November 23, 2024

ରାଜ୍ୟ ସଂଘର ଡାକରା ରେ ଉମରକୋଟ ର ସମସ୍ତ ସମିତି ସଭ୍ୟ ଙ୍କ ଭୁବନେଶ୍ଵର ଗସ୍ତ…….

Share

 

 

ଉମରକୋଟ:-୪ ଦଫା ଦାବିରେ ରାଜ୍ୟ ସମିତି ସଭ୍ୟ ସଂଘ ର ଡାକରା ଯୋଗୁଁ ଆଜି ଉମରକୋଟ ବ୍ଲକ ର ସମସ୍ତ ସମିତି ସଭ୍ୟ ଭୁବନେଶ୍ଵର ଯାଇଛନ୍ତି। ସମିତି ମାନଙ୍କର ୪ ଟି ଦାବୀ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ପୂରଣ କରି ନାହାନ୍ତି।

୪ ଟି ଦାବୀ ହେଲା ୧- ଭତ୍ତା ବୃଦ୍ଧି ଆଳରେ ସରପଞ୍ଚ ଙ୍କ ଠାରୁ ସମିତି ସଭ୍ୟ/ସଭ୍ୟାଙ୍କୁ ପଛରେ ରଖାଯାଇ ଅସମ୍ମାନ କରାଯାଇଥିବା ସମିତି ସଭ୍ୟ/ସଭ୍ୟାଙ୍କ ସମ୍ମାନ ଫେରାଯାଉ। ପୂର୍ବର ଭତ୍ତା ୨୩୫୦-୨୩୫୦ ଅନୁପାତକୁ ବର୍ଦ୍ଧିତ ଭତ୍ତା ପାଇଁ ଅନୁସରଣ କରାଯାଉ। ଉପାଧ୍ୟକ୍ଷ/ଉପାଧ୍ୟକ୍ଷା ଙ୍କ ଭତ୍ତା ସରପଞ୍ଚଙ୍କ ଭତ୍ତା ଠାରୁ ଅଧିକ କରାଯାଇ ସେମାନଙ୍କ ସମ୍ମାନ ଫେରାଯାଉ । ୨-ସମିତି ସଭ୍ୟ/ସଭ୍ୟାଙ୍କର ପଞ୍ଚାୟତ ଓ ପଞ୍ଚାୟତ ସମିତି କୁ ଆସୁଥିବା ଅନୁଦାନ କାର୍ଯ୍ୟ ରେ ସ୍ବାକ୍ଷର ରଖା ଯାଉ।

୩- ସମିତି ସଭ୍ୟ/ସଭ୍ୟାଙ୍କୁ ପେନସନ ୧୦ହଜାର ଦିଆଯାଉ

୪- ସମିତି ସଭ୍ୟ ହାତ ପାଣ୍ଠି ସୃଷ୍ଟି କରି ବାର୍ଷିକ ୨୦ଲକ୍ଷ ରଖଯାଉ ଓ ସମିତି ସଭ୍ୟଙ୍କ ନିମନ୍ତେ ପଞ୍ଚାୟତ ରେ ଏକ ଚାମ୍ବର ଦିଆଯାଉ। ଉମରକୋଟ ବ୍ଲକ୍ ସମିତି ସଙ୍ଘ ସଭାପତି ବିକ୍ରମ ସିଂ ଙ୍କ ନେତୃତ୍ବ ରେ ସମସ୍ତ ସମିତି ସଭ୍ୟ ଯାଇଛନ୍ତି। ରାଜ୍ୟ ର ସମସ୍ତ ସମିତି ସଭ୍ୟ ଭୁବନେଶ୍ଵର ଠାରେ ପହଞ୍ଚିବ। ପରେ ଆସନ୍ତା କାଲି ମୂଖ୍ୟମନ୍ତ୍ରୀ ବାସ ଭବନ ଘେରାଉ କରିବେ ଓ ଏକ ଦାବୀ ପତ୍ର ପ୍ରଦାନ କରାଯିବ ବୋଲି ସଭାପତି ବିକ୍ରମ ସିଂ ସୁଚନା ଦେଇଛନ୍ତି।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)