November 23, 2024

ମଧୁପୁର ଗୋଷ୍ଠୀ ସଂଘର୍ଷ ଘଟଣା । ୮୧ ଉର୍ଦ୍ଧ୍ବଙ୍କ ନାମରେ ମମାଲ ରୁଜୁ,୮ଜଣ ଗିରଫ

Share

ମଧୁପୁର ଗୋଷ୍ଠୀ ସଂଘର୍ଷ ଘଟଣା ।
୮୧ ଉର୍ଦ୍ଧ୍ବଙ୍କ ନାମରେ ମମାଲ ରୁଜୁ,୮ଜଣ ଗିରଫ ।
ଅସ୍ତରଙ୍ଗ ୨୧/୦୨/ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଝାଡ଼ାଲିଙ୍ଗ ପଞ୍ଚାୟତ ର ମଧୁପୁର ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ କୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷ,ରେ ଅସ୍ତରଙ୍ଗ ସ୍ଥିତ ନୂଆଗଡ ସାମୁଦ୍ରିକ ଥାନା ମୋଟ ଉଭୟ ପକ୍ଷର ୮୧ ଜଣ ମହିଳା ଓ ପୁରୁଷ ଙ୍କ ନାମ ନାମରେ ମାମଲା ରୂଜ କରିଥିବା ବେଳେ,୯ ରୁ ଉର୍ଦ୍ଧ୍ୱ ଗୁରୁତର ଭାବେ ଆହତ ହୋଇଥିଲେ ଓ ୪ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରା ଯାଇଥିଲା । ଉଭୟ ପକ୍ଷର ଦୁଇଟି ଏତଲା ଆଧାରରେ ସାମୁଦ୍ରିକ ଥାନା ପୋଲିସ ୮୧ ଜଣଙ୍କ ମଧ୍ୟରୁ ଭାରତୀ ପରିଡ଼ା ସ୍ଵାମୀ,ଭାବରଥି ପରିଡ଼ା ଙ୍କ ଅଭିଯୋଗ କ୍ରମେ,୬୪ଜଣଙ୍କ ନାମରେ ମାମଲା ରୁ୍ଜୁ କରାଯାଇ, ଏଗାରଟି ସଙ୍ଗୀନ ଦଫା ଯଥା,୧୪୭,୧୪୮,୩୧୪,୨୪୯,୩୨୩,୩୨୪,୩୨୫,୩୦୭,୩୫୪,୩୫୪(ବି)୧୯୪ ଲାଗିଥିବା ସ୍ଥଳେ, ଦେଇନ ସେନାପତି,ସ୍ଵାମୀ,ଦୁର୍ଯୋଧନ ସେନାପତି ଙ୍କ ଅଭିଯୋଗ କ୍ରମେ,୧୭ଜଣ ଙ୍କ ନାମରେ୧୨ଟି ବିଭିନ୍ନ ସଙ୍ଗିନୀ ଦଫା ଯଥା ୧୪୭,୧୪୮,୩୪୧,୩୨୩,୩୨୪,୩୨୫,୩୦୭,୫୦୬,୨୯୪,୩୫୪,୩୫୯(ବି) ୧୯୪ ରେ ମାମଲା ରୁଜ୍ଜୁ ହୋଇଥିବା ସାମୁଦ୍ରିକ ଥାନା ଅଧିକାରୀ ପଞ୍ଚାନନ ପରିଡା ସୂଚନା ଦେଇଛନ୍ତି। ଗ୍ରାମରେ ଅଶାନ୍ତ ବାତାବରଣ ଲାଗି ରହି ଥିବାରୁ ସାମୁଦ୍ରିକ ଥାନା ପକ୍ଷରୁ ପୋଲିସ ମୁତୟନ ରହିଛନ୍ତି ଓ ମଧୁପୁର ଗ୍ରାମରେ ଏବେ ସୁଦ୍ଧା ଚାପା ଉତ୍ତେଜନା ଲାଗି ରହିଛି। ଅନ୍ୟ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ ପଞ୍ଚାନନ ପରିଡା କହିଛନ୍ତି।ବରିଷ୍ଠ ପୋଲିସ ଅଧିକାରୀ ମାନେ ଘଟଣା ସ୍ଥଳ ଅନୁଧ୍ୟାନ କରି ଫେରିଯାଇଛନ୍ତି।

ଦୁଃଶାସନ ନାୟକ,ଅସ୍ତରଙ୍ଗ