ଆଜିର ଖବର…
➡️୧-ଆଜିଠାରୁ ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହେବ +୨ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରତ୍ରିୟା l ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ଏପ୍ରିଲ ୨ତାରିଖ ପର୍ଯ୍ୟନ୍ତ ପ୍ରାୟ ୬୫୦୦ ଶିକ୍ଷକ ଶିକ୍ଷୟତ୍ରୀ ଖାତା ଦେଖିବାକୁ ହେବେ ନିୟୋଜିତ ।
➡️୨-ପରଲୋକରେ ବରିଷ୍ଠ ବିଜେଡି ନେତା ଦାମ ରାଉତ । ସକାଳ ୫ଟା ୨୩ ମିନିଟରେ ହେଲା ଦେହାନ୍ତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ପକ୍ଷରୁ ମିଳିଲା ସୂଚନା l
➡️୩-କମ ସନ୍ତାନ ଜନ୍ମ କରୁଛନ୍ତି ଭାରତୀୟ, ପ୍ରଜନନ ହାର ହେଲା ୨ରୁ ବି କମ, ରିପୋର୍ଟରେ ଅନୁମାନ କରାଯାଇଛି ଯେ ୨୦୫୦ ସୁଦ୍ଧା ଆହୁରି କମିବ ଦେଶର ଜନସଂଖ୍ୟା l
➡️୪-ଭାରତୀୟ ଇତିହାସରେ ହେଲା ପ୍ରଥମ, ୧୦୦ କୋଟି ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀର କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କଲା ଗିରଫ l ଆଜି କୋର୍ଟ ରେ ହେବେ ହାଜର l
➡️୫-ଓଡ଼ିଶାର ୨୫୦ରୁ ଅଧିକ ସହର, ଗ୍ରାମାଞ୍ଚଳ ଉପଲବ୍ଧ ହେଲା ଜିଓ ଏୟାରଫାଇବର l
➡️୬-ଭାରତକୁ ଝଟ୍କା ଦେଲା UAE: ୮୭ ଦେଶକୁ ଦେଲା ଭିସାମୁକ୍ତ ପ୍ରବେଶର ଅନୁମତି, ତାଲିକାରେ ନାହିଁ ଇଣ୍ଡିଆର ନାଁ l
➡️୭-୨୦ ଲକ୍ଷ ଟଙ୍କା ସରକାରୀ ଅର୍ଥ ହଡ଼ପ ଅଭିଯୋଗ ରେ ଭିଜିଲାନ୍ସ ହାତରେ ବନ୍ଦା ହେଲେ ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର ।
➡️୮-ବେଙ୍ଗାଲୁରରେ ୧୧୦ଥର ଅସଫଳ ହେବାପରେ ୭୫ଜଣ ସେଫ ମିଶି ତିଆରି କଲେ ୧୨୩ଫୁଟର ଦୋସା l ଗିନିଜ ୱାଲର୍ଡ ରେକର୍ଡ କଲା ହାସଲ l
➡️୯-କଟକ ସାଂସଦ ଭର୍ତ୍ତୃହରି ମହତାଙ୍କ ବଢିଲା ଅଡୁଆ, ୧୩ ବର୍ଷ ତଳେ ଥାନା ଏଏସଆଇଙ୍କୁ ମାଡ ମାରିବା ଅଭିଯୋଗରେ କଟକର ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟରେ ଦାଖଲ ହେଲା ଚାର୍ଜସିଟ୍ l
➡️୧୦-ଝାରସୁଗୁଡ଼ାରେ ବ୍ୟାପୁଛି ଥଣ୍ଡା ଜ୍ବର l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଲାଗୁଛି ଲମ୍ବା ଲାଇନ୍ l ମାର୍ଚ୍ଚ ମାସରେ ଏବେ ସୁଦ୍ଧା ପ୍ରାୟ ୪ ହଜାର ୧୮୮ ଜଣ ରୋଗୀ ଚିକିତ୍ସିତ ହେଲେଣି ।
➡️୧୧-ଓଡ଼ିଶା ସମେତ ୪ ରାଜ୍ୟରେ ୮ ପୁଲିସ ଅଧିକାରୀ ଓ ୫ ଜିଲ୍ଲାପାଳଙ୍କୁ ବଦଳି କଲେ ନିର୍ବାଚନ ଆୟୋଗ l
➡️୧୨-କୋର୍ଟ ଅବମାନନା ମାମଲାରେ ନୋଟିସ୍ ଲାଗିବା ପରେ ସୁପ୍ରିମକୋର୍ଟଙ୍କୁ କ୍ଷମା ପ୍ରାର୍ଥନା ମାଗିଲେ ଯୋଗଗୁରୁ ବାବା ରାମଦେବ। କହିଲେ ଆଗକୁ ଏଭଳି ଭୂଲ୍ ହେବ ନାହିଁ । ପୂର୍ବରୁ ଚାଲୁଥିବା ବିଜ୍ଞାପନକୁ ହଟାଇ ଦିଆଯିବ ।
➡️୧୩-ସୁପ୍ରିମକୋର୍ଟରେ ଦିବ୍ୟାଙ୍ଗଙ୍କ ହେଲ୍ପ ଡେସ୍କ ଉଦଘାଟନ କଲେ CJI, ମିଡିଆ ଓ କ୍ୟାମେରାମ୍ୟାନଙ୍କ ନିମନ୍ତେ ହେଲା ବ୍ୟବସ୍ଥା l
➡️୧୪-ବିକଶିତ ଭାରତ ସମ୍ପର୍କ ବ୍ୟାନର ନାଁରେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ବିଷୟରେ କହୁଥିବା ହ୍ବାଟ୍ସଆପ୍ ମେସେଜ ଉପରେ ରୋକ୍ ଲଗାଇଲେ ନିର୍ବାଚନ ଆୟୋଗ।
➡️୧୫-ଲୋକସଭା ନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶରୁ ଆସିଲା ବଡ଼ ଖବର, ଇଣ୍ଡିଆ ମେଣ୍ଟର ସମାଜବାଦୀ ପାର୍ଟି ସହ ଥିବା ଆପ୍ନା ଦଳ କମେରାବାଦୀଙ୍କ ସହ ଭାଙ୍ଗିଲା ସମ୍ପର୍କ l
➡️୧୬-ନିର୍ବାଚନୀ ବଣ୍ଡର ନମ୍ବର ସମେତ ତଥ୍ୟ ଜାରି କରିକଲେ ନିର୍ବାଚନ ଆୟୋଗ। ଏହି ନମ୍ବରଗୁଡ଼ିକ ବଣ୍ଡର କ୍ରେତାମାନଙ୍କୁ ଟଙ୍କା ଗ୍ରହଣ କରୁଥିବା ରାଜନୈତିକ ଦଳମାନଙ୍କ ସହିତ ମେଳ କରିବାରେ ସାହାଯ୍ୟ କରିପାରିବ।
➡️୧୭-ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ତାଙ୍କର ଡିପ୍ ଫେକ୍ ଅଡଲ୍ଟ ଭିଡିଓ କରିବା ଓ ଅନଲାଇନରେ ପ୍ରସାରଣ ନିମନ୍ତେ ୧୦୦,୦୦୦ୟୁରୋ ଅର୍ଥାତ ୯୦ ଲକ୍ଷ ଟଙ୍କା କ୍ଷତିପୂରଣ କଲେ ଦାବି l
➡️୧୮-ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ୍ ଆଜି ରାତି ୮ଟାରେ ହେବ ଆରମ୍ଭ। ୧୭ ତମ ସିଜିନ୍ ର ପ୍ରଥମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ମୁହାଁମୁହିଁ ହେବେ। ଆଇପିଏଲ୍ ର ଉଜ୍ଜ୍ୱଳ ଟ୍ରଫି ପାଇବା ପାଇଁ 10ଟି ଦଳ ମଧ୍ୟରେ ହେବ ଯୁଦ୍ଧ l
➡️୧୯-IPL 2024: ଅଧିନାୟକ ପଦରୁ ହଟିଲେ ଏମଏସ ଧୋନୀ, ଏଣିକି CSKର ମଙ୍ଗ ସମ୍ଭାଳିବେ ଋତୁରାଜ ଗାଏକ୍ଵାଡ଼ l
➡️୨୦-ଦକ୍ଷିଣ ଆଫ୍ରିକା କ୍ରିକେଟ୍ ତାରକା କେଶବ ମହାରାଜ ଆଯୋଧ୍ୟାସ୍ଥିତ ରାମମନ୍ଦିର ଗସ୍ତ କରି କଲେ ବହୁ ଦିନର ସ୍ବପ୍ନ ସାକାର l ଏସ୍୨୦ରେ ମହାରାଜ ଏଲ୍ଏସ୍ଜିର ସହଯୋଗୀ ଫ୍ରାଞ୍ଚାଇଜ୍ ଡର୍ବାନ ସୁପ ଜାଏଣ୍ଟସ୍ର ଅଧିନାୟକ ଅଛନ୍ତି।