କେନ୍ଦୁ ଗଛ ରେ ଭାଲୁ ଚଢିନ।କେଦମ କଲା ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ…………
ଉମରକୋଟ – ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡ। ନିକଟସ୍ଥ ଦ।ହିବେଡ। ଗ୍ରାମ ରେ ଏକ ଭାଲୁ କେନ୍ଦୁ ଖାଇବାକୁ ଯାଇ ଗଛ ଉପରକୁ ଚଡି ପଡି ଦିନ ତମାମ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ନ।କେଦମ କରି ଦେଇଛି। ମିଳିଥିବା ସୂତ୍ର ଅନୁସାରେ ଆଜି ସକାକେ ଦ।ହିବେଡ଼। ଗ୍ରାମ ନିକଟ ରେ ଥିବା ଏକ କେନ୍ଦୁ ଗଛ ଉପରେ ରେ ଏକ ଭାଲୁ ବସିଥିବା ପ୍ରଥମେ ଦ।ହିବେଡ଼। ଗ୍ରାମ ବାସି ଦେଖି ଭୟଭୀତ ହେଇ ଉମରକୋଟ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇ ଥିଲେ। ଉମରକୋଟ ରେଞ୍ଜର ଦେବ ସ୍ମିତା ସାହୁଙ୍କ ନିର୍ଦ୍ଧେଶ କ୍ରମେ ବେହେଡ। ବନପାଳ ଜସ୍ମି ରାଣୀ କିସ୍କୁ, ବନ ପାଳ ସ୍ଥିତି ପ୍ରଜ୍ଞା ତ୍ରିପାଠୀ, ସୁଧୀର ପଟନାୟକ ବନ ରକ୍ଷୀ, ପ।ର। ଷ୍ଟାଫ୍ ଯଦୁ ଯେଉଁଟ ଓ ଧନି ରାମ ଭତ୍ର। ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୩ ଘଣ୍ଟା ର ଚେଷ୍ଟା ପରେ କୌଶଳ କ୍ରମେ ଭାଲୁଟି କୁ ଗଛ ରୁ ଓହ୍ଲାଇବା ରେ ସଫଳ ହେଇ ଥିଲେ। ତେବେ ଭାଲୁ ଟି ଗଛରୁ ଓହ୍ଲାଇ ନିକଟରେ ଥିବା ଏକ କଲ ଭର୍ଟ ଭିତରକୁ ପ୍ରବେଶ କରି ଯାଇଛି। ଯେହେତୁ କଲ ବର୍ଟ ଉପରେ ଯାନବାହାନ ଚଳାଚଳ କରୁଛି ସେଥିରେ ଭୟଭୀତ ହେଇ ଭାଲୁ ଟି ବାହାରି ପାରୁନି ବୋଲି ବନପ।ଳ ଜସ୍ମୀ ରାଣୀ କିଷ୍କୁ ସୂଚନା ଦେବା ସହ କେନ୍ଦୁ ଖାଇବା କୁ ଯାଇ ଭାଲୁ ଟି ଗଛ ଚଡି ଥିଲା ବୋଲି ସୂଚନା ଦେଇଛନ୍ତି। ତେବେ ଏହି ଖବର ଲେଖା ବେଳକୁ ବି ଜଙ୍ଗଲ ବିଭାଗ କର୍ମଚାରୀ ଉକ୍ତ ସ୍ଥାନ କୁ ଘେରି କି ରହିଛନ୍ତି। ତେବେ ଭାଲୁ ଟି ଜଙ୍ଗଲ ଭିତରକୁ ପ୍ରବେଶ ନ କଲ। ଯାଇଁ ଆମେ ଅପେକ୍ଷା କରି ରହିବୁ ବୋଲି ବନ। ପ।ଳ ଜସ୍ମି ରାଣୀ କହିଛନ୍ତି।
(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)