April 25, 2026

ବିଏଲଏ ସମ୍ପର୍କିତ ପ୍ରସିକ୍ଷଣ ଶିବିର ଅନୁଷ୍ଠିତ….

67890
Share

 

କୋରାପୁଟ ଜ଼ିଲ୍ଲା ଜୟପୁର ବାବା ସାହେବ କଲ୍ୟାଣ ମଣ୍ଡପ ଠାରେ ଶୁକ୍ରବାର ଅପରାହ୍ନ ତିନି ଘଣ୍ଟା ସମୟ ରେ ବୁଥ ସ୍ତରୀୟ ଏଜେଣ୍ଟ କୁ ନେଇ ଏକ ପ୍ରସିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି. ଏହି ଶିବିର ରେ ପ୍ରତ୍ୟେକ ବୁଥ ରେ କିପରି ଏଜେଣ୍ଟ ଚୟନ କରିବେ ସେ ନେଇ ଏଆଇସିସି ସମ୍ପାଦକ ତଥା ପିସିସି ସହ ପ୍ରଭାରୀ ଶ୍ରୀ ନବାଜ ଚୌଧୁରି ପଙ୍କାନୁପୁଙ୍ଖ ଭାବରେ ପ୍ରସିକ୍ଷଣ ପ୍ରଦାନ କରି ଥିଲେ I ଏବଂ ପାଞ୍ଚ ଦିନ ମଧ୍ୟରେ ବିଏଲଏ ୱାନ. ଟୁ ପ୍ରସ୍ତୁତ କରି ଜ଼ିଲ୍ଲା ସଭାପତିଙ୍କୁ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇ ଥିଲେ I ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଶଶୀ ଭୂଷଣ ପାତ୍ରଙ୍କ ସଭାପତିତ୍ୱ ରେ ଆୟଜିତ ଏହି ଶିବିର ରେ ଜୟପୁ୍ର ବିଧାୟକ ଶ୍ରୀ ତାରା ପ୍ରସାଦ ବାହାନିପତି. କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ସଙ୍କର ଉଲକା. ଜୟପୁର ନଗର ପାଳ ନରେନ୍ଦ୍ର ମହାନ୍ତି.ଗୌର ପାତ୍ର. ଅଶୋକ ଗନ୍ତାୟତ ବିଧାୟକ ଆଶାୟୀ ପ୍ରାର୍ଥି ଶ୍ରୀ ନୀଳକଣ୍ଠ ପୂଜାରୀ. କୃଷ୍ଣ କୁଲଦୀପ. କୋଟପାଡ଼ ନଗର କଂଗ୍ରେସ କମିଟି ସଭା ପତି ବାପୁନ ତ୍ରିପାଠୀ. ପୂର୍ବତନ ବିଧାୟକ ଶ୍ରୀ ରାମ ଚନ୍ଦ୍ର କାଡମ. ନିମାଇଁ ସରକାର. କୃଷ୍ଣ ଶଗରିଆ. ସନାରୁ ଚାଲାଣ. ସୁକାନ୍ତ ପଟ୍ଟନାୟକଙ୍କ ସମେତ ଜ଼ିଲ୍ଲା ର ସମସ୍ତ ବ୍ଲକ ଓ ନଗର କଂଗ୍ରେସ କମିଟି ସଭା ପତି ଉପସ୍ଥିତ ଥିଲେ I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I