August 10, 2026

ବନ୍ଧୁକ ତିଆରି କାରଖାନା ଠାବ, ଜଣେ ଗିରଫ…

gunn
Share

ନୀଳଗିରି,ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଏକ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି । ପୁଲିସ ଓ ବନବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଏନେଇ ଜଣେ ଶିକାରୀକୁ ଗିରଫ କରାଯାଇଛି । ନୀଳଗିରି ଥାନା ଅଧୀନ ମଲ୍ଲୀବଣିଆ ଗାଁର ଜଗବନ୍ଧୁ ସିଂ ନାମକ ଜଣେ ଶିକାରୀ ଦୀର୍ଘ ବର୍ଷ ହେବ ଦେଶୀ ବନ୍ଧୁକ ତିଆରି କରି ବିକ୍ରି କରୁଥିଲା । ଆଜି ନୀଳଗିରି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ, କୁଲଡିହା ରେଞ୍ଜ ଅଧିକାରୀ ପ୍ରବୀର ମୁର୍ମୁ, ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀ ପ୍ରମୁଖ ସଦଳବଳେ ଚଢ଼ଉ କରି ୪ଟି ଦେଶୀ ବନ୍ଧୁକ, ଲୁହା ବ୍ୟାରେଲ, ୨ଟି ପିସ୍ତଲ, ଡ୍ରିଲ ମେସିନ ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛନ୍ତି । ଏନେଇ ନୀଳଗିରି ଥାନାରେ ଆର୍ମ୍ସ ଆକ୍ଟ ଅନୁସାରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି ।
ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇ ଏ ସମ୍ପର୍କରେ ନୀଳଗିରି ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

 

(ଦେବାଶିଷ ଦାଶ୍ କ୍କ ରିପୋର୍ଟ)

You may have missed