ତିର୍ତ୍ତୋଲରେ ବିଶ୍ଵ ଖାଉଟି ଅଧିକାର ଦିବସ ପାଳନ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ….
ଯେତେବେଳେ ସମଗ୍ର ବିଶ୍ୱରେ ଖାଉଟିମାନେ, ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇ ଠକେଇ ର ଶୀକାର ହେଉଥିବା ବେଳେ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳର ଅଧିବାସୀ, ଯୁବପିଢି, ମହିଳା ବର୍ଗ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ , ଗତ ଶୁକ୍ରବାର ଦିନ ଅପରାହ୍ନରେ , ତିର୍ତ୍ତୋଲ ସ୍ଥିତ ଆନନ୍ଦମନ୍ଦପ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି। ଉପଭୋକ୍ତା ଆନ୍ଦୋଳନର କର୍ଣ୍ଣଧାର ଦିବଂଗତ ବଂଶୀଧର ଆଚାର୍ଯ୍ୟଙ୍କ ମାର୍ଗଦର୍ଶନ ରେ ଅନୁପ୍ରାଣିତ ହେଇ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ , ମହିଳାଶାଖାର ସଭାପତି ସ୍ନେହମୟୀ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଓ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ , ମୁଖ୍ୟଅତିଥି ଭାବେ ,ଜଗତସିଂହପୁର ଜିଲ୍ଲାର ଡି, ସି, ଡି, ଆର୍, ସି, ପ୍ରଭାତ କୁମାର ପାଢ଼ୀ ଯୋଗଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବରେ ବିଭାଗୀୟ ସଭ୍ୟା ମଧୁସ୍ମିତା ସ୍ୱାଇଁ , ବରିଷ୍ଠ ଆଇନଜୀବି ରଞ୍ଜିତ ମହାନ୍ତି, ଆଇନଜୀବି ଓମ୍ ପ୍ରକାଶ ଦାସ , ସେବାନିବୃତ ପ୍ରସା ସନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତି, ତିର୍ତ୍ତୋଲ ସାମ୍ୱାଦିକ ସଂଘର ସଭାପତି ଟୁକୁନ ସେଠୀ , ସମାଜସେବୀ ବିବେକାନନ୍ଦ ହୋତା , ଆତ୍ମାଅଧ୍ୟକ୍ଷ ଦେବେନ୍ଦ୍ର କୁମାର ମଲ୍ଲିକ , ସାମ୍ୱାଦିକ ସରୋଜକାନ୍ତ ସାହୁ , ଆଧ୍ୟାତ୍ମିକବାଦୀ ବିରଜା ପ୍ରସନ୍ନ ପରିଜା, ସାମ୍ୱାଦିକ ସୁରକ୍ଷା ସମିତିର ସଭାପତି ଶରତ ଚନ୍ଦ୍ର ଦାଶ , ଆଇନଜୀବି ସରୋଜ ପାଣିଗ୍ରାହୀ , ବ୍ୟାସ ଫାଉଣ୍ଡେସନର ସଭାପତି ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା , ଉପସଭାପତି ରଶ୍ମିତା ନାୟକ , ସଙ୍ଗଠନ ସମ୍ପାଦକ ଯଶୋବନ୍ତ ରାଉତ ଯୁବନେତା ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ, ଖାଉଟି ସଚେତନତା ପାଇଁ ନିଜ ନିଜର ସୁଚିନ୍ତିତ ମତାମତ ଓ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ। ପରିଶେଷରେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାର ଦେଖିବାକୁ ମିଳିଥିଲା ।
( ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ସହିତ ଶରତ କୁମାର ଦାଶ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର)