November 23, 2024

କୁସୁମୀ ଅଲେଖ ମହିମା ଆଶ୍ରମରେ ନୂଆଖାଇ ପର୍ବ ପାଳିତ…

Share

 


କୋଟପାଡ଼ ବ୍ଲକ ଅନ୍ତର୍ଗତ କୁସୁମୀ ପଞ୍ଚାୟତ ସ୍ଥିତ ଅଲେଖ ମହିମା ଆଶ୍ରମ ଠାରେ ଧୁମ୍ ଧାମ ରେ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି। ସନ୍ଥ କବି ଭୀମ ଭୋଇ ଙ୍କ ଦ୍ଵାରା ଲେଖାଯାଇ ଥିବା ଗୋଟିଏ ବାଣୀ – ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ଏହି ବାଣୀ ପ୍ରତି ଆକୃଷ୍ଟ ହୋଇ ସିଦ୍ଧ ବଳରାମ ବାବା ଙ୍କ ଶିଷ୍ୟ ମଣି ବାବା କୁସୁମୀ ଅଂଚଳ ରେ ପଦାର୍ପଣ ପୂର୍ବକ ଧର୍ମ ଧାରା ଜନ ସଚେତନ କରାଇ ଆସିଛନ୍ତି। ଏହାପରେ ବ୍ରହ୍ମଲୀନ ପରିବ୍ରାଜକ ମହିମା ସନ୍ୟାସୀ ହରି ବାବା ଗୁରୁ ଙ୍କ ଗହଣରେ ଥାଇ ଚରମୂଳା କୁସୁମୀ ମହିମା ଧାମ ପ୍ରତିଷ୍ଠା କରାଇ ମହିମା ସନ୍ୟାସୀ ସଞ୍ଜୟ ବାବା ଙ୍କୁ ଏହି ମହିମା ଧାମ ର ସୁପରିଚାଳନା ପାଇଁ ସମସ୍ତ ଦାୟିତ୍ବ ଅର୍ପଣ କରିଥିଲେ। ସ୍ବର୍ଗତ ବାବା ମହୋଦୟ ଙ୍କ ପରଠାରୁ ଯୋରନ୍ଦା ଆଦେଶ ମୁତାବକ ଏହି ଧାମ କୁ ପ୍ରତିବର୍ଷ ବାର୍ଷିକ ମେଳା, ମାସିକ ବୈଠକ, ଏହି ପରିକି ଦୈନନ୍ଦିନ ମହିମା ରୀତି ନୀତି ଅନୁସାରେ ପରିଚାଳିତ ହୋଇ ଆସୁଅଛି। ଆଶ୍ରମ ରେ ଗୋ ସେବା, ଜରା ସେବା, ନାନା ପ୍ରକାର ଔଷଧୀୟ ଗୁଳ୍ମଲତା ରୋପଣ ପୂର୍ବକ ଆୟୁର୍ବେଦ ଚିକିତ୍ସା ଯୋଗାଇ ଆସୁଛନ୍ତି। ଏହିପର୍ବ ପ୍ରତ୍ୟେକ ବର୍ଷ ଆମ୍ବ ନୂଆଁଖାଇ ଓ ଧାନ ନୂଆଁଖାଇ ସମୟ ରେ ଅନୁଷ୍ଠିତ ହୋଇଥାଏ। ପ୍ରତି ବର୍ଷ ପରି ଚଳିତ ବର୍ଷ ଚୋଇତ୍ର ଦ୍ୱିତୀୟା ତିଥି 27/03/2024 ରିଖ ବୁଧ ବାର ଦିନ ବିଶ୍ଵ ଶାନ୍ତି ଅଖଣ୍ଡ ବ୍ରହ୍ମ ଧ୍ଵନୀ ପାଇଁ ମହିମା ମେଳା ଅନୁଷ୍ଟିତ ହୋଇଥିଲା। 21 ଶାଖା ଝାଡୋ ରେ ବତି ପ୍ରଜ୍ବଳନ ପୂର୍ବକ ବ୍ରହ୍ମଧ୍ଵନୀ ରେ ହବ୍ୟାହୁତି ପ୍ରଦାନ କରି ବିଶ୍ଵ ବାସି ଙ୍କ ଶାନ୍ତି ସକାଶେ ପ୍ରଥାନ କରାଯାଇ ଥିଲା। ରାତ୍ରରେ ନାମ ଭଜନ, ସଂସ୍କୃତିକ କାର୍ଯକର୍ମ ଲୋକ ଲୋଚନ କୁ ଅଣାଯାଇଥିଲା । ପ୍ରାତଃ ବ୍ରହ୍ମ ମୁହୂର୍ତ୍ତ ରେ ନୂତନ ମୁର୍ତିକା ଗାତ୍ର ରେ ଅମୁନିଆ ପ୍ରସାଦ ଅଲେଖ ଶୂନ୍ୟ ପ୍ରଭୁଙ୍କ ଠାରେ ଅର୍ପଣ କରି ଆବାଳ ବୃଦ୍ଧ ସମସ୍ତଙ୍କୁ ବଣ୍ଟନ କରାଯାଇ ଥିଲା। 28/03/24 ତାରିଖ ରେ ଧ୍ଵନୀ ରେ ପୂର୍ଣ୍ଣାହୁତି କରାଯାଇ ସମସ୍ତଙ୍କ ମଧ୍ୟରେ ଭାତୃଭାବ ଜାଗୃତ କରିଥିଲେ। ଆଶ୍ରମ କାର୍ଯ୍ୟକର୍ମ ରେ ଶ୍ରୀମତ ନିମାଇ ବାବା, ସୁମନ୍ତ ବାବା, ହୃଷୀକେଶ ବାବା, ସୁରେଶ ବାବା, ବନମାଳୀ ବାବା, ତୁଳସୀ ବାବା, ଶେଷଦେବ ବାବା ଓ ବଡ଼ଭାଇ ମହେଶ୍ୱର, କୁର୍ତିବାଶ, ମଧୁ ଭାଇ ଙ୍କ ସମେତ ସହଶ୍ରାଧୀକ ସାଧୁ ଭକ୍ତ ଏହି ପର୍ବ ରେ ସହଯୋଗ କରିଥିଲେ। କୋଟପାଡ଼ବ୍ଲକ ପୂର୍ବତନ ଅଧକ୍ଷ ଶ୍ରୀ ନୀଳକଣ୍ଠ ପୂଜାରୀ,ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ, ଅନାମୁ ଦିଆନ,ରୂପଧର ଭତ୍ରା ସମେତ କୁସୁମୀ ଗ୍ରାମର ଝା ପଣ୍ଡା, ସନ୍ତୋଷ ବ୍ରହ୍ମା, ଲୁଲୁ ବିଶୋଇ, ନୀଳକଣ୍ଠ ନାୟକ, ତ୍ରିପତି ବିଶୋଇ ସହ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ଥିଲେ। (କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା)