ଖଡ଼କାଡେମ ରେ ବୁଡି ଯୁବକର ମୃତ୍ୟୁ..………
ଉମରକୋଟ – ଆଜି ଉମରକୋଟ ନିକଟସ୍ଥ ଖଡକାଡେମ ରେ ବୁଡ଼ି ଜଣେ ଯୁବକଙ୍କ ର ମୃତ୍ୟୁ ଘଟିଛି। ଯୁବକର ନା ହିତେଶ ସାମଲ ବୟସ ୨୧ ବର୍ଷ। ଯୁବକଙ୍କ ଘର ଯାଜପୁର ଜିଲ୍ଲା ଦଶରଥପୁର ଜିଲ୍ଲାର ବରିଆନା ଗ୍ରାମର।ହିତେଶ ଗତ ସୋମବାର ଦିନ ଉମରକୋଟ ରେ ରହୁଥିବା ଏକ ସମ୍ପର୍କୀୟ
ଙ୍କ ଘରେ ବୁଲିବା ପାଇଁ ଆସି ଥିଲେ। ଆଜି ହିତେଶ ଓ ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ସହ ଉମରକୋଟରୁ ବେହେଡା ଠାରେ ରହିଥିବା ଏକ ଅନ୍ୟ ଏକ ସମ୍ପର୍କୀୟ ଙ୍କ ଘରକୁ ବୁଲିବାକୁ ଯାଇଥିଲେ। ସେଠାରୁ ମୋଟ ୪ ଜଣ ଯୁବକ ମିଶି ବେହେଡା ନିକଟ ରେ ଥିବା ଖଡକା ଡେମକୁ ବୁଲିବାକୁ ଯାଇଥିଲେ। ପ୍ରାୟ ୧୧ ଟା ସମୟରେ ଗାଧେଇବା ପାଇଁ ଡେମ ଭିତରକୁ ୩ ଜଣ ସାଙ୍ଗ ପ୍ରଵେଶ କରିଥିବା କିଛି ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି। କିନ୍ତୁ ଗଭୀର ପାଣି ଭିତରେ ହିତେଶ ହଠାତ ନିଖୋଜ ହେଇ ଯାଇଥିଲେ। ତେବେ ସେହି ସମୟରେ ସାଙ୍ଗରେ ଗାଧଉ ଥିବା ଅନ୍ୟ ୨ ଜଣ ସାଙ୍ଗ ମାନେ ବହୁ ସମୟ ଖୋଜା ଖୋଜି କରିବା ପରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟରେ ଥିବା ପୂଜାରିଗୁଡ଼ା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ।ଖବର ପାଈଁ ଉମରକୋଟ ପୋଲିସ ଓ ଦମକଳ ବାହୀନି ମଧ୍ୟ ଘଟଣା ସ୍ଥଳରେ ପହଂଚି ସାରି ଥିଲେ। ତେବେ ମେଡ଼ିକାଲ ପହଞ୍ଚିବା ପୂର୍ବରୁ ହିଁ ହିତେଶ ଙ୍କ ପ୍ରାଣ ବାୟୁ ଉଡି ଯାଇଥିବା ଚିକିତ୍ସା କରି ଥିବା ଡକ୍ଟର ପତିତ ପାବନ ଦ୍ବିବେଦୀ ସୁଚନା ଦେଇଛନ୍ତି। ଡକ୍ଟର ଦ୍ବିବେଦୀ ଶବ ବ୍ୟବଚ୍ଛେଦ ପାଇଁ ତୁରନ୍ତ ଉମରକୋଟ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇ ଥିଲେ। ପରିବାର ଲୋକ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଉମରକୋଟ ପୋଲିସ ଶବ ବ୍ୟବଚ୍ଛେଦ ପାଈଁ ଉମରକୋଟ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କୁ ଅନୁରୋଧ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ମର ଶରୀରକୁ ନେଇ ଯାଜପୁର ଚାଲି ଯାଇ ଥିବା ଜଣାପଡିଛି।ଉମରକୋଟ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା କୁ ତଦନ୍ତ କରୁଛି ବୋଲି ଉମରକୋଟ ଥାନା ଆଇଆଇସି ଡମ୍ବରୁଧର ପ୍ରଧାନ ସୁଚନା ଦେଇଛନ୍ତି।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍ .ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)