କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ହାଲଚାଲ—– (ଦଳ ଅପେକ୍ଷା ପାର୍ଥି ସାଜିବେ ନିର୍ଣ୍ଣାୟକ)
କୋରାପୁଟ, କୋରାପୁଟ ଜିଲ୍ଲା କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ କିଛି ମାସ ହେବ ବିଭିନ୍ନ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥିଙ୍କ ନାମ ଛାପା ଓ ସାମାଜିକ ଗଣମାଧ୍ୟମ ରେ ଘୁରି ବୁଲୁ ଥିବାର ଦେଖା ଦେଇଛି।ସେଥି
ମଧ୍ୟରୁ ବାହାର ଜିଲ୍ଲା ଏବଂ ବାହାର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥି ମଧ୍ୟ କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ହବା ପାଇଁ କେଉଁ ଠାରେ ସମାଜସେବୀ ତ ଆଉ କେଉଁ ଠାରେ ଆଶାୟୀ ପ୍ରାର୍ଥି ବୋଲି ଫ୍ଲେକ୍ସ ଲଗାଉ ଥିବାର ମଧ୍ୟ ଦେଖା ଦେଇଛି କିନ୍ତୁ ଭୋଟର ଏହାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି I ସେମାନଙ୍କ କହିବା ଅନୁଯାୟୀ ଯେ କୌଣସି ରାଜନୈତିକ ଦଳର ଯିଏ ବିଧାୟକ ବା ସାଂସଦ ଆଶାୟୀ ପ୍ରାର୍ଥି ନିଜ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀର ସ୍ଥାୟୀ ବାସିନ୍ଦା ହୋଇଥିବେ।ପ୍ରତି ଦିନ ସଞ୍ଜ ସକାଳେ ଜନସାଧାରଣ ତାଙ୍କୁ ଦେଖା କରି ପାରୁଥିବେ। ଅତି କମରେ ପାଞ୍ଚ ବର୍ଷ ନିର୍ବାଚନ ମଣ୍ଡଳୀ ରେ ସଂଗଠନ କରିବା ସହ ଗୋଟିଏ ପଞ୍ଚାୟତ ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କରିଥିବେ ସେହି ଭଳି ବ୍ୟକ୍ତି ଙ୍କୁ ପ୍ରାର୍ଥି କରାଗଲେ ଦଳ ବିଜୟୀ ହେବାର ସମ୍ଭାବନା ରହିଛି ନ ହେଲେ ୨୦୧୪ ନିର୍ବାଚନ ରେ ବିଜେଡି କୁ ଯେପରି ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା ସେହିପରି ଚଳିତ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି।ଯେଉଁ ଦଳ ବାହାର ପ୍ରାର୍ଥି ଦେବ ପରାଜୟ ବରଣ ସୁନିଶ୍ଚିତ ଏବଂ ତାହାର ପ୍ରଭାବ ସାଂସଦ ନିର୍ବାଚନରେ ମଧ୍ୟ ପଡିବାର ସମ୍ଭାବନା ରହିଛି ବୋଲି ଅଞ୍ଚଳ ବାସୀ ଆଲୋଚନା କରୁଥିବା ସୂଚନା ମିଳୁଛି I ଦ୍ଵିତୀୟତଃ ବାହାର ନିର୍ବାଚନ ମଣ୍ଡଳୀ କିମ୍ବା ବାହାର ଜିଲ୍ଲା ର ପ୍ରାର୍ଥିଙ୍କୁ ଦଳୀୟ ଟିକଟ ପ୍ରଦାନ କରାଯାଏ ସ୍ଥାନୀୟ ନେତା ନିରଵ ରହିବାର ମଧ୍ୟ ସମ୍ଭାବନା କୁ ଏଡାଇ ଦିଆ ଯାଇପାରିବ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଥିବା ଜଣାଯାଇଛି I କୋରାପୁଟ ଜିଲ୍ଲା ଭତରା ବିକାଶ ପରିଷଦର ସଭାପତି ତଥା ପୂର୍ବତନ କୋଟପାଡ଼ ବ୍ଲକ ଅଧ୍ୟକ୍ଷ
ଶ୍ରୀ ନୀଳକଣ୍ଠ ପୂଜାରୀ, ନବରଙ୍ଗପୁର ର ଅନାମ ଦିଆନ ଏବଂ ଜୟପୁର ର ପ୍ରଫୁଲ୍ଲ ଭତରା ଓ କଂଗ୍ରେସ ଦଳରୁ ଆଶାୟୀ ପାର୍ଥି ରହିଥିବା ବେଳେ ବିଜେଡିରୁ ବର୍ତ୍ତମାନର ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ ଏସଡିସି ଅଧକ୍ଷ ଚନ୍ଦ୍ର ଶେଖର ମାଝୀ ଓ ବିଜେପିରୁ ରୁପୁ ଭତ୍ରା ବାଲକୃଷ୍ଣ ମାଝୀ ଓ ଖଗେଶ୍ୱର ପୂଜାରୀ ଟିକଟ ଦୌଡରେ ଥିବାର ଚର୍ଚ୍ଚା ହେଉଛି I କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଦଳ କାହାରି ନାମ ଘୋଷଣା କରି ନ ଥିବାର ଜଣାଯାଇଛି I ସମସ୍ତ ରାଜନୈତିକ ଦଳ ନିଜ ନିଜ ଦଳୀୟ ପ୍ରାର୍ଥୀ ଘୋଷଣା ପରେ ହିଁ ରାଜନୀତି ର ହାଲଚାଲ ଦେଖିବାକୁ ବାକି ରହିଲା।(ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ)