November 22, 2024

ଓଡିଶା ଠିକା କର୍ମଚାରୀ ସଂଘର ଅସହଯୋଗ ଆନ୍ଦୋଳନ …

Share

ଆଜି ଓଡିଶା ଠିକା କର୍ମଚାରୀ ମହାସଂଘ ପୁରୀଜିଲ୍ଲା ଶାଖା ପକ୍ଷରୁ ସମସ୍ତ କାର୍ଯ୍ୟ ରେ ଅସହଯୋଗ କରିବା ସହିତ ସାମୁହିକ ଭାବରେ ଭୋଟ ବର୍ଜନ କରିବା ନିଷ୍ପତି ପରିପ୍ରେକ୍ଷୀରେ ଏକ ସ୍ମାରକପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l ଦୀର୍ଘ ଅଠର ବର୍ଷକାଳ ନିରବଛିନ୍ନ ଓ ନିରନ୍ତର ସେବା ଯୋଗେଇ ସ୍ୱାସ୍ଥ୍ୟ ସେବାରେ ଭାରତ ମାନଚିତ୍ର ରେ ଓଡିଶାକୁ ଟୀକାକରଣ ରେ ଏକ ନମ୍ବର, ମାତୃ ଓ ଶିଶୁ ମୃତ୍ୟୁ ରୋକିବାରେ ଏକ ନମ୍ବର, ମ୍ୟାଲେରିଆ ନିରାକରଣ ରେ ଏକ ନମ୍ବର, ଟିବି ଓ କୁଷ୍ଠ ରୋଗ ନିରାକରଣ ରେ ଅଗ୍ରଣୀ ରାଜ୍ୟ ଭାବେ ମନୋନୀତ ହୋଇ ପାରିଛି l ଏତଦ ବ୍ୟତୀତ କାୟାକଳ୍ପ, ଜାତୀୟ ସ୍ତରୀୟ ଗୁଣବତ୍ତା ମାନବଦଣ୍ଡ ହାସଲ କରିବାରେ ଆମ ରାଜ୍ୟର ଅନେକ ସ୍ୱାସ୍ଥ୍ୟକେନ୍ଦ୍ର କେନ୍ଦ୍ର ଓ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛନ୍ତି l ଏହି କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରୁଥିବା ଦଶହଜାର ପାଞ୍ଚଶହ ଠିକା କର୍ମଚାରୀଙ୍କ ପ୍ରତି ବୈମାତୃକ ମନୋଭାବ ରଖି ବାରମ୍ବାର ମିଥ୍ୟା ପ୍ରତିଶୃତି ଦେଇ ସ୍ୱାସ୍ଥ୍ୟ ବିଭାଗ ଠକି ଚାଲିଛି l ଏହି କର୍ମଚାରୀ ଏବଂ ତାଙ୍କ ପରିବାର ହତାଶ ଭାବରେ ଜୀବନ ନିର୍ବାହ କରିଚାଲିଛନ୍ତି l ପରିଶେଷରେ ଏଥିରେ ଅତିଷ୍ଟ ହୋଇ ସମସ୍ତ ଠିକା କର୍ମଚାରୀ ସରକାରୀ କାର୍ଯ୍ୟରେ ଅସହଯୋଗ କରିବା ସହିତ ତାଙ୍କ ପରିବାର ସଦସ୍ୟ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି l ଏହି ପରିପ୍ରେକ୍ଷୀରେ ସ୍ମାରକପତ୍ର ଜିଲ୍ଲା ଚିକିତ୍ସା ଅଧିକାରୀ ଓ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସଭାପତି ଜ୍ୟୋତିରଞ୍ଜନ ଶତପଥୀ, ସମ୍ପାଦକ ବିଜୟଲକ୍ଷ୍ମୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ପ୍ରକଳ୍ପଅଧିକାରୀ ଟି ନାରାୟଣ ରାଓ,ଅଶୋକ ସାହୁ, ଦୁଃଖିଶ୍ୟାମ ପଟ୍ଟନାୟକଙ୍କ ସହିତ ଅନ୍ୟ ସଦସ୍ୟ ସଦସ୍ୟାମାନେ ଯୋଗଦାନ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)