November 23, 2024
Share

*ଖବର ଆଜିର*
ତାରିଖ ୨୪/୦୨/୨୦୨୩ ଶୁକ୍ରବାର ।

ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ, ଜିଡିପି ୭.୮ ପ୍ରତିଶତ ରହିବା ନେଇ ଆକଳନ ।

ଏମିତି କୌଣସି ଖେଳାଳି ନାହାନ୍ତି, ଯାହାର ଖରାପ ଫର୍ମ ଆସିନାହିଁ; ରାହୁଲଙ୍କ ସମର୍ଥନରେ କହିଲେ ଗମ୍ଭୀର ।

ଆମେରିକା ସହ ଋଷ ଆଣିବିକ ଚୁକ୍ତି ବାତିଲ କରିବା ପରେ ବଢିଲା ଆଶଂକା, ୯ଟି ଦେଶ ସହ ବୈଠକ କଲେ ବାଇଡେନ ।

ଆସିଲା ଆଗାମୀ ବଲିଉଡ୍ ଫିଲ୍ମ ‘ମିସେସ୍ ଚାଟାର୍ଜୀ ଭର୍ସେସ ନରୱେ’ର ପ୍ରଥମ ଟ୍ରେଲର । ସତକାହାଣୀକୁ ନେଇ ଆଧାରିତ ସିନେମାରେ ଭାରତୀୟ ମାଆ ଭୂମିକାରେ ନଜର ଆସିବେ ରାନୀ ମୁଖାର୍ଜୀ ।

ଜେଲ୍ ଭିତରେ ଚଢାଉ , ଠକ ସୁକେଶ ସେଲରୁ ମିଳିଲା ବହୁମୂଲ୍ୟ ସାମଗ୍ରୀ ।

ଆଦାନୀ ବିବାଦରୁ ଏଲଆଇସିକୁ ବଡ଼ ଝଟକା, ବୁଡିଲାଣି ୫୦,୦୦୦ କୋଟି ଟଙ୍କା ।

ପୱନ ଖେଡ଼ାଙ୍କୁ ନେଇ ହାଇଡ୍ରାମା: ଦିଲ୍ଲୀ ଏୟାରପୋର୍ଟ‌ରୁ ଗିରଫ, ୩ ଘଣ୍ଟାରେ ଅନ୍ତରୀଣ ଜାମିନ ।

ରୁଷିକୁଲ୍ୟା ମୁହାଣ ବେଳାଭୂମିରେ ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡଦାନ। ବେଳାଭୂମି ୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାରିକେଟ୍ ନିର୍ମାଣ।

ପନିର ସେଲଭମଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ପାଲାନୀ ସ୍ୱାମୀ ରହିବେ AIADMKର ଅନ୍ତରୀଣ ସାଧାରଣ ସମ୍ପାଦକ ।

ଇସ୍ତଫା ଦେଲେ ଓ୍ବିପ୍ରୋ ପ୍ରେସିଡେଣ୍ଟ ରାଜନ କୋହଲି, ତିନି ଦଶନ୍ଧି ଧରି ରହିଥିଲେ କମ୍ପାନୀ ସହ ।

୨୦ ଲକ୍ଷରୁ ଅଧିକ ପୁରୁଣା ଗାଡ଼ି ରାସ୍ତାରୁ ହଟିବ । ରାଜ୍ୟରେ ୨୦ଲକ୍ଷ ୩୯ହଜାର ୫୦୦ଗାଡ଼ି ସ୍କ୍ରାପ ହେବ ।୧୫ବର୍ଷରୁ ଉର୍ଦ୍ଧ୍ବ ଏବଂ ଫିଟନେସ ନ ଥିବା ଗାଡ଼ିକୁ ସ୍କ୍ରାପିଂ କରାଯିବ ।ଏଥିମଧ୍ୟରୁ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ଟି ମଟର ସାଇକେଲ ଓ ସ୍କୁଟର ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଆଣ୍ଡୋରେ ଉତ୍କଳମଣିଙ୍କ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିଛନ୍ତି । ଗୋପବନ୍ଧୁଙ୍କ ଏକ ୧୫ ଫୁଟ ଉଚ୍ଚ ପୂର୍ଣ୍ଣ ଅବୟେବ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହିତ ବିକଶିତ ଶିବ ମନ୍ଦିର, ପୋଖରୀ, ମ୍ୟୁଜିୟମ ଓ ପୈତୃକ ବାସଗୃହର ଉଦ୍‌ଘାଟନ କରିଛନ୍ତି ।

ଖର୍ଚ୍ଚ କାଟ କରିବାକୁ ଫ୍ଲିପକାର୍ଟ ନେଲା କଠିନ ନିଷ୍ପତି, ୪,୫୦୦ ବରିଷ୍ଠ କର୍ମଚାରୀଙ୍କ ବଢ଼ିବନି ଦରମା ।

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆୟ ବହିର୍ଭୂତ ସଂପତ୍ତି ମାମଲା: ସୁପ୍ରିମକୋର୍ଟରେ ହାଇକୋର୍ଟ ରାୟ ଖାରଜ ।

‘ଓଡ଼ିଶା ଟୁରିଜିମ୍ କନ୍‌କ୍ଲେଭ୍‌-୨୦୨୩’: ଓଡ଼ିଶା ପର୍ଯ୍ୟଟନକୁ ସଂପ୍ରସାରଣ ଯୋଜନା:

କେନ୍ଦୁଝରର ଜଣେ ଜାତୀୟ ସ୍ତରିୟ ମହିଳା ଖୋଖୋ ଖେଳାଳୀଙ୍କର ଅତ୍ମହତ୍ୟା। ତାଙ୍କ ପରିଚୟ ମନିକା ନାଏକ (୧୭)। ସେ କଲେଜ୍‌ରେ +୨ ପ୍ରଥମ ବର୍ଷର ଛାତ୍ରୀ। ମନିକା ବାରିଆ ଥାନା ନୟାଧର୍ନ୍ତଜୟପୁର ଗାଁ ବାସିନ୍ଦା।

ଫିଲ୍ମ ଫ୍ଲପ୍ ଭୟ; କାନାଡ଼ା ନାଗରିକତା ତ୍ୟାଗ କରିବେ ଅକ୍ଷୟ, କହିଲେ- ଭାରତ ମୋ ପାଇଁ ସବୁକିଛି ।

ମହିଳା ଟି-୨୦ ବିଶ୍ୱକପ୍ : ଭାରତକୁ ୫ ରନ୍‌ରେ ହରାଇ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ ।

ସୁପ୍ରଭାତ ,ଶୁଭ ସକାଳ ।