November 22, 2024

ପଖାଳ ଦିବସ ରେ ପଖାଳ ମହୋତ୍ସବ ଆରମ୍ଭ କଲା ନମସ୍ତେ ପୁରୀ …

Share


ଆଜି ମାର୍ଚ୍ଚ ୨୦ ବିଶ୍ୱ ପଖାଳ ଦିବସ l ଆଜି ଏହି ପରିପ୍ରେକ୍ଷୀରେ ହୋଟେଲ ନମସ୍ତେ ପୁରୀର ଅଧକ୍ଷ ଗୁରୁଜ୍ୟୋତି ପାଠିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି ପଖାଳ ମହୋତ୍ସବ l ଏହା ସାତଦିନ ଧରି ଚାଲିବ l ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ରୋଷେଇଆ ବିଶ୍ୱଜିତ ଖଟୁଆ ଓ ଶ୍ରୀସେନ୍ଦୁ ବେହେରା ଙ୍କ ସହିତ ଅନ୍ୟ ସାଥିମାନେ ଚାରି ପ୍ରକାର ପଖାଳ ସହିତ ଖାଇବା ପାଇଁ କୋଡିଏ ରୁ ପଚିଶ ପ୍ରକାର ଖାଦ୍ୟ ଯୋଗାଡ଼ କରି ଗ୍ରାହକ ମାନଙ୍କୁ ପରସିଥିଲେ l ଗ୍ରାହକ ମାନେ ଏହାକୁ ଖାଇ ଖୁସି ମନରେ ଫେରୁଥିଲେ l ବିଶେଷ ଖୁସିଥିଲେ ବାହାର ପର୍ଯ୍ୟଟକ ମାନେ ବୋଲି ଗୁରୁଜ୍ୟୋତି ଗଣମାଧ୍ୟମ କୁ ଜଣାଇଥିଲେ l ଏପରିକି ପଖାଳ କଣ ଜାଣିନଥିବା ବାହାର ରାଜ୍ୟ ପର୍ଯ୍ୟଟକ ପଖାଳ ଖାଇସାରିବା ପରେ ସେ ହୋଟେଲ ର କର୍ମଚାରୀଙ୍କ ଧନ୍ୟବାଦ ଦେଉଥିବାର ଦୃଶ୍ୟ ନିଆରା ଲାଗୁଥିଲା l ସବୁଠାରୁ ଆଶ୍ଚର୍ଯ୍ୟ ଥିଲା କି ଆଜି ପ୍ରବଳ ବର୍ଷା ସତ୍ୱେ ପଖାଳ ଖାଇବା ପାଇଁ ପ୍ରବଳ ଭିଡ଼ ଲାଗିରହିଥିଲା l ଏଭଳି ଭିଡ଼ ଦେଖି ସାତଦିନ ଧରି ଚାଲିଥିବା ଏହି ମହୋତ୍ସବ କୁ ଆସୁଥିବା ଅତିଥିମାନଙ୍କୁ ଉତ୍ତମ ସତ୍କାର କରାଯିବ ବୋଲି ଗୁରୁଜ୍ୟୋତି ଗଣମାଧ୍ୟମ ଆଗରେ ନିଜର ମତବ୍ୟକ୍ତ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ