November 23, 2024

ଶ୍ରୀ ଶ୍ରୀ ବାବା ବୈଦ୍ୟନାଥେଶ୍ୱର ମନ୍ଦିର ପ୍ରତିଷ୍ଠା ମହୋତ୍ସବ……

Share

 

 

ଉମରକୋଟ:- ଦୀର୍ଘ ଆଠ ଦିନ ଧରି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ର ଗୁଲିପାଟଣା ସାହି ସ୍ଥିତ ଶ୍ରୀ ଶ୍ରୀ ବାବା ବୈଦ୍ୟନାଥେଶ୍ୱରଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମ୍ପାଦିତ ହୋଇଯାଇଛି! ଏହି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ରେ ଅଞ୍ଚଳ ର ହଜାର ହଜାର ଶ୍ରଦ୍ଧାଳୁ ପ୍ରତିଦିନ ବାବା ବୈଦ୍ୟନାଥ ଙ୍କ ଦର୍ଶନ ନିମନ୍ତେ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା! ୨୧/୦୩/୨୦୨୪ରେ
ଦୀକ୍ଷା ଗ୍ରହଣ ଓ ଅଙ୍କୁର ରୋପଣ,୨୨/୦୩/୨୦୨୪ରେ ବନ ଯଜ୍ଞ , ରତ୍ନମୁଦ୍ରା,୨୩/୦୩/୨୦୨୪ ରେ ମଙ୍ଗଳ ରୋପଣ, ଜଳ ଯାତ୍ରା,ମଣ୍ଡଳ କରଣ ଓ ପ୍ରତିଷ୍ଠାରମ୍ଭ,୨୪/୦୩/୨୦୨୪ରେ ଦେବତା ଅଧିବାସ, ଅଗ୍ନି ସଂସ୍କାର, ଘୃତଯଜ୍ଞ,, ନାମଯଜ୍ଞ ଅଧିବାସ,୨୫/୦୩/୨୦୨୪ରେ ଦେବତା ମହାସ୍ନାନ,ଶୟନ, ଘୃତ ଯଜ୍ଞ,ନାମଯଜ୍ଞ, ଅନ୍ନଯଜ୍ଞ,୨୬/୦୩/୨୦୨୪ରେ ଦେବତାମାନଙ୍କର ବିଗ୍ରହ ପ୍ରତିଷ୍ଠା,ନାମଯଜ୍ଞ,୨୭୦୩/୨୦୨୪ରେ ଲିଙ୍ଗ ସ୍ଥାପନ ଓ ବିଗ୍ରହ ମାନଙ୍କ ସ୍ଥାପନ,ଧ୍ବଜା ଭ୍ରମଣ,ଘୃତ ଯଜ୍ଞ ର ପୂର୍ଣ୍ଣାହୁତି,ନାମ ଯଜ୍ଞ, ଅନ୍ନ ଯଜ୍ଞ,ଓ ଲିଙ୍ଗ ସହର ପରିକ୍ରମା,୨୮/୦୩/୨୦୨୪ରେ ନାମ ଯଜ୍ଞ ର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ କରାଯାଇଥିଲା!୨୨ ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ମନ୍ଦିର ପରିସର ରେ ଦିନକୁ ପ୍ରାୟ ଦଶ ହଜାର ଲୋକ ପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳିଥିଲା!ପଡୋଶୀ ରାଜ୍ୟ ଛତିଶଗଡ ର ଶ୍ରଦ୍ଧାଳୁ ମଧ୍ୟ ଉକ୍ତ ମହୋତ୍ସବ ରେ ଯୋଗଦାନ ଦେଇଥିବା ଦେଖିବାକୁ ମିଳିଥିଲା!ମନ୍ଦିର କମିଟିର ସଭାପତି ତଥା ସମାଜସେବୀ, ବରିଷ୍ଠ ଓକିଲ ଜୟଦେବ ପରିଡା ଓ ସମସ୍ତ ସଦସ୍ୟ ବହୁ ସୁଚାରୁ ରୂପେ ମନ୍ଦିର ପ୍ରତିଷ୍ଠା ମହୋତ୍ସବ କୁ ପରିଚାଳନା କରିଥିଲେ!ଦଳୀୟ ପ୍ରାର୍ଥୀ ଟିକେଟ ଘୋଷଣା ହେବାପରେ ନବରଙ୍ଗପୁର ସାଂସଦ ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ, ଉମରକୋଟ ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ, ମୁନୀସିପାଲୀଟି ଅଧ୍ୟକ୍ଷା ଶ୍ରୀମତୀ ରାଧା ମାତ୍ରା, ବିଜେଡି ବିଧାୟିକା ପ୍ରାର୍ଥୀ ନବୀନା ନାୟକ, ଝରୀଗାଁ ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ତଥା ସାଂସଦ ରମେଶ ମାଝୀ ବାବା ବୈଦ୍ୟନାଥ ଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ!(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)