ଉମରକୋଟ ଅବକାରୀ ବିଭାଗର ବିରାଟ ବଡ ସଫଳତା……..
ଗୋଦାମ ଉପରେ ଚଡ଼।ଉ କରି ୧୧୭ କ୍ଵିଣ୍ଟାଲ ମହୁଲ୍ ଜବତ, ଜଣେ ଅଭିଯୁକ୍ତ ଗିରଫ, ଅନ୍ୟ ଅଭିଯୁକ୍ତ ଫେରାର ……
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ)ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗକୁ ଆଜି ଏକ ବିରାଟ ବଡ ସଫଳତା ମିଳିଛି। ଆଗାମୀ ସଧାରଣ ନିର୍ବାଚନ ୨୪ କୁ ଦୃଷ୍ଟି ରେ ରଖି ଓଡ଼ିଶା ଅବକାରୀ ଆୟୁକ୍ତ ନରସିଂହ ଭୋଳ ଓ ନବରଙ୍ଗପୁର ଜିଲ୍ଲାପାଳ
ଡକ୍ଟର କୋମଳ ଲୋଚନ ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଅବକାରୀ ବିଭାଗର ନବରଙ୍ଗପୁର ଜିଲ୍ଲା ଅବକାରୀ ୟୁନିଟ, ଅବକାରୀ ସବ ଇନ୍ସପେକ୍ଟର ଡ।ବୁଗା, ପାପଡ଼ାହାଣ୍ଡି ଉମରକୋଟ ଅବକାରୀ ଥାନା ର କର୍ମଚାରୀ ମାନେ ମିଳିତ ଭାବରେ ଉମରକୋଟ ଅଞ୍ଚଳରେ ପ୍ରହର। କାର୍ଯ୍ୟ ସମ୍ପାଦନ। କରୁଥିବା ବେଳେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉମରକୋଟ ବ୍ଲକ ଅନ୍ତର୍ଗତ ତହର। ଗ୍ରାମ ପଞ୍ଚାୟତର ପଦମଝରି
ଗ୍ରାମ ଠାରେ ଥିବା ରିକ ରାମ ପାତ୍ର ଙ୍କ ଗୋଦାମ ଉପରେ ଆଜି ବୋଡ଼ି ଭୋରୁ ୫ ଟା ସମୟ ରେ ଚଡ଼।ଉ କରିଥିଲା। ଏହି ଚଡ।ଉ ସମୟ ରେ ଅବକାରୀ କର୍ମଚାରୀ ମାନେ ବେଆଇନ ଭାବେ ମହଜୁଦ ରଖିଥିବା ଅଭିଯୋଗରେ ମହୁଲ କୁ ଜବତ କରିଥିଲେ। ଯାହାର ମୋଟ ପରିମାଣ ହେଉଛି ୧୧୭ କ୍ଵିଣ୍ଟାଲ ୬୬ କିଲୋଗ୍ରାମ। ଏହାର ବଜାର ମୂଲ୍ୟ ହେଉଛି ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ଉମରକୋଟ ଅବକାରୀ ଥାନା ଓଆଇସି ତିଳକ ରାମ ସୁଚନା ଦେଇଛନ୍ତି। ଅଭିଯୁକ୍ତ ରିକ ରାମ ପାତ୍ର ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହେଇ ଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଦେବବ୍ରତ ମଜୁମଦାରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।ତେବେ ଏତେ ପରିମାଣ ରେ ମହୁଲକୁ ଜବତ କରିବା ଉମରକୋଟ ଅବକାରୀ ବିଭାଗର ଏକ ସର୍ବ କାଳୀନ ରେକର୍ଡ ବୋଲି ଜଣାପଡିଛି। ତେବେ ଜବତ ହେଇଥିବ। ମହୁଲ କୁ ଅବକାରୀ କର୍ମଚାରୀ ମାନେ ଓଏସ ସପକୁ ହସ୍ତାନ୍ତର କରିଛନ୍ତି। ଆଜିର ଏହି ଚଡ।ଉ ବେଳେ ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା, ମୋବାଇଲ ୟୁନିଟ ର ଇନ୍ସପେକ୍ଟର ବି. ମଣ୍ଡଳ, ଉମରକୋଟ ଅବକାରୀ ଇନ୍ସପେକ୍ଟର ରଂଜୁ ଲତା ବାରିକ, ନବରଙ୍ଗପୁର ର ଅବକାରୀ ଇନ୍ସପେକ୍ଟର ଦିଲ୍ଲୀପ ରଥ, ଉମରକୋଟ ଅବକାରୀ ଥାନା ର ଓଆଇସି ତିଳକ ରାମ ନାୟକ, ଡବୁଗା ଥାନାର ଓଆଇସି ବୁଲୁ ପାତ୍ର, ପାପଡାହାଣ୍ଡି ଅବକାରୀ ଥାନାର ଓଆଇସି ଦେଶ ରାଜ ସୁନା, ଉମରକୋଟ ଅବକାରୀ ଥାନାର ଏଏସଆଇ ମାଖନ ହ।ଲଦ।ର, ଅବକାରୀ କନେଷ୍ଟବଳ ସୁବାଷ ଗୌଡ଼, ଦେବାଶିଷ ଦାସ, ଅନନ୍ତ ମଲିକ, ପ୍ରସାଦ ବଳବନ୍ତ ର।ୟ, ମହେନ୍ଦ୍ର ଭତ୍ର। ପ୍ରମୁଖ ଉପସ୍ଥିତ ଥିଲେ।