November 23, 2024

ନୀଳଗିରି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ପାଳିତ……

Share

ନୀଳଗିରି,,, ବାଲେଶ୍ବର ,ଭାଷା ଭାବ ବିନିମୟର ସୁସ୍ଥ ସୁନ୍ଦର ଓ ସୁବର୍ଣ୍ଣ ସଂଯୋଗସେତୁ ଚିନ୍ତାବିନା ଭାଷାର ପରିକଳ୍ପନା ନାହିଁ ,,ଓଡ଼ିଆ ଭାଷା ପଚିଶ ଶହ ବର୍ଷ ତଳର ପୁରୁଣାଭାଷା ।୨୦୧୪ ମସିହା ମାର୍ଚ୍ଚ ୧୧ତାରିଖରେ ଓଡ଼ିଆ ଭାଷାକୁ ଷଷ୍ଠ ଶାସ୍ତ୍ରୀୟ ଭାଷାଭାବରେ ମାନ୍ୟତା ପ୍ରଦାନକରି ଭାରତ ସରକାର ପ୍ରତିଟି ଓଡ଼ିଆର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବୋଲି ଆଜି ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଆୟୋଜିତ ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।ଶିଳାଲେଖ, ଅଭିଲେଖ ଠାରୁ ଆରମ୍ଭକରି ତାଳପତ୍ର ପୋଥିରେ ଲିଖିତ ଓଡ଼ିଆ ଭାଷା ସମ୍ପର୍କିତ ବହୁତଥ୍ୟ ଆଜି ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଶ୍ରୀ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଗୃହବିଜ୍ଞାନର ବରିଷ୍ଠ ପ୍ରାଧ୍ୟାପିକା ମମତା ବରାଳ ମୁଖ୍ୟଅତିଥି, ଓଡ଼ିଆ ବିଭାଗର ମୁଖ୍ୟା ଡ଼ ଶିବାନୀ ଡଗର ମୁଖ୍ୟବକ୍ତା, ସଂସ୍କୃତ ବିଭାଗର ଅଧ୍ୟାପକ ଡ ହରିପଦ ଦାଶ, ଇଂରାଜୀ ବିଭାଗର ଅଧ୍ୟାପିକା ମଣିମାଳା ବିଶ୍ଵାଳ, ଗୃହବିଜ୍ଞାନର ଅଧ୍ୟାପିକା ମମତା ପ୍ରିୟଦର୍ଶିନୀ ସାହୁ ଯୋଗଦେଇ ନିଜନିଜ ମନ୍ତବ୍ୟରେ ଜଣେଜଣେ ଓଡ଼ିଆ ବୋଲି ଗର୍ବ ଅନୁଭବ କରିଥିଲେ ।ଏହି ଅବସରରେ ସର୍ବପ୍ରଥମେ ବିଭାଗର ଅଧ୍ୟାପକ ଡ଼ ପ୍ରଦୀପ୍ତ କୁମାର ମିଶ୍ର ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ଛାତ୍ରୀ ବୈଶାଖୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିବାବେଳେ ବିଭାଗର ସମସ୍ତଛାତ୍ରୀ ଯୋଗଦାନ କରିଥିଲେ ।

(ଦେବାଶିଷ ଦାଶ )