ଆଜିର ଖବର…
➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଲ ଗେଟ୍ସଙ୍କ ମଧ୍ୟରେ ହେଲା ସାକ୍ଷାତକାର । ବିଜ୍ଞାନ, ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ, ଏଆଇ ଡିଜିଟାଲ ପେମେଣ୍ଟ ନେଇ ହେଲା ଆଲୋଚନା l
➡️୨-ଆସନ୍ତା ଏପ୍ରିଲ ୨ରେ ଘୋଷଣା ହେବ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ରେଜଲ୍ଟ l ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କୁ ହେଲା ନିର୍ଦ୍ଦେଶ l
➡️୩-ଆଜି ଓଡ଼ିଶା ପ୍ରସିଦ୍ଧ ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା l ମା’ ଭଗବତୀଙ୍କ ସହିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ମହାମିଳନର ମାହେନ୍ଦ୍ର ବେଳାକୁ ଦର୍ଶନ କରି ଅଶେଷ ପୂର୍ଣ୍ୟ ଅର୍ଜନ କରିବାକୁ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼ l
➡️୪-ଆସନ୍ତାକାଲି ‘ଭାରତ ରତ୍ନ’ ପୁରସ୍କାରରେ ସମ୍ମାନିତ ହେବେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ।
➡️୫-୪୦ ଡିଗ୍ରି ଛୁଇଁଲା ପାରଦ: ସପ୍ତାହକ ପର୍ଯ୍ୟନ୍ତ ନିସ୍ତାର ନାହିଁ, ୪୨ଂ ଛୁଇଁପାରେ ପଶ୍ଚିମ ଓଡ଼ିଶା l ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ଜାରି ରହିବ।
➡️୬-କର୍ଣ୍ଣାଟକ କାଫେ ବିସ୍ଫୋରଣ ମାମଲାରେ ଦୁଇ ସନ୍ଦିଗ୍ଧଙ୍କ ବିଷୟରେ ସୂଚନା ଦେଲେ ୨୦ ଲକ୍ଷ ପୁରସ୍କାର ଦେବାକୁ ଘୋଷଣା କଲା ଏନ୍ଆଇଏ l
➡️୭-ଭୋଟରଙ୍କ ମଧ୍ୟରେ ଲୋକପ୍ରିୟ ହେଉଛି ନିର୍ବାଚନ ଆୟୋଗଙ୍କ ସି-ଭିଜିଲ୍ ଆପ୍ l ଏହି ଆପ୍ ରେ ଆଜି ସୁଦ୍ଧା ୭୯ ହଜାରରୁ ଅଧିକ ଅଭିଯୋଗ ଆସିଛି।
➡️୮-ପ୍ରକାଶ ପାଇଲା ବିଜ୍ଞପ୍ତି: ରାଜ୍ୟରେ ନିଯୁକ୍ତି ପାଇବେ ଆୟୁର୍ବେଦିକ ଆସିଷ୍ଟାଣ୍ଟ, ଟେକ୍ନିକାଲ ଆସିଷ୍ଟାଣ୍ଟ, କେୟାର ଟେକର ଓ ଅମିନ l ଏଥିପାଇଁ ମୋଟ ୨୨୦ଟି ପଦ ଖାଲି ଥିବା ବେଳେ ମହିଳାଙ୍କ ପାଇଁ ୭୨ଟି ପଦ ସଂରକ୍ଷିତ ରହିଛି ।
➡️୯-ଇଣ୍ଟରନ୍ୟାସନାଲ ଅପରେସନ ଆରମ୍ଭ କଲା Akasa Air, ମୁମ୍ୱାଇରୁ ଦୋହା କୁ ଉଡିଲା ପ୍ରଥମ ବିମାନ l
➡️୧୦-ରକିଙ୍ଗ୍ ଷ୍ଟାର୍ ୟଶ୍ଙ୍କୁ ନୂଆ ବ୍ରାଣ୍ଡ୍ ଆମ୍ବାସାଡର ଘୋଷଣା କଲା ଆକ୍ଜୋନୋବେଲ l
➡️୧୧-ଖୋଲିଲା ରାଜସ୍ଥାନ ଚିତୋରଗଡ ଜିଲ୍ଲାର ପ୍ରଶିଦ୍ଧ ସାୱଁଲିଆ ସେଠଙ୍କ ମନ୍ଦିରର ଦାନବାକ୍ସ l ବାକ୍ସରୁ ସାଢେ ୧୮ କୋଟି ଟଙ୍କାରୁ ଅଧିକ ନଗଦ କ୍ୟାସ ମିଳିଥିବାବେଳେ ସେହି ଅନୁପାତରେ ସୁନା ଓ ରୂପାର ଅଳଙ୍କାର ମଧ୍ୟ ମିଳିଛି। ଯାହାକି ଏକ ରେକର୍ଡ ବୋଲି କୁହାଯାଇଛି।
➡️୧୨-ବିଦେଶୀ ନମ୍ବର ବିଶେଷ କରି ଯେଉଁ ନମ୍ବର ଆରମ୍ଭରେ +୯୨ ଲେଖା ହୋଇଥିବ ସେହି କଲ୍ ନ ଉଠାଇବା ଲାଗି ଟେଲିକମ୍ ବିଭାଗ ପକ୍ଷରୁ ଲୋକମାନଙ୍କୁ କରାଗଲା ସତର୍କ l
➡️୧୩-ଇଥାନଲ୍ ବ୍ୟବସାୟରେ ୨୦୦ କୋଟି ନିବେଶ କରିବ ଇମ୍ଫା: ଥେରୁବାଲିରେ ବସିବ କାରଖାନା l
➡️୧୪-ବିହାରରେ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ହେଲା ଚୂଡ଼ାନ୍ତ, ଆରଜେଡିକୁ ୨୬ଟି ଆସନ ମିଳିଥିବା ବେଳେ କଂଗ୍ରେସ ୯ଟି ଆସନରେ ଏବଂ ବାମପନ୍ଥୀମାନେ ୫ଟି ଆସନରେ ଲଢ଼ିବେ।
➡️୧୫-ତାମିଲନାଡ଼ୁର ଚର୍ଚ୍ଚିତ ବ୍ୟକ୍ତିତ୍ବ ହେଉଛନ୍ତି କେ ପଦ୍ମରାଜନ୍। ନିଜ ଜୀବନକାଳ ମଧ୍ୟରେ ସେ ଆଜି ସୁଦ୍ଧା ୨୩୮ଟି ବିଭିନ୍ନ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଛନ୍ତି। ତଥାପି ଚଳିତ ସାଧାରଣ ନିର୍ବାଚନରେ ସେ ପୁଣିଥରେ ହେଲେ ନିର୍ଦ୍ଦଳୀୟ ପ୍ରାର୍ଥୀ।
➡️୧୬-ରାଜସ୍ଥାନରେ ବ୍ୟାପୁଛି ଏକ ଭୁତାଣୁ ‘ମମ୍ପସ୍’ ଭାଇରାସ, ବୁଢା-ପିଲା ସମସ୍ତେ ହେଉଛନ୍ତି ଆକ୍ରାନ୍ତ l ଏ ପର୍ଯ୍ୟନ୍ତ ଭୂତାଣୁ ନିୟନ୍ତ୍ରଣ ନିମନ୍ତେ କୌଣସି ଟିକା ଉପଲବ୍ଧ ହୋଇ ନଥିବାରୁ ଏହା ତୀବ୍ର ବ୍ୟାପିବାରେ ଲାଗିଛି।
➡️୧୭-ପୁଣିଥରେ ପୁରୁଣା ଆଇନ ଲାଗୁ କଲା ତାଲିବାନ l ବ୍ୟଭିଚାର ପାଇଁ ମହିଳାଙ୍କୁ ସର୍ବସାଧାରଣ ରେ ପଥର ଫିଙ୍ଗି ହତ୍ୟା କରିବାକୁ କଲା ଘୋଷଣା l ଏକ ସରକାରୀ ଟିଭି ଚ୍ୟାନେଲ୍ର ଭଏସ୍ ମେସେଜ୍ ଜାରି କରି ଏପରି କହିଲେ ତାଲିବାନ ମୁଖ୍ୟ ହିବତୁଲ୍ଲାହ ଅଖୁନ୍ଦଜାଦା।
➡️୧୮-ବାଂଲାଦେଶର ଶେଖ୍ ହସୀନା ସରକାରଙ୍କ ବଡ଼ ନିଷ୍ପତ୍ତି, ଦେଶରେ ଭାରତୀୟ ସାମଗ୍ରୀକୁ ବହିଷ୍କାର ଦାବି ମଧ୍ୟରେ ଆମଦାନୀ କରିବେ ପିଆଜ l ଭାରତରୁ ୫୦ ହଜାର ଟନ୍ ପିଆଜ ଆମଦାନୀ ପାଇଁ ନିଷ୍ପତ୍ତି ନେଇଛନ୍ତି।
➡️୧୯-ଆଇପିଏଲ୍ର ଦଶମ ମୁକାବିଲା : ବୃଥା ହେଲା ବିରାଟ୍ଙ୍କ ବିସ୍ଫୋରକ ବ୍ୟାଟିଂ, ଆର୍ସିବିକୁ ୭ ୱିକେଟ୍ରେ ହରାଇଲା କୋଲକାତା l
➡️୨୦-ଓଡ଼ିଆ ଭାଷାରେ ଆଇପିଏଲ୍ କମେଣ୍ଟ୍ରି ବନ୍ଦ ହେବା ଯୋଗୁଁ ସୋସିଆଲ ମିଡ଼ିଆରେ ଆଇପିଏଲ୍ ବ୍ରଡ୍କାଷ୍ଟରଙ୍କୁ କଡ଼ା ସମାଲୋଚନା କଲେ ଓଡ଼ିଶାବାସୀ।