ସରକାରୀ ବ୍ୟବସ୍ଥା ରେ ରାଜ୍ୟ ରାଜକୋଷ ର ଟଙ୍କା କୁ ଦଳୀୟ ପ୍ରଚାର ରେ ଖର୍ଚ୍ଚ କରିଥାଏ । କିନ୍ତୁ, ନିର୍ବାଚନ ସରିଗଲେ ଯୋଜନା ଗୁଡିକ ର ଆଉ ଦେଖା ଦର୍ଶନ ମିଳେ ନାହିଁ ବୋଲି ଡ଼.ରଥ କହିଛନ୍ତି । ଡ଼.ରଥ ତାଙ୍କର ବକ୍ତବ୍ୟ ରେ କହିଛନ୍ତି ଯେ…
ବିଜେଡି ସରକାର ବିଗତ ୨୪ ବର୍ଷ ରେ ଯେତିକି ଯୋଜନା କରିଛନ୍ତି ତାହା କେବଳ ନିର୍ବାଚନ ପ୍ରହେଳିକା କିମ୍ବା କେନ୍ଦ୍ର ଯୋଜନା ର ଷ୍ଟିକର ଚେଞ୍ଜ । ରାଜ୍ୟ ସରକାର ଙ୍କ କୌଣସି ଯୋଜନା ଚିରସ୍ଥାୟୀ ନୁହେଁ କିମ୍ବା ନିୟମିତ ପ୍ରକ୍ରିୟା ରେ କ୍ରିୟାନ୍ୱୟନ ହୁଏ ନାହିଁ । ଯେମିତି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଘୋଷଣା ହୋଇଥିବା କାଳିଆ ଯୋଜନା, ପିଠା ଯୋଜନା, ବିଜୁ ଯୁବ ବାହିନୀ, ବଳରାମ ଯୋଜନା, ଉନ୍ନତି ଯୋଜନା ଇତ୍ୟାଦି ।
କାଳିଆ ଯୋଜନା ରେ ରାଜ୍ୟ ର ଚାଷୀ ଙ୍କୁ ବାର୍ଷିକ ଦଶ ହଜାର ଟଙ୍କା ଦେବା କଥା । କିନ୍ତୁ ଚାଷୀ ଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ନିୟମିତ ବ୍ୟବଧାନ ରେ ଟଙ୍କା ଆସୁ ନାହିଁ । କେବଳ ନିର୍ବାଚନ ଆସିଲେ ହିଁ କିଛି ଟଙ୍କା ଆସୁଛି ତାପରେ ଯଥା ପୂର୍ବମ ତଥା ପରଂ । ତା ଉପରେ ପୁଣି ରାଜ୍ୟ ର ଲକ୍ଷ ଲକ୍ଷ ଚାଷୀ କାଲିଆ ଯୋଜନା ରେ ସାମିଲ ହୋଇ ପାରିନାହଁନ୍ତି କିନ୍ତୁ ବିଜେଡି ଦଳ ର କର୍ମୀ ସମର୍ଥକ ନେତା ଙ୍କ ପରିବାର ତାର ଲାଭ ପାଉଛନ୍ତି । ରାଜ୍ୟ ସରକାର ଙ୍କର ତ୍ରୁଟିପୂର୍ଣ୍ଣ ତାଲିକା ଯୋଗୁଁ ପ୍ରକୃତ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ କୃଷକ ସମୃଦ୍ଧି ଯୋଜନା ର ଲାଭ ମଧ୍ୟ ପାଇ ପାରୁ ନାହଁନ୍ତି ।
୨୦୧୯ ନିର୍ବାଚନ ପୂର୍ବ ରୁ ୪୫୦ କୋଟି ଖର୍ଚ୍ଚ କରି ଗଠିତ ବିଜୁ ଯୁବ ବାହିନୀ ନିର୍ବାଚନ ପରେ ଗାୟବ ହୋଇଗଲା । ବିଜୁ ଯୁବ ବାହିନୀ ର କାର୍ଯ୍ୟକ୍ରମ ପାଇଁ ସମ୍ବଲପୁର ର ବୀର ସୁରେନ୍ଦ୍ର ସାଏ ଷ୍ଟାଡିଅମ କୁ ବର୍ବାଦ କରିଦେଲେ । ବିରୋଧ ଓ ଜନଆକ୍ରୋଶ କୁ ଦେଖି ଷ୍ଟାଡ଼ିଅମ ର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନିଜେ ତିନି କୋଟି ଘୋଷଣା କଲେ, କିନ୍ତୁ ନାଁ ଦେଖା ଗଲା ତିନି କୋଟି ଟଙ୍କା ନାଁ ଦେଖା ଦେଲେ ଯୁବ ବାହିନୀ ର ସୈନିକ ।
ପିଠା ଯୋଜନା ରେ ରାଜ୍ୟ ସାରା ଭୋଜି କରି ଲୋକଙ୍କୁ ଖାଇବାକୁ ଦେଇ ଦଳୀୟ ପ୍ରଚାର ସେ ସାରି ଦେଲେ ଶହ ଶହ କୋଟି ଟଙ୍କା । ପରେ ସେ ପିଠା ଯୋଜନା ର କି ଲାଭ ହେଲା କେହି ଜାଣି ବି ପାରିଲେନି ।
ଚାରି ଜଣ ଚାଷୀ ଙ୍କୁ ନେଇ ବିନା ସୁଧ ରେ ଲକ୍ଷେ ଟଙ୍କା ଋଣ ଦେବା ପାଇଁ ଆରମ୍ଭ ହୋଇଥିବା ବଳରାମ ଯୋଜନା ର ଦେଖା ଦର୍ଶନ ନାହିଁ ।
୨୦୧୬ ରେ ବରଗଡ଼ ଜିଲ୍ଲା ସୋହେଲା ଠାରେ ହୋଇଥିବା ଚାଷୀ ସମାବେଶ ରେ କ୍ୱିଣ୍ଟାଲ ପ୍ରତି ୧୦୦ ଟଙ୍କା ବୋନସ ଦେବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ଆଜି କୁ ୮ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ବିତିଗଲା ପରେ ମଧ୍ୟ ଟଙ୍କା ଟିଏ ବି ବୋନସ ମିଳିଲାନି ।
୨୦୧୪ ନିର୍ବାଚନ ପୂର୍ବରୁ ଜୁଯୁମୁରା ବ୍ଲକ ଅନ୍ତର୍ଗତ ନିଲଡୁଙ୍ଗରି ଠାରେ ବୃହତ ମାର୍କେଟ ଟର୍ମିନାଲ ପାଇଁ ଶୁଭ ଦେଇଥିଲେ। ହେଲେ ଟର୍ମିନାଲ ତ ଦୂର ରେ ଥାଉ ଆଜି ସେହି ସ୍ଥାନ ରେ ଆଉ ସେ ଶିଳାନ୍ୟାସ ର ଫଳକ ମଧ୍ୟ ନାହିଁ ।
ଚଳିତ ନିର୍ବାଚନ ପୂର୍ବ ରୁ ମଧ୍ୟ ସେଇ ସମାନ ଅବସ୍ଥା “ଓ ଛାତ୍ର ବୃତ୍ତି” ଏବଂ “ନୁଆଁ ଓ” ନାଁ ରେ ରାଜ୍ୟ ରାଜକୋଷ ରୁ ହଜାର ହଜାର କୋଟି ଟଙ୍କା ବାଣ୍ଟି ଦେଲେ +2 ଓ +3 ମହାବିଦ୍ୟାଳୟ କୁ ଓ ଛାତ୍ର ଛାତ୍ରୀ ଙ୍କୁ । ଛାତ୍ର ଛାତ୍ରୀ ଙ୍କୁ ଛାତ୍ର ବୃତ୍ତି ଦେବାରେ କିଛି ଅସୁବିଧା ନାହିଁ କିନ୍ତୁ ବିନା କୌଣସି ଯୋଜନା କରି ଅଧା ଛାତ୍ର ଛାତ୍ରୀ ଙ୍କୁ ଦେଇ ଅଧା ଙ୍କୁ ନ ଦେଇ ଖାଲି ନିର୍ବାଚନ କୁ ଆଖି ଆଗରେ ରଖି ଛାତ୍ର ଛାତ୍ରୀ ଙ୍କ ଭୋଟ ହାତେଇବା ପାଇଁ ଏକ ମିଛ ପ୍ରହସନ କେବଳ । “ନୁଆ ଓ” ରେ ଶିକ୍ଷାନୁଷ୍ଠାନ ମାନଙ୍କରେ ନାଚ ଗୀତର ଆସର ଜମାଇ ଆମ ଭାଷା ସଂସ୍କୃତି କୁ କଳୁଷିତ କଲେ । ଗୁରୁ ଶିଷ୍ୟ ପରମ୍ପରାକୁ କୁଠାର ଘାତ କଲେ ।
ଆଜିର ର ସାମ୍ବାଦିକ ସମ୍ମିଳନୀ ରେ ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି, ସକ୍ରିୟ କାର୍ଯ୍ୟକର୍ତ୍ତା ମୁକେଶ ଜରିୱାଲ ଓ ରଞ୍ଜିତ ରଥ ଉପସ୍ଥିତ ଥିଲେ ।