November 22, 2024
Share

୦୧- ନୂଆ ରୂପ ନେଉଛି ଶ୍ରୀମନ୍ଦିରର ଦୋଳବେଦୀ। ଲୁଚି ଯାଇଥିବା ପ୍ରାଚୀନ କୀର୍ତ୍ତିରାଜି ପୁଣି ଦୃଶ୍ୟମାନ ହେବ। ଚଳିତବର୍ଷ ଦୋଳପୂର୍ଣ୍ଣିମାରେ ଭକ୍ତ ଦେଖିବେ ଦୋଳବେଦୀର ନୂଆ ରୁପ।

୨-ଶିରି ହରାଇ ଚାଲିଛି ଖୋର୍ଦ୍ଧାର ଐତିହାସିକ ବରୁଣେଇ ୩-୪ ବର୍ଷ ତଳୁ ଆଉ ଝରୁନି ଚିରସ୍ରୋତା ଝରଣା।ପୀଠର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା କୁହାଯାଉଛି, ହେଲେ ବାସ୍ତବ ସ୍ଥିତି ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କୁ ନିରାଶ କରୁଛି ।

୩- ନୂଆଦିଲ୍ଲୀ : ୨ ନୂଆ ନିର୍ବାଚନ ଆୟୁକ୍ତ ନିଯୁକ୍ତ । ନିର୍ବାଚନ ଆୟୁକ୍ତ ନିଯୁକ୍ତି ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବରିଷ୍ଠ ଆଇଏଏସ୍ ଅଧିକାରୀ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ ହୋଇଛନ୍ତି ।

୪- ‌ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକକ ନିର୍ବାଚନ ପ୍ରସଙ୍ଗରେ ୧୮ ହଜାର ୬୨୬ ପୃଷ୍ଠାର ବିଶିଷ୍ଟ ଦୀର୍ଘ ରିପୋର୍ଟ ପ୍ରଦାନ କରିଛନ୍ତି କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦ।

୫-ନା ସିକ୍ୟୁରିଟି ନା ଥିଲା କାରକେଡ୍‌ ମୁଣ୍ଡରେ ଓଢ଼ଣୀ ଟାଣି ରୋଗୀ ବେଶରେ ଆସି ହସ୍ପିଟାଲରେ ପହଞ୍ଚିଲେ ମହିଳା ଏସଦିଏମ। ଆଉ ଅଚନାକ ସ୍ୱାସ୍ଥ୍ୟ କେନ୍ଦ୍ରର କଲେ ଯାଞ୍ଚ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଫିରୋଜା ବାଦରେ।

୬- ୪ଟି ବର୍ଗର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢାଇଲେ ସରକାର । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୨ରୁ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଅର୍ଦ୍ଧକୁଶଳୀଙ୍କ ୩୯୨ରୁ ୫୦୦କୁ, କୁଶଳୀଙ୍କ ୪୪୨ରୁ ୫୫୦କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

୭- ଫ୍ରିଆଧାର ଅପଡେଟ୍ ପାଇଁ ବଢିଲା ସମୟ ସୀମା। କେନ୍ଦ୍ର ସରକାର ପୁଣି ଥରେ ଆଧାର ଅପଡେଟ୍ ପାଇଁ ସମୟ ଅବଧି ବଢାଇଛନ୍ତି। ଆଜି ଫ୍ରି ଆଧାର ଅପଡେଟର ଶେଷ ଦିନ ଥିବା ବେଳେ ଏହାକୁ ଆସନ୍ତା ଜୁନ ୧୪ ଯାଏ ବୃଦ୍ଧି କରାଯାଇଛି

୮-ଚାନ୍ଦୁଆ ବ୍ୟବସାୟୀ ଓ କାରୀଗରଙ୍କ ମନୋବଳ ବଢ଼ାଇବ ପିପିଲି ଛକରେ ସ୍ଥାପନ କରାଯାଇଛି ସେଲଫି ପଏଣ୍ଟ୍।

୯- କେଉଁ ରାଜ୍ୟର ହୋଇ ଭୋଟ୍ ଦେବେ କୋଟିଆବାସୀ ? ଲୋକସଭା ସହ ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ । ଉଭୟ ପଟୁ ଜୋର ଧରିଲାଣି ପ୍ରସ୍ତୁତି ଓ ସଚେତନତା କାର୍ଯ୍ୟକ୍ରମ ।

୧୦- ହଟୁନି ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ସସପେନ୍ସ।ଦିଲ୍ଲୀରୁ ଫେରି ଭିନ୍ନ ଭିନ୍ନ ମନ୍ତବ୍ୟରେ ଦ୍ବନ୍ଦ୍ବକୁ ଆହୁରି ବଢ଼ାଇଲେ ମନମୋହନ।

୧୧- ସରକାରଙ୍କ ଭୋଟର ତୁଷ୍ଟିକରଣ ନୀତି, ସରକାରୀ କର୍ମଚାରୀଙ୍କ ଡିଏ ୪% ବଢ଼ିଲା। ବର୍ଦ୍ଧିତ ଡିଏ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ ବୋଲି ଜଣା ପଡ଼ିଛି।

୧୨- ଚିଟଫଣ୍ଡ କେଳେଙ୍କାରୀ ନେଇ ତନାଘନା।ବିନୀତ ଲଲାନି ଓ ସାଗର ରାୟଙ୍କୁ ମୁହାଁମୁହିଁ ଜେରା । ଇଡିରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ସାଗର ରାଏ ।କୌଣସି ପ୍ରକାରର ଘୋଟାଲା ହୋଇନାହିଁ।

୧୩- କଟକ ମେୟର ସୁବାସ ସିଂଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ। କଟକ ଖାନନଗର ଛକରେ ଘଟିଛି ଦୁର୍ଘଟଣା। ଏଥିରେ ଜଣେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ନିଜେ ମେୟର ତାଙ୍କୁ ଏକ ଅଟୋରେ ମେଡିକାଲ ନେଇଥିଲେ।

୧୪-ରାଜ୍ୟରେ ୭୮୬ ଅଧ୍ୟାପକ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି SSB। ଏଥିପାଇଁ ମାର୍ଚ୍ଚ ୨୦ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।ଆବେଦନ କରିବାର ଶେଷ ତାରିଖ ହେଉଛି ଏପ୍ରିଲ୍‌ ୧୯।ଅଫିସିଆଲ୍‌ ୱେବସାଇଟ୍‌ ssbodisha.ac.in ମାଧ୍ୟମରେ ଆବେଦନ କରିପାରିବେ।

୧୫- ଭୁବନେଶ୍ବର ସାଲିଆସାହି ଅଞ୍ଚଳରେ ଚାଞ୍ଚଲ୍ୟ । ମଦ ପିଇ ମାତାଲ ହେଉଥିବାରୁ ପତ୍ନୀର ପ୍ରାଣ ନେଲା ସ୍ବାମୀ ! ହତ୍ୟା ପରେ ୨ ପିଲାଙ୍କୁ ଧରି ପତ୍ନୀ ଶବ ସହ ରହିଲା ୩ ଦିନ।ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ବାମୀ ଗୋଲଖକୁ ଧରି ଥାନାରେ ଖୋଳତାଡ଼ ଜାରି ରଖିଛି ମୈତ୍ରୀବିହାର ପୋଲିସ।

୧୬- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଗ୍ରାମ୍ୟ ସାଧନ କର୍ମୀ (Village Resource Persons) ମାନଙ୍କର ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି ।ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ୩୦୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି।ଯାତାୟତ ଖର୍ଚ୍ଚ ବାବଦରେ ମଧ୍ୟ ଅତିରିକ୍ତ ୧୦୦ ଟଙ୍କା ପାଇବେ।

୧୭- ନିଜ ବାସଭବନରେ ପଡିଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ରକ୍ତସ୍ରାବ ହେଉଥିବା ଯୋଗୁଁ ପଶ୍ଚିମବଙ୍ଗର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

୧୮- ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ୨ ଟଙ୍କା ଲେଖାଏଁ ହ୍ରାସ ପାଇଛି । ନୂଆ ଦର ମାର୍ଚ୍ଚ ୧୫ ସକାଳ ୬ଟାରୁ ଲାଗୁ ହେବ।

୧୯- ନବୀନ ନିବାସରେ ବୈଠକ।ବିଜେଡି ସଭାପତିଙ୍କୁ ରିପୋର୍ଟ ଦେଲେ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ।

୨୦-ଗୋପାଳପୁର:କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନାରେ ଗତ ୨୦୧୬ ରେ ପ୍ରାୟ ୫ କୋଟି ଟଙ୍କା ବିନିଯୋଗ କରାଯାଇ ଗୋପାଳପୁର ବେଳାଭୂମିକୁ ସୌନ୍ଦର୍ଯ୍ୟ କରଣ କରାଯାଇଥିଲା।ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡିକ ଭାଙ୍ଗି ରୁଜି ଯାଇଥିବା ବେଳେ ଅନେକ ଲାଇଟ୍ ଚୋରି ମଧ୍ୟ ହୋଇ ଯାଇଛି।ଅନ୍ଧାରରେ ଗୋପାଳପୁର ବେଳାଭୂମି ।

୨୧- ଭୁବନେଶ୍ୱର: ଆଜି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କୁ ୨୦ଟି କ୍ରୀଡ଼ା ବର୍ଗରେ କ୍ରୀଡ଼ାବିତଙ୍କୁ ୫୬ ଲକ୍ଷ ୯୩ ହାଜର ଟଙ୍କାର ଅର୍ଥରାଶି ପୁରସ୍କାରରେ ସମ୍ମାନିତ କରାଯାଇଛି।

୨୨- ବ୍ରହ୍ମପୁର: ସହରରେ ଜଣେ ଶିକ୍ଷକଙ୍କ ଘର ଉପରକୁ ବୋମା ମାଡ଼ କରାଯାଇଛି।ଏହ ବୋମା ମାଡ଼ରେ ଶିକ୍ଷକ ଜଣକ ଗୁରୁତର ହୋଇଛନ୍ତି।

୨୩- ନୂଆଦିଲ୍ଲୀ: ବିଶିଷ୍ଟ ସମାଜସେବୀ ଡଃ ଚିଦାତ୍ମିକା ଖଟୁଆ ୱାର୍ଲଡ୍ ଓଡ଼ିଶା ସୋସାଇଟି(ୱାଓସୋ)ର ପ୍ରଥମ ମହାନାରୀ ସମ୍ମାନ ପାଇବେ ବୋଲି ଜଣାଯାଇଛି।

୨୪- ନୂଆଦିଲ୍ଲୀ: ଛାତ୍ରବୃତ୍ତି ଏବଂ ଅନ୍ୟାନ୍ୟ ଯୋଜନାର ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାର ଆଧାରକୁ ଅନିବାର୍ଯ୍ୟ କରିଛନ୍ତି। କେନ୍ଦ୍ର ସରକାର ଗୁରୁବାର କହିଛନ୍ତି ଦିବ୍ୟାଙ୍ଗଙ୍କ ପାଇଁ ଆଧାରର ବିବରଣୀ ପ୍ରଦାନ କରିବା ଏଣିକି ଜରୁରୀ ହେବ।

୨୫- ବଲାଙ୍ଗୀର:ଏନଏସି ଘୋଷଣା ଦାବି: ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବଙ୍ଗୋମୁଣ୍ଡାରେ ଆମରଣ ଅନଶନ ଚେତାବନୀ।

୨୬-ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଗଞ୍ଜୁଠାରେ ଥିବା ଏକ ଦେଶୀ ମଦ ଦୋକାନ ସମ୍ମୁଖରେ ଦୁଇ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି।ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି।

୨୭-ଓଡିଶା ଜନତା ପାର୍ଟିର ନିର୍ବାଚନ ପ୍ରସ୍ତୁତି-୧୪୭ ନିର୍ବାଚନ ମଣ୍ଡଳୀ ଓ ୨୧ ଲୋକସଭା ସିଟରେ ପ୍ରାର୍ଥୀ ଦେବ ପାର୍ଟି।

୨୮-ନୂଆଦିଲ୍ଲୀ:ବାରମ୍ବାର ଚେତାବନୀ ସତ୍ତ୍ବେ ମାନିଲେନି; ୧୮ ଓଟିଟି ପ୍ଲାଟଫର୍ମ ବ୍ଲକ୍‌ କଲେ ସରକାର।

୨୯-ଲିଙ୍ଗଗତ ଅସମାନତା ସୂଚକାଙ୍କ ୧୦୮ ସ୍ଥାନରେ ଭାରତ।ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ଯେ ଗତ ୧୦ ବର୍ଷ ମଧ୍ୟରେ ଦେଶର ମାନ୍ୟତା କ୍ରମାଗତ ଭାବେ ଉନ୍ନତ ହୋଇଛି।

୩୦- ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ପାଇବ। ବିଭିନ୍ନ ସ୍ଥାନରେ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି।

You may have missed