April 7, 2025

କୁଜଙ୍ଗ ଓକିଲ ସଂଘ ପକ୍ଷରୁ ପୁର୍ନବାର ସଭାପତି ଭାବେ ନିର୍ବାଚିତ ହେଲେ ସୁଶାନ୍ତ ପଟ୍ଟନାୟକ ….

Share

ଓଡ଼ିଶା ବାର କାଉନସିଲ ଙ୍କ ନିର୍ଦ୍ଦେଶ କ୍ରମେ ଆଜି କୁଜଙ୍ଗ ଓକିଲ ସଂଘ ର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି, ଏଥିରେ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ ରେ ନିର୍ବାଚିତ ହୋଇଛନ୍ତି ବୋଲି ଆଜି ନିର୍ବାଚନ ଅଧିକାରୀ ଶ୍ରୀ ଭାଗିରଥି ମହାପାତ୍ର ଓ ସହକାରୀ ନିର୍ବାଚନ ଅଧିକାରୀ ଶ୍ରୀ ସୁବର୍ଣ୍ଣ ମିଶ୍ର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ।ସୂଚନା ଅନୁଯାୟୀ ସଭାପତି ଭାବରେ ଶ୍ରୀ ସୁଶାନ୍ତ କୁମାର ପଟ୍ଟନାୟକ ,ସମ୍ପାଦକ ଶ୍ରୀ ଅନ୍ତର୍ଯ୍ୟାମୀ ନାରାୟଣ ଦାସ ଯାଦବ ,ଉପ ସଭାପତି ଶ୍ରୀ ନୃସିଂହ ଚରଣ ପ୍ରଧାନ,ଯୁଗ୍ମ ସମ୍ପାଦକ ଶ୍ରୀ କୈଳାଶ ଚନ୍ଦ୍ର ମହାପାତ୍ର,ସହ ସମ୍ପାଦକ ଶ୍ରୀ ବ୍ରଜ କିଶୋର ରାଉତ ,ଲାଇବ୍ରେରୀ ସମ୍ପାଦକ ଶ୍ରୀ ପ୍ରଣୟ କୁମାର ପରିଜା,କୋଷାଧ୍ୟକ୍ଷ ଶ୍ରୀ ପବିତ୍ର ମୋହନ ନାୟକ , କାର୍ଯକାରୀ କମିଟି ସଭ୍ୟ ଭାବରେ ଅଭୟ କୁମାର ବେହେରା,ଦେବେନ୍ଦ୍ର କୁମାର ରାଉତ, ପାର୍ଥସାରଥୀ ମୋହନ୍ତି, ପ୍ରଶାନ୍ତ କୁମାର ବାରିକ, ପ୍ରିୟମ୍ବଦା ପାଣି, ଦୀପକ କୁମାର ନାୟକ, ନିର୍ମଳ କୁମାର ମଲ୍ଲିକ, ଜ୍ଞାନ ରଞ୍ଜନ ବିଶ୍ବାଳ ପ୍ରମୁଖ ନିର୍ଦୋନ୍ଦ ରେ ନିର୍ବାଚିତ ହୋଇଥିଲେ। ପରେ କୁଜଙ୍ଗ କୋର୍ଟ ର ମାନ୍ୟବର ବିଚାରପତି ମାନେ,ପୂର୍ବତନ ସଭାପତି ସତ୍ୟାନନ୍ଦ ବିଶ୍ୱାଳ ଓ ଆଇନଜୀବୀ ମାନେ ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ପୁଷ୍ପଗୁଚ୍ଛ ଦେବା ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆଗାମୀ ଦିନରେ କୋର୍ଟ ର ରହିଯାଇଥିବା କାମ କିଭଳି ଭାବରେ ସମ୍ପୁର୍ଣ୍ଣ କରାଯିବ ତା ସହ ନବନିର୍ବାଚିତ ପ୍ରତିନିଧି ମାନଙ୍କୁ ଶୁଭେଛା ଜଣାଇଥିଲେ ସଭାପତି ସୁଶାନ୍ତ ପଟ୍ଟନାୟକ । (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )