ମୃତ ଦୁଗ୍ଧ ଚାଷୀଙ୍କ ପରିବାର କୁ ସହାୟତା ରାଶି ପ୍ରଦାନ କରିଲା ପ୍ରଗତି ମିଲ୍କ ….
ଆଜି ପୁରୀଜିଲ୍ଲା ଗୋପ ବ୍ଲକ ଡେସ୍ଥଳୀ ଗ୍ରାମପଞ୍ଚାୟତ ର ଭାରଗୋଳ ଗ୍ରାମର ଦୁଗ୍ଧ ଚାଷୀ ଶଙ୍କର ବେହେରାଙ୍କର ମୃତ୍ୟୁ ହୋଇଥିଲା l ମୃତ ଶଙ୍କର ପ୍ରଗତି ମିଲ୍କ କମ୍ପାନୀ ରେ ଦୁଗ୍ଧ ପ୍ରତିଦିନ ଦିଅନ୍ତି l ତେଣୁ ଆଜି କମ୍ପାନୀ ର ଏଜୀଏମ କିଶୋର ଚନ୍ଦ୍ର ବେହେରାଙ୍କ ଅଧକ୍ଷତାରେ ଏପିଏମ ଦିବ୍ୟସିଂହ ବାରିକ, କାର୍ଯ୍ୟନିର୍ବାହୀ ଅଧିକାରୀ ସୁଦର୍ଶନ ମିଶ୍ର, ତୃପ୍ତି ରଞ୍ଜନ ସାହୁ, ରଶ୍ମିରଂଜନ ଦାସ ଓ ଦେବବ୍ରତ ସାହୁ ପ୍ରମୁଖ ମୃତ ଶଙ୍କରଙ୍କ ଗାଁ କୁ ଯାଇ ତାଙ୍କ ପତ୍ନୀ ଓ ଝିଅ ମାମିନାଙ୍କୁ ଏକ ଲକ୍ଷ ଟଙ୍କା ର ଚେକ ପ୍ରଦାନ କରିଥିଲେ l ଏହି ଅର୍ଥ ରାଶି ପ୍ରଦାନ ବେଳେ କାନ୍ଦି ପକାଇଥିଲେ ଶଙ୍କର ଙ୍କ ଝିଅ ମାମିନା l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ ସାହୁଙ୍କ ରିପୋର୍ଟ)