November 23, 2024

କହୁ କହୁ କହିଦେଲେ,ବବି କାହିଁକି ଭୁଲ କରିବେ ?

Share

ସମ୍ବଲପୁର: କହୁ କହୁ କହିଦେଲେ କର୍ମୀଙ୍କ ଜୋସ୍ ବଢ଼ାଇବାକୁ।ତା ମାନେ ନୁହେଁଯେ ସେ ଜାଣି ଶୁଣି ଭୁଲ୍ କରିବେ।ହେଲେବି ବଡ ଚର୍ଚା ସମ୍ବଲପୁର ଲୋକସଭା ଆସନରୁ ବବି ଓରଫ ପ୍ରଣବ ପ୍ରକାଶ ଦାଶ ଲଢ଼ିବେ। ପୁଣି ତାଙ୍କ ନିର୍ବାଚନ ମଣ୍ଡଳୀରୁ ସେ ବିଧାୟକ ପ୍ରାର୍ଥୀ ଭାବେ ମଧ୍ୟ ଏକା ସହିତ ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାର୍ଚନ ଲଢ଼ିବେ।ଏଭଳି ଅପପ୍ରଚାରକୁ ନିଜର ବିଜେଡି ଦଳୀୟ କର୍ମୀ ମାନେହିଁ ପ୍ରଚାର କରୁଛନ୍ତି।କିନ୍ତୁ ଏ ବିଷୟରେ ଦଳ କି ବବି ଦାଶ ବର୍ତ୍ତମାନ ମୁହଁ ଖୋଲୁ ନାହାଁନ୍ତି। ଯଦି ବବି ଏ ବାବଦରେ ପଦ ଟିଏ ବର୍ତ୍ତମାନ କହନ୍ତେ ତେବେ ଏହାକୁ ନେଇ ସତ ବୋଲି କିଛି ଧରାଯାନ୍ତା।ହେଲେ ପ୍ରଶ୍ନ ଉଠୁଛୁ ବବି ଦାଶ ଏମିତି ଭୁଲ କରିବେ କାହିଁକି ? ସେ କାହିଁକି ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବେ? ସେମିତିରେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ମୈଦାନକୁ ଉତୁରି ସାରିଲେଣି। ତେବେବି ଲୋକଙ୍କ ବିଶ୍ୱାସ ହେଉଛିକି ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବେ !

ଏଭଳି ଅସମାହିତ ପ୍ରଶ୍ନ ଭିତରେ ବିଜେଡିର ଅସଲ ଲୋକସଭା ପ୍ରାର୍ଥୀ କିଏ ହେବେ ଓ କାହିଁକି ଆଉ ଦିନେ ୨ ଦିନ ଭିତରେ ସ୍ପଷ୍ଟ ହୋଇଯିବ। ହେଲେ ବବି ଯେ ସମ୍ବଲପୁର ଲୋକସଭା ଆସନରୁ ଠିଆ ହେବେ ଏହା ଆଦୌ ବିଶ୍ୱାସ ଯୋଗ୍ୟ ନୁହଁ। କାରଣ ଏହି ପ୍ରତିନିଧି ବାରମ୍ବାର କହିଆସୁଛି ଓଡିଶା ରାଜନୀତିର ସମିକରଣ ବଦଳୁଛି।ବିଜେଡି ସୁପ୍ରିମୋ ନଵୀନଙ୍କ ବିଜେପି ଶିର୍ଷ ନେତାଙ୍କ ସହ କଥା ଛିଡିଛି।ତେଣୁ ବିଜେପି ଓ ବିଜେଡି ଭିତରେ ଭାଗବଣ୍ଟାର ଅନ୍ତିମ ସ୍ୱାକ୍ଷର ଆଉ କାହା ହାତରେ ନାହିଁ,କେବଳ ନବୀନଙ୍କ ଛଡା।ଦେଶରେ ରାଜ୍ୟରେ ବିଜେପି-ବିଜେଡି ୨ ଭାଇଙ୍କ ମଧ୍ୟରେ ଯେଉଁ ବୁଝାମଣା ସରିଛି ତାହା ସାଧାରଣ ନିର୍ବାଚନ ପରେ ସ୍ୱଷ୍ଟ ହେଉଥିବାରୁ ୨ ଦଳ ମଧ୍ୟରେ ପରସ୍ପର ବିରୋଧି ପ୍ରାର୍ଥୀ ଦେଇ ଆଉ କିଏ କୌଣସି ରିକ୍ସ ନେବାକୁ ଚାହୁଁ ନାହାନ୍ତି। ଏପରିକି ନବୀନ ମଧ୍ୟ କୌଣସି ବଡ ରିକ୍ସ ନଉଠାଇ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ରହିବାକୁ ୨ ଭାଇ ଦଳ ମଧ୍ୟରେ କଥା ଛିଡିଛି।ତେଣୁ ବବି ଯଦିଓ ଜିଲ୍ଲାର ପର୍ଯ୍ୟବେକ୍ଷକ ତେବେ ତାଙ୍କ ଅନୁମତିରେ ବିଧାନସଭା ପ୍ରାର୍ଥି ମଧ୍ୟ ଦିଆଯାଉନି। ସମ୍ବଲପୁର ଏକ ମର୍ଯ୍ୟାଦାପୂର୍ଣ୍ଣ ଆସନ ଓ ପଶ୍ଚିମାଞ୍ଚଳରେ ବିଭକ୍ତ ଓଡିଶା ପାଇଁ ଯେଭଳି ସ୍ୱର ଉଠିଲାଣି ତାକୁ ପ୍ରଶମିତ କରି ବିଜେଡି କର୍ମୀ ମହଳରେ କେବଳ ଏକ ଉତ୍ସାହ ସଂଗଠିତ ଚିନ୍ତାଧାରା ପୁରାଇବାକୁ ଏକଦା ମୁଖ୍ୟମନ୍ତ୍ରୀ ଚାହିଁଲେ ସେ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ଏକ ଫୋକସ ବାଣୀ ଶୁଣାଇ ସମ୍ବଲପୁର ଜନତାଙ୍କ ହୃଦୟକୁ ଜିଣିବାକୁ ଏକ ପ୍ରୟାସ କରିଥିଲେ। କିନ୍ତୁ ବାସ୍ତବରେ ଯେ ସେ ସମ୍ବଲପୁର ଲୋକସଭା ଆସନରୁ ଛିଡା ହେବେ ଓ ସମ୍ବଲପୁର ବାସୀ ତାଙ୍କୁ ବିଶ୍ୱାସକୁ ନେଇ ଭୋଟ ଦେବେ ଏହା ବିଶ୍ୱାସ ଯୋଗ୍ୟ ହେଉନି। ପୁଣି ଯେଉଁ ବିଜେଡି ନେତା ଓ କର୍ମୀ ବବି ଦାଶଙ୍କ ପାଇଁ ପ୍ରଚାର କରିବେ ସେମାନେ ମଧ୍ୟ ନିଜ ଅଞ୍ଚଳରୁ ତଡା ଖାଇବା ଭଳି ଅପମାନିତ ହେବାର ଭୟ ଘାରିଛି।
ସମ୍ବଲପୁରୀ ଭାଷାକୁ ସ୍ୱୀକୃତି ମିଳିବାରେ ବିଳମ୍ଭ,ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନାରେ ଅସହଯୋଗ,ମହାନଦୀ ଜଳକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ଟାଳଟୁଲି ନିତି,ପଶ୍ଚିମ ଓଡିଶାରେ ମେଡିକାଲ ସେବା ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ,ଶୀତଳ ଶଷ୍ଠୀ ଭଳି ଯାତ୍ରା ପ୍ରତି ଅଣଦେଖା,ମହାନଦୀ ଜଳ ବ୍ୟବହାର ନେଇ ସରକାରୀ ଉଦାସୀନତା,ପଶ୍ଚିମ ଓଡିଶାର ଅଧିକାଂଶ ଡାକ୍ତର ଖାନା, ସ୍କୁଲ, ଅଫିସରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତିରେ ତୀବ୍ର ଅବହେଲା ଭଳି ନଜିର ଥିବାରୁ ପଶ୍ଚିମାଞ୍ଚଳ ବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ନେଇ ବାରମ୍ବାର ଅଭିଯୋଗ ହେଉ ଥିବାରୁ ସହଜରେ ଯେ ଜଣେ ଉପକୂଳିଆ ନେତାଙ୍କୁ ଅବିଭକ୍ତ ସମ୍ବଲପୁର ବାସୀ ଗ୍ରହଣ କରିବେ ତାହା ଭାବିବା ଭୁଲ ବୋଲି ବବି କ’ଣ ଜାଣି ନାହାଁନ୍ତି ? ଯଦି ଏହା ଭୁଲ ଓ ବବି ଯଦି ପ୍ରକୃତରେ ଚାହାଁନ୍ତି ତେବେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପ୍ରତି ତାଙ୍କର କଣ ଆଭିମୁଖ୍ଯ ରଖିଥିଲେ ବା ବର୍ତ୍ତମାନ ରଖିବାକୁ ଚାହାଁନ୍ତି ଦିନେ ମୁହଁ ଖୋଲିଛନ୍ତିକି?ଏଭଳି ଅନେକ ଅସମାହିତ ପ୍ରଶ୍ନ ଥିବା ବେଳେ ବବିଯେ ବାସ୍ତବରେ ସମ୍ବଲପୁର ଲୋକସଭା ଆସନ ପାଇଁ ଆଗ୍ରହୀ ଏହା ସହଜରେ କୌଣସି ସାଧାରଣ ଜ୍ଞାନ ଥିବା ଲୋକ ଗ୍ରହଣ କରିବେନି। ପୁନଶ୍ଚ ବିଜେପି ଓ ବିଜେଡି ମଧ୍ୟରେ ଯଦି ମେଣ୍ଟ ପାଇଁ କିଏ ଆଗ୍ରହ ତେବେ ଶୀର୍ଷ ସ୍ଥାନରେ ବବି ଓ ପାଣ୍ଡିଆନଙ୍କ କଥା ଉଠିବ। ଏ ୨ ନେତାଙ୍କ ବ୍ୟତିତ ଅନ୍ୟମାନେଯେ ମେଣ୍ଟ ପାଇଁ କିଛି ଆଲୋଚନା କରିଥିବେ ବା ଆଗକୁ କ’ଣ ହେବ ଜାଣିଥିବେ ବିଲି ବିଶ୍ୱାସ ହେଉନି।

ଉପରକୁ ମେଣ୍ଟ ହୋଇ ନଥିଲେବି ଭିତରେ ମେଣ୍ଟ ସରିଛି।ଯାହାକି ଉପର ଶିର୍ଷ ନେତାଙ୍କୁ ବାଦ୍ ଦେଲେ ଆଉ କିଏ ଜାଣିଥିବ ଏହା ବିଶ୍ୱାସ ହେଉନି।ସାଧାରଣ ନିର୍ବାଚନକୁ ମାପିଚୁପି ଉଭୟ ଦଳର ସମ୍ମାନ ରକ୍ଷା ପାଇଁ ଚାଲିଥିବାରୁ ଓ ଭି.କେ.ପାଣ୍ଡିଆନ ଏହାର ଚମ୍ପିଆନ ଆଖ୍ୟା ନେବାକୁ ଯାଉଥିବାରୁ ବିଜେପି ଓ ବିଜେଡି ମଧ୍ୟରେ ତାରକା ପ୍ରାର୍ଥୀ ଅପେକ୍ଷା କିଏ ସବୁ ଲଢ଼ବାକୁ ଅଛି ଅପେକ୍ଷା କରନ୍ତୁ। ବିଜେଡିର ଉଭୟ ଲୋକସଭା ଓ ବିଧାନସଭା ଆସନରେ ଯେଉଁ ସବୁ ପ୍ରାର୍ଥୀହେବେ ତାହା ଆଗକୁ ନିଶ୍ଚୟ ଏକ ସୂଚନା ଦେବ ଏହା ନିଃସନ୍ଧେହ। ଦୀର୍ଘ୍ୟ ୧ ମାସରୁ ଅଧିକ ସମୟ ଧରି ଏହି ପ୍ରତିନିଧି କହି ଆସୁଥିବା ରାଜନୈତିକ ସମିକରଣର ରୂପ କ’ଣ ହେବ ତାହା ବଡ କଥା ନୁହେଁ,ସବୁଠୁ ବଡ କଥା ହେଲା, ଅବିଶ୍ୱାସ ହେଲେବି ସତ ହେବାକୁ ଯାଉଥିବା ଅସଲ ଘଟଣା କ’ଣ? ଏହା ଜାଣିବାକୁ ଯେଉଁ ଉତ୍ସୁକତା ଲୋକଙ୍କ ମନ ଭିତରେ ରହିଛି,ସେ ଭିତରେ ବବି ଭାଇବି ଥିବାରୁ ତାଙ୍କ ଭଳି ବିଚକ୍ଷଣ ରାଜନୈତିକ ଯେ ଏଭଳି ଭୁଲ କରି ସମ୍ବଲପୁର ଲୋକସଭା ଆସନରେ ଛିଡା ହେବେ ଏଭଳି ଆଶା କରିବା ଭୁଲ ହେବ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଭାଷାରେ ବିଜେପିର ଏକାକି ସରକାର ଗଠନ ଓ ଡବଲଇଞ୍ଜିନ କଥା କହୁଥିବା ସଂକେତ ଭିନ୍ନ ମୋଡକୁ ଯାଉଛି। ଏହାରବି ସମ୍ଭାବନା ଥିବାରୁ ସମ୍ବଲପୁର ଲୋକସଭା ଆସନରୁ ଶେଷ ମୁହୂର୍ତ୍ତରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରାର୍ଥୀ ନହେବେ କିଏ କହିବ? କେବଳ ସମ୍ବଲପୁର ନୁହେଁ ରାଜ୍ୟର ବିଭିନ୍ନ ଆସନରେ ବର୍ତ୍ତମାନ ଏକ ବିଚିତ୍ର ପ୍ରାର୍ଥୀଙ୍କ ଆବିର୍ଭାବ ହେବ,ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।କାରଣ ଆଗକୁ ଓଡିଶାରେ ରାଜନୈତିକ ସମିକରଣ ବଦଳିବା ଜଳ ଜଳ ଦେଖା ଦେଉଛି ।:(ରାଜାରାମ ଷଡଙ୍ଗୀ )