November 23, 2024

କେନ୍ଦ୍ରୀୟ ମତ୍ସ୍ୟ ନୌ ଚାଳନା ପ୍ରତିଷ୍ଠାନର ତାଲିମ କାର୍ଯ୍ୟକ୍ରମ

Share

ଅସ୍ତରଙ୍ଗ,,ବିଶାଖାପାଟଣା ସ୍ଥିତ କେନ୍ଦ୍ରୀୟ ମତ୍ସ୍ୟ ନୌ ଚାଳନା ପ୍ରତିଷ୍ଠାନ ଓ ଇଞ୍ଜିନିୟରିଂ ପରୀକ୍ଷଣ ସଂସ୍ଥା,ରାଷ୍ଟ୍ରୀୟ ମତ୍ସ୍ୟ ବିକାଶ,ବୋର୍ଡ ,ଓଡ଼ିଶା ସରକାର ଙ୍କର ମତ୍ସ୍ୟ ନିର୍ଦ୍ଦେଶାଳୟ , କଟକ ର ମିଳିତ ସହାୟତାରେ ଅସ୍ତରଙ୍ଗ ବ୍ଲକ ର ୪୦ଜଣ ମତ୍ସୟଜୀବୀ ଙ୍କୁ ନେଇ ତିନିଦିନ ଧରି ହେଇ ଥିବା, ଚ୍ଛୁରିଆନା ଗ୍ରାମ ପଞ୍ଚାୟତ ର ପିର ଯାହାନିଆ କଲ୍ୟାଣ ମଣ୍ଡପ ଠାରେ ତାଲିମ,ଶୁକ୍ରବାର ଦିନ ଶେଷ ହୋଇଛି । ଏହି ତାଲିମ ଶିବିର ରେ ପୁରୀ ଜିଲ୍ଲା ର ଏ ଡି ଏଫ,ସୁଧାଂଶୁ ଶେଖର ମଲ୍ଲିକ,ମତ୍ସ୍ୟ ନିର୍ଦ୍ଦେସାଳୟ ର ବରିଷ୍ଟ ଅଧିକାରୀ ମନୋରଞ୍ଜନ ମହାପାତ୍ର, ପ୍ରଶିକ୍ଷକ,ଭି, ଏଲ୍ ପୂଜା ଓ ତାଙ୍କର ଟିମ୍ ପ୍ରଶିକ୍ଷଣ ଦେଇଥିଲେ । ମୁଖ୍ୟତ,ମତ୍ସ୍ୟ ଯିବି ମାନଙ୍କର କୌଶଳ ବିକାଶ,ସାମୁଦ୍ରିକ ଉପକରଣ ର ବ୍ୟବହାର, ଇଞ୍ଜିନ କିପରି ଚାଳିତ ହେବ ଓ ତାର ତ୍ରୁଟି ପରିଲକ୍ଷିତ ହେଲେ ମରାମତି,ବିଭିନ୍ନ ଉପକରଣ ଉପରେ ତାଲିମ ଦିଆ ଯାଇଥିଲା ।ଏହି ତାଲିମ ରେ, ବହୁ ପୁରାତନ ମତ୍ସ୍ୟ ଯିବି ବାଦ ପଡ଼ି ଥିବାରୁ ପାଟିତୁଣ୍ଡ ହୋଇଥିବାର ଦେଖା ଯାଇଥିଲା ବେଳେ,ମତ୍ସ୍ୟ ଯିବି ନ ଥିବା କେତେକ ଲୋକ ସରକାରୀ ଅଧିକାରୀ ଙ୍କୁ ହାତ କରି ତାଲିମ ନେଇ ଅର୍ଥ ରାଶି , ସାର୍ଟିଫିକେଟ ହାତେଇ ଥିବାର ଦେଖିବାକୁ ବି ମିଳିଥିଲା । ଆଉ ମଧ୍ୟ ମତ୍ସ୍ୟ ଯିବି ସହାୟତା ରାଶି ୧୫ହଜାର ଯୋଗାଇ ଦେବା ପାଇଁ ଯେଉଁମାନେ ପାଇବା ପାଇଁ ହକଦାର, ତୁମର ଟଙ୍କା ମିଳିବ ବୋଲି କହି, ଦୁଇ ରୁ ତିନି ହଜାର ଟଙ୍କା ଆଦାୟ ହେଉଥିବା ବେଳେ, ଏଥିରେ ସଂପୃକ୍ତ ଥିବା ଜଣେ ଅଧିକାରୀ ଙ୍କୁ ଅସ୍ତରଙ୍ଗ ରୁ ଫୁଲବାଣୀ କୁ ସ୍ଥାନାନ୍ତରିତ କରା ଯାଇଅଛି । ମତ୍ସ୍ୟ ବିଭାଗ ର ବରିଷ୍ଟ କର୍ମ କର୍ତ୍ତା ,ଅସ୍ତରଙ୍ଗ ବ୍ଲକ ରେ ସାମୁଦ୍ରିକ ମତ୍ସ୍ୟ ଯିବି କାର୍ଯ୍ୟାଳୟ ରେ ହେଉଥିବାରୁ ଦୂର୍ନତୀ ଓ ଏହାର ପ୍ରତିକାର ନିମନ୍ତେ, ଦୃଷ୍ଟି ଦେବାକୁ ମତ୍ସ୍ୟ ଯିବି ମାନେ ଦୃଷ୍ଠିଆକର୍ଷଣ କରିଛନ୍ତି ।

ଦୁଃଶାସନ ନାୟକ,ଅସ୍ତରଙ୍ଗ