March 12, 2026

ଏଡ ଏଟ୍ ଆକ୍ସନର ପୁରସ୍କାର ବିତରଣ ଉତ୍ସବ ଦକ୍ଷତାର ବିକାଶହିଁ କର୍ମ ନିଯୁକ୍ତିର ମାଧ୍ୟମ…

nji
Share

ସମ୍ବଲପୁର,ତା.୨୨।୦୩: ଗରୀବ ଓ ଅବହେଳିତ ପରିବାର ପାଇଁ ଓଡିଶାରେ ଶିକ୍ଷା ବ୍ୟବସ୍ଥା ଏକ କଠିଣ ପରିସ୍ଥିତିରେ ଗତି କରୁଥିବା ବେଳେ ବର୍ତ୍ତମାନ କର୍ମ ନିଯୁକ୍ତି ଏକ ବଡ ସମସ୍ୟା ହୋଇ ଠିଆ ହୋଇଛି।ଏଭଳି ଏକ ଘଡି ସନ୍ଧି ମୁହୂର୍ତ୍ତରେ ଦକ୍ଷତା ବିକାଶହିଁ କର୍ମ ନିଯୁକ୍ତିର ଏକ ମାତ୍ର ମାଧ୍ୟମ ହୋଇ ଦରିଦ୍ର ସୀମାରେଖା ତଳେ ଥିବା ଯୁବକ ଓ ଯୁବତୀ ମାନଙ୍କ ପାଇଁ ଏକ ବଡ ସାହାରା ହୋଇଛି ବୋଲି ଆଜି ଏଡ୍ ଏଟ୍ ଆକ୍ସନର ପ୍ରମାଣ ପତ୍ର ବିତରଣ ଉତ୍ସବରେ ବକ୍ତା ମାନେ ଗୁରୁତ୍ୱ ଆରୋପ କରିଛନ୍ତି।
ସମ୍ବଲପୁର ସହରର ହୋଟେଲ କାବେରୀ ଠାରେ ଆୟୋଜିତ ଏହି ଉତ୍ସବରେ ଏଡ୍ ଏଟ୍ ଆକ୍ସନର ଆଞ୍ଚଳିକ ପରିଚାଳକ,ପିଆରଓ ବଳବନ୍ତ କୁମାର ସିଂ ମୁଖ୍ୟଅତିଥି,ସମ୍ବଲପୁର କାନାରା ବ୍ୟାଙ୍କ ଏଜିଏମ୍ ଅଜିତ୍ କୁମାର ଜଗା,ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ଓ ଦ୍ୱାରିକା ଜ୍ୱେଲର୍ସର ସୁଶାନ୍ତ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଦକ୍ଷତା କୌଶଳ ଜ୍ଞାନକୁ ପ୍ରଦର୍ଶନ କରି ସାମାଜିକ ବିକାଶରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିବାକୁ କୃତକାର୍ଯ୍ୟ ହାସଲ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ପରାମର୍ଶ ଦେଇ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ଏହି ଅବସରରେ
କୃତି ଶିକ୍ଷାର୍ଥି ମାନେ ନିଜର ଅଭିଜ୍ଞତା ସହିତ କର୍ମ କୁଶଳତା ଉପରେ କହିଥିଲେ।ପ୍ରାରମ୍ଭରେ ଅନୁଷ୍ଠାନର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।

ସଭାରେ ଏଡ୍ ଏଟ୍ ଆକ୍ସନର ସମ୍ବଲପୁର ଶାଖା ପ୍ରଶିକ୍ଷିକ ଶୁଭେନ୍ଦୁ ବେହେରା ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂସ୍ଥାର କେନ୍ଦ୍ର ପରିଚାଳକ ଅଜିତ ମୁଖାର୍ଜୀ ଏଥିରେ ଅଧ୍ୟକ୍ଷତା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed