November 23, 2024
Share

➡️୧-‘ନୂଆ ଉର୍ଜା ଏବଂ ଉତ୍ସାହ ନେଇ ଆସୁ ରଙ୍ଗର ପର୍ବ’, ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୨-ଓଡ଼ିଶା ପ୍ରସିଦ୍ଧ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁଦୋଳ ମେଳଣ ୩୦ ତାରିଖ ଶନିବାର ଠାରୁ ହେବ ଆରମ୍ଭ । ଚଳିତବର୍ଷ ମେଳଣରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨ ହଜାର ସଂକୀର୍ତନ ମଣ୍ଡଳୀ ଏକତ୍ରିତ ହେବେ ।

➡️୩-ସାଧାରଣ ନିର୍ବାଚନ ପାଇଁ ନବୀନ ନିବାସରେ ଦଳୀୟ ନେତାଙ୍କୁ ନିର୍ବାଚନୀ ମନ୍ତ୍ର ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ l

➡️୪-ଖୁବଶୀଘ୍ର ମୋବାଇଲ୍‌ ରିଚାର୍ଜ କରିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଆଉ କିଛି ମାସ ପରେ ଟେଲିକମ୍ କମ୍ପାନିଗୁଡ଼ିକ ରିଚାର୍ଜ ମୂଲ୍ୟରେ ବୃଦ୍ଧି କରିବା ଆଶା କରାଯାଉଛି।

➡️୫-ଭାରତରେ ବୟସ୍କଙ୍କ ଉପରେ ଯକ୍ଷ୍ମା ଟିକାର କ୍ଲିନିକାଲ ପରୀକ୍ଷଣ ଆରମ୍ଭ କଲା ଭାରତ ବାୟୋଟେକ୍‌ l

➡️୬-ଚନ୍ଦ୍ରଯାନ-୩ର ଅବତରଣ ସ୍ଥାନକୁ ‘ଶିବ ଶକ୍ତି’ ବୋଲି କୁହାଯିବ, ପ୍ରଧାନମନ୍ତ୍ରୀଙ୍କ ନାମକରଣକୁ ଅନୁମୋଦନ ଦେଲା ଆଇଏୟୁ l ଏବେ ସାରା ବିଶ୍ୱ ସେହି ସ୍ଥାନକୁ ଶିବ ଶକ୍ତି ନାମରେ ଜାଣିବ।

➡️୭-ଝାଡ଼ାବାନ୍ତି ସଂକ୍ରମଣକୁ ରୋକିବା ପାଇଁ ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍‌ ନିୟୋଜିତ କରାଯାଉ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ l

➡️୮-ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟାହ୍ନ ୧୨ ଟାରେ ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ଠାକୁରାଣୀଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ।

➡️୯-ଭାରତ ସହ ବେପାର ପାଇଁ ପାକିସ୍ତାନ ବ୍ୟାକୁଳ, ଆଗ୍ରହ ଦେଖାଇଲେ ପାକିସ୍ତାନ ବିଦେଶମନ୍ତ୍ରୀ ଇଶାକ୍‌ ଦର୍‌ l

➡️୧୦-ଆମେଠି କିମ୍ବା ରାଏବରେଲିରୁ ନିର୍ବାଚନ ଲଢ଼ିପାରନ୍ତି ରାହୁଲ ଓ ପ୍ରିୟଙ୍କା: ୟୁପି କଂଗ୍ରେସ ମୁଖ୍ୟ ଅଜୟ ରାଏ ଦେଲେ ସୂଚନା l

➡️୧୧-ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ସ୍ଥାନ ପାଇଲେ ୪ ମହିଳା, ୬ଟି ସ୍ଥାନରେ ହେଲା ନେତା ପରିବର୍ତ୍ତନ l ଅପେକ୍ଷାରେ କଟକ, ଯାଜପୁର, କନ୍ଧମାଳ l

➡️୧୨-ଦେଶର ସ୍ୱାର୍ଥ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ମଳିତ ବିରୋଧୀ ଦଳ ଇଣ୍ଡିଆନ୍‌ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍‌ ଆଲାଏନ୍‌ସ (ଇଣ୍ଡିଆ) ଆସନ୍ତା ୩୧ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ମହା ରାଲି କରିବ l

➡️୧୩-ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ନବୀନ ଜିନ୍ଦଲ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଦେଲେ ଯୋଗ l

➡️୧୪-ଦୁନିଆରେ ଯେକୌଣସି ସମୟରେ ବ୍ୟାପିପାରେ ଆଉ ଏକ ମହାମାରୀ: କରୋନାର ୪ ବର୍ଷ ପରେ ଦ୍ୱିତୀୟ ଆଲର୍ଟ ଜାରି କଲା WHO l

➡️୧୫-ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି l ୟୁପିର ମେରଠ ଲୋକସଭା ଆସନ ପାଇଁ ଧାରାବାହିକ ‘ରାୟାୟଣ’ର ରାମ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତା ଅରୁଣ ଗୋଭିଲଙ୍କୁ ମିଳିଲା ଟିକେଟ l

➡️୧୬-ଉତ୍ତରପ୍ରଦେଶର ମୀରଟ ମୋଦିପୁରମର ଜନତା କଲୋନୀରେ ମୋବାଇଲ୍ ଚାର୍ଜିଂରେ ବେଳେ ଫାଟିଲା ବ୍ୟାଟେରୀ, ୪ ଛୁଆ ମୃତ, ଦମ୍ପତି ଗୁରୁତର l

➡️୧୭-‘ମସ୍କୋ ଆତଙ୍କବାଦୀ ଆକ୍ରମଣ ପଛରେ ୟୁକ୍ରେନର ହାତ ଥିବା ରାଷ୍ଟ୍ରପତି ପୁଟିନ୍ କଲେ ଅଭିଯୋଗ l ଏବେସୁଦ୍ଧା ଏହି ଆକ୍ରମଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଲାଣି l

➡️୧୮-ଆଇପିଏଲର ଚତୁର୍ଥ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ୨୦ ରନରେ କଲା ପରାସ୍ତ l

➡️୧୯-ଆଇପିଏଲ୍‌-୨୦୨୪ର ପଞ୍ଚମ ମ୍ୟାଚ୍‌ରେ ଗୁଜୁରାଟ ଟାଇଟନ୍ସ ୬ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ କଲା ପରାସ୍ତ l

➡️୨୦-ଆଇକନିକ୍ କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ଏଫ୍‌ସିର ଐତିହାସିକ ସଫଳତା: ପ୍ରଥମ ଥର ଜିତିଲା ଆଇଡବ୍ଲ୍ୟୁଏଲ୍‌ ଟ୍ରଫି l