September 17, 2026

ମେଣ୍ଟ ଘୋଷଣା କୁ ଚାତକ ପରି ଓଡିଶା ବାସୀଙ୍କ ଅପେକ୍ଷା….

boll
Share

ସମ୍ବଲପୁର, : ସାରା ଓଡିଶାର ଗୋଟିଏ ନଜର ମେଣ୍ଟ ହେଉଛି କ’ଣ?୧୨ ତାରିଖରୁ ଫାଇନାଲ ହେବାକୁ ଥିବା ମେଣ୍ଟ କିନ୍ତୁ ଝୁଲୁଛି । ଯଦିଓ ବିଜେଡି-ଭାଜପା ମେଣ୍ଟ ପାଇଁ ଚୂଡ଼ାନ୍ତ ହୋଇଛି କେଉଁ ଫର୍ମୂଲା । ହେଲେ ଏ ଫର୍ମୁଲାରେ ରଚିଛି ଟିକିଏ କେଁ। ଯାହା ଜଣାପଡୁଛି ୨/୪ ଟା ଆସନକୁ ନେଇ ରହିଛି ଏହି କେଁ। ଅବଶ୍ୟ ୧୩-୮ରେ ଲୋକସଭା ପାଇଁ ସହମତି ସରିଛି। ୧୪୭ ବିଧାନସଭା ଆସନରେ ୨ ଭାଗ ଅର୍ଥାତ ୯୮ ସିଟ ବିଜେପି ଓ ଭାଗେ ଅର୍ଥାତ୍ ୪୯ ସିଟରେ ବିଜେପି ଲଢିବା ଥୟ ହୋଇଥିଲେ ବି କିଏ କେଉଁଠୁ ଲଢିବେ ଏହାର ଭାଗ ଛିଡି ନଥିବାରୁ ଝୁଲି ରହିଛି ମେଣ୍ଟ।

ହେଲେ ମେଣ୍ଟ ନାଁରେ ବିଜେପିର ଡବଲ ଇଞ୍ଜିନ ସରକାର ପାଇଁ କସରତରେ ଘୋଷଣା ଅଟକି ଥିବା ଅନୁମାନ କରାଯାଉଛି।ଭାଜପା -ବିଜେଡି ଏକାଠି ନିର୍ବାଚନ ଲଢିବା ନେଇ ଦିଲ୍ଲୀ ଠୁ ପଲ୍ଲୀ ଯାଏଁ ଚର୍ଚ୍ଚା। ଘନ ଘନ ଚାଲିଛି ଦୁଇ ଦଳର କବାଟକିଲା ବୈଠକ। ଶୀର୍ଷ ନେତାଙ୍କ ମଧ୍ୟରେ ଚାଲିଛି ମନ୍ଥନ। ହେଲେ ମେଣ୍ଟ ନେଇ ଚର୍ଚ୍ଚା ହାଟ ବଜାର ଠୁ ଆରମ୍ଭ କରି ଚା ଖଟିରେ ମୁସଗିଲ ହୋଇଛନ୍ତି ଲୋକେ।ଏଥିପାଇଁ ରହିଛି ମଧ୍ୟ ମିଶ୍ର ପ୍ରତିକ୍ରିୟା।ତେବେ ହାଇଲେବୁଲ ଡିସକସନ ଉପରେ ଅନ୍ୟ ନେତା-ମନ୍ତ୍ରୀ କି ବିଧାୟକ ଏହାକୁ ନେଇ କୌଣସି ଟେର୍‌ ପାଉ ନାହାନ୍ତି। ସମସ୍ତେ ଯେଭଳି ଚୁପ୍।ମଙ୍ଗଳବାର ଠାରୁ ତୁହାକୁ ତୁହା ବୈଠକରେ ଭାଜପା ଏବଂ ବିଜେଡି ମଧ୍ୟରେ ଆସନ ବୁଝାମଣାକୁ ନେଇ ଆଲୋଚନା ତର୍ଜମା ଚାଲିଛି। ହେଲେ ଛିଡୁନି ଅଙ୍କ।

ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚାକୁ ନେଇ ଥମୁନି ଚର୍ଚ୍ଚା। ଏବେ ବି ଭିନ୍ନ ଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି ମେଣ୍ଟ ବିପକ୍ଷରେ ଉଭୟ ଦଳ ରହି ଏକାକୀ ଲଢିବା ନେଇ ବେଲେବେଳେ ଆତ୍ମ ଘୋଷଣା କରୁଥିବା ବେଳେ ପୁଣି କାହିଁକି ମେଣ୍ଟ ପାଇଁ କସରତ ଖେଳରେ ସମସ୍ତେ ଚୁପ୍ ରହୁଛନ୍ତି କିଛି ବୁଝାପଡୁନି। ଘୋଷଣାରେ ବିଳମ୍ବ ହେଉଛି କିମ୍ବା ଆସନ ଭାଗବଣ୍ଟା କଣ ହୋଇପାରେ, ତାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଆକଳନ କରାଯାଉଛି । ସବୁଠି କିନ୍ତୁ ଗୋଟିଏ କଥା ଆଲୋଚନା ହେଉଛି ଯେ ଦିଲ୍ଲୀରେ ମେଣ୍ଟ ଡିଲ ସରିଛି। ସିଟ ବୁଝାମଣା ବି ସରିଛି।ତେବେ ଅଡୁଆ ରହିଲା କେଉଁଠି?

ଏବେ ଶୁଣାଯାଉଛି ଦିଲ୍ଲୀରୁ ହୋଇପାରେ ଭାଜପା-ବିଜେଡି ମେଣ୍ଟ ସମ୍ପର୍କିତ ଘୋଷଣା।ଏହା ଜଣାପଡିବା ପରେ ପୂରା ଓଡ଼ିଶାର ନଜର ଅଟକିଛି ଦିଲ୍ଲୀ ଘୋଷଣା ଉପରେ । ତେବେ ମେଣ୍ଟ ନେଇ ଯେତିକି ବିଳମ୍ବ ହେଉଛି ନିଜ ନିଜ ଅଞ୍ଚଳରେ ଦଳିୟ ଦଖଲ ରଖିଥିବା ନେତାଙ୍କ ଛାତି ଥରୁଛି। କୁହାଯାଉଛି ପୁରୀରେ ସମ୍ବିତ ପାତ୍ର ଓ ଭୁବନେଶ୍ୱରରେ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଏବେ ବି ଦ୍ୱନ୍ଦ ଲାଗି ରହିଛି। ଏହି ମେଣ୍ଟ ଭିତରେ ଦୁହିଁଙ୍କ ଆସନ ସ୍ଥିର ରହିବ ନା ଏ ଆସନ ବିଜେଡି ହାତକୁ ଚାଲିଯିବ ତାକୁ ନେଇ ସସପେନ୍ସ ଜାରି ରହିଛି।ତେବେ ଏ ୨ ଜଣହିଁ ବିଜେପିର ରୋଡମଡେଲ। ଏମାନଙ୍କୁ ଛାଡି ବିଜେଡି ସହିତ ବିଜେପିର ଡିଲ୍ ମହାଙ୍ଗା ସାବ୍ୟସ୍ତ ହେବାକୁ ଯାଉଥିବା ବେଳେ ବିଜେଡି ପାଇଁ ମଧ୍ୟ ୨ ତାରକା ଭାରି ପଡିଥିବା କୁହାଯାଉଛି।

ରାଜନୈତିକ ବିଶେଷଜ୍ଞନୁସାରେ,ଓଡିଶାରେ ମେଣ୍ଟକି ନେଇ ଯେତିକି ବିଳମ୍ଭ ହେବ ସେତିକି ଭୋଟର ମନ ଭିତରେ ଭିନ୍ନ ଧାରଣା ପଶିବାକୁ ଭୟ ରହୁଥିବାରୁ ଏହି ମେଣ୍ଟକୁ ନେଇ ଲାଗିରହିଥିବା ସସପେନ୍ସରେ ତୁରନ୍ତ ଜବନିକା ପଡିବ ବୋଲି ଆଶା କରାଯାଉଛି।ଅସଲରେ ମେଣ୍ଟକୁ ନେଇ ବିଜେପିର ଡବଲ ଇଞ୍ଜିନ ହିଁ ବର୍ତ୍ତମାନ ପାଇଁ ବଡ କଥା।(ଡା.ରାଜାରାମ ଷଡଙ୍ଗୀ )

You may have missed