ଵେବସାୟୀ ଙ୍କ ଠାରୁ ଟିକସ ଆଦାୟ l ଅସୁବିଧାରେ ମହିଳା ବ୍ୟବସାୟୀ …..
ଗଞ୍ଜାମ ସହରରେ ଐତିହାସିକ ଦୋଳ ଯାତ୍ରା ପାଇଁ ସମଗ୍ର ସହର ବର୍ତ୍ତମାନ ଠାରୁ ଉତ୍ସବମୁଖର ହେଲାଣି l ଗୁରୁବାର ଦିନ ଏକାଦଶୀ ଅବସରରେ ବିଭିନ୍ନ ସାହିରେ ଠାକୁର ମାନେ ବିମାନ ରେ ବସି ଶୋଭାଯାତ୍ରାରେ ସାହି ପରିକ୍ରମା କରିବା ସହ ନିଜ ନିଜ ସାହିରେ ଦ୍ୱାର ଭୋଗ ଖାଇଥିଲେ l ଯାହାକୁ ନେଇ ଗଞ୍ଜାମ ସହର ଚଳ ଚଞ୍ଚଳ ହେଉଛି l ଆସ୍ତେ ଆସ୍ତେ ବ୍ୟବସାୟୀ ଙ୍କ ଭିଡ଼ ସହ ଲୋକଙ୍କ ଭିଡ଼ ଲାଗିଲାଣି l ଲୋକଙ୍କ ସୁବିଧା ପାଇଁ ସହରରେ ସୁଲଭ ଶୌଚାଳୟ ନାହିଁ l ଯେଉଁ ଶୌଚାଳୟ କିଛି ଗତ କିଛି ମାସ ପୂର୍ବରୁ ରାଜ୍ୟ ସରକାର ଙ୍କ ଅର୍ଥ ବ୍ୟୟ ରେ ନିର୍ମାଣ ହୋଇଥିଲା l ସେଥି ମଧ୍ୟ୍ୟରୁ କେଉଁଟି ରେ କବାଟ ନଥିବା ବେଳେ କେଉଁଟିରେ ପାଣି ଠିକ ଭାବେ ଆସୁନଥିବା ଦେଖିବାକୁ ମିଳିଛିl l ଫଳରେ ଦୋଳଯାତ୍ରା ଅବସରରେ ବହୁ ଲୋକଙ୍କ ସମାଗାମ ହେଉଥିବା ବେଳେ ମୁଖ୍ୟତଃ ଭାବେ ମହିଳା ମାନଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି ହେବ l ମୁଖ୍ୟତଃ ଏହି ଯାତ୍ରା କୁ ବେଲୁନ ବିକାଳୀ ମାନେ ପଡୋଶୀ ରାଜ୍ୟ ଆନ୍ଦ୍ର ପ୍ରଦେଶ ରୁ ଆସିଥାନ୍ତି l ସେମାନେ ଯାତ୍ରା ପାଇଁ ୩ ଦିନ ଗଞ୍ଜାମ ସହର ରେ ରହିଥିବା ଦେଖିବାକୁ ମିଳେ l ଏପରିକି ମହିଳା ବ୍ୟବସାୟିଙ୍କ ଭିଡ଼ ହୋଇଥାଏ l ସହରରେ ଶୌଚାଳୟ ର ଏଭଳି ଅବସ୍ଥାରେ କିଭଳି ସେମାନେ ରହିବେ ତାହାକୁ ନେଇ ସାଧାରଣ ରେ ଆଲୋଚନା ହେଉଛି l
ବିଶେଷକରି ବଡ଼ ବଜାର ଷ୍ଟାଡିୟମ ସମ୍ମୁଖରେ ରହିଥିବା ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଶୌଚାଳୟ ଟିରେ ଗୁଡ଼ାଏ ଦିନ ହେଲା କବାଟ ବାହାରି ପଡିଛି l ଏବଂ ଠିକ ଭାବେ ପାଣି ଆସୁନଥିବା ଫଳରେ ତାହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ l ସହର କୁ ଆସୁଥିବା ମହିଳା ମାନଙ୍କ ପାଇଁ ଶୌଚାଳୟ ଯିବାନିମନ୍ତେ ନାହିଁ ନଥିବା ସମସ୍ୟା ସୃଷ୍ଟି କରୁଛି l ଅନ୍ୟପଟେ ସାନ ବଜାର ରେ ରହିଥିବା ଶୌଚାଳୟ ଟିରେ କବାଟ ର ତଳ ପାର୍ଶ୍ୱ ର ଏକ ଖଣ୍ଡ ଉଡିଯାଇଥିବା ଲକ୍ଷ କରାଯାଇଛି l ଏନେଇ ଏନଏସି କର୍ତ୍ୟୁପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି l ସେଗୁଡିକରେ ଫିନାଇଲ ପକାଯାଉ ନଥିବାରୁ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି l ତୁରନ୍ତ ଏନଏସି କର୍ତ୍ୟୁପକ୍ଷ ଏଥି ପ୍ରତି ଦୃଷ୍ଟ ଦେବାକୁ ସାଧାରଣରେ ଦାବୀ ଗେଉଛି l( ପ୍ରଦୀପ କୁମାର ପଣ୍ଡା)