ଆଜିର ଖବର…
୧-ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି।
୨-୧୫ ଲୋକସଭା ଓ ୭୨ ବିଧାନସଭା ଆସନ ପାଇଁ ବିଜେଡ଼ିର ପ୍ରାର୍ଥୀ ତାଲିକା ଘୋଷଣା। ହିଞ୍ଜିଳିରୁ ନବୀନ ଓ ସମ୍ବଲପୁରରୁ ଲଢ଼ିବେ ବବି।
୩-ମିଶୁ ମିଶୁ ମିଳିଲା ମନ୍ମଥଙ୍କୁ ଟିକେଟ୍ । ମାତ୍ର ଅଢେଇ ଘଣ୍ଟାରେ ଟିକେଟ୍ ଉପହାର ଦେଇ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ କଲା ବିଜେଡି।
୪-ବିଜେଡ଼ିର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା: କନ୍ଧମାଳରୁ ଲଢ଼ିବେ ଡ. ଅଚ୍ୟୁତ ସାମନ୍ତ।
୫-ପୁରୀ ରାଜନୀତି ସରଗରମ: ମହେଶ୍ୱରଙ୍କ ସ୍ଥାନରେ ପୁଅ ସୁନୀଲ।
୬-କଂଗ୍ରେସର ସବୁ ପଦପଦବୀରୁ ଇସ୍ତଫା ଦେଲେ ସୁର ରାଉତରାୟ।
୭-ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାକୁ ମିଳିଛି ସଫଳତା, ଲୋକମାନଙ୍କୁ ମିଳୁଛି ଆଗୁଆ ସତର୍କତାମୂଳକ ସୂଚନା ଓ ପିଲା ପଢୁଛନ୍ତି ବିପର୍ଯ୍ୟୟ ପରିଚାଳନା ପାଠ।
୮-କଟକ SCB ମେଡ଼ିକାଲ ପରିସରରେ ଅଭାବନୀୟ ଘଟଣା; କନେଷ୍ଟବଳ ସ୍ବାମୀର ଶବ ନେବାକୁ ୨ ମହିଳାଙ୍କ ଟଣାଓଟରା।
୯-୩୦ରୁ ପୁଣି କାଳବୈଶାଖୀ ସମ୍ଭାବନା:୨-୩ଡିଗ୍ରୀ ବଢ଼ିବ ପାରଦ।
୧୦-ପିପିଲି:କୂଅ ପାଣିକୁ ନେଇ ଗୋଷ୍ଠୀ ସଂଘର୍ଷ ଓ ବୋମା ମାଡ଼ ୩ ଅଟକ।
୧୧-ଭୁବନେଶ୍ୱର: ନିର୍ବାଚନ ପାଇଁ ପୁଲିସର ପ୍ରସ୍ତୁତି,୧୪୯ ବୁଥ୍ ସମ୍ବେଦନଶୀଳ।
୧୨-କମିସନରେଟ୍ ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ବନ୍ଧୁକ ମାଫିଆ । ୫ ବନ୍ଧୁକ, ମାଗାଜିନ୍, ବିପୁଳ ଗୁଳି ସହ ୨ ଗିରଫ ।
୧୩-ଜଗତସିଂହପୁର:ମା’ ଶାରଳାଙ୍କ ପୀଠରେ ଯମୁନା ସ୍ନାନ ଯାତ୍ରା ପାଳିତ।
୧୪-ବଲାଙ୍ଗୀରରେ ୫୦୦ ଟଙ୍କିଆ ନକଲି ନୋଟ ଜବତ, ୨ ଗିରଫ
୧୫-ଲୋକପାଳର ବିଚାର ବିଭାଗୀୟ ସଦସ୍ୟ ଭାବେ ଶପଥ ନେଲେ ଜଷ୍ଟିସ ରିତୁରାଜ ଅୱସ୍ଥି।
୧୬-୧୩୫ କୋଟି ଟଙ୍କା ଆଦାୟ ପରେ କଂଗ୍ରେସର ୫୨୪ କୋଟି ଟଙ୍କାର ‘ବେହିସାବି କାରବାର’ ଉପରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ।
୧୭-ଟାଟା ସହିତ ହାତ ମିଳାଇଲା ହିନ୍ଦୁସ୍ତାନ ପେଟ୍ରୋଲିୟମ, ଦେଶରେ ଲଗାଇବେ ୫ ହଜାର ଇଭି ଚାର୍ଜିଂ ଷ୍ଟେସନ।
୧୮-ଶିକ୍ଷକ ନିଯୁକ୍ତି ଦୁର୍ନୀତି – ପଶ୍ଚିମବଙ୍ଗ ମନ୍ତ୍ରୀଙ୍କୁ ପଚରାଉଚୁରା କଲା ଇଡି।
୧୯-୫ଟି ଦେଶର ରାଷ୍ଟ୍ରଦୂତଙ୍କୁ ସ୍ୱୀକାର କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
୨୦-ଭାରତରେ ସାନୋଫି ଟିକା ବଣ୍ଟନ କରିବ ଡ଼ ରେଡ୍ଡୀ।
୨୧-ସେନସେକ୍ସ ୫୨୫ ପଏଣ୍ଟ ବୃଦ୍ଧି,ନିଫ୍ଟି ୧୧୯ରେ ବନ୍ଦ।
୨୨-ଆଇପିଏଲର ଐତିହାସିକ ମ୍ୟାଚ୍, ରନର ପାହାଡ଼ ତଳେ ଦବିଗଲା ମୁମ୍ବାଇ, ୩୧ ରନରେ ଜିତିଲା ହାଇଦ୍ରାବାଦ।
🙏ସୁପ୍ରଭାତ, ଗୁଡମର୍ଣିଂ🙏