November 25, 2024

ଡ୍ରୋଜର ମାଡ଼ରେ ଆବିର୍ଭାବ ହେଲେ ବାୟାଶ୍ୱର ଭାଂଗିଲା ଡ୍ରୋଜର, ଇଂଜିନ ହେଲା ସିଜ …

Share


ଆଜି ଆମ ଚାନେଲ ପ୍ରତିନିଧି ଜାଗର ଯାତ୍ରାର ପ୍ରସ୍ତୁତି ଖବର ଅନ୍ୱେଷଣ ରେ ବୁଲୁଥିବା ବେଳେ ପହଞ୍ଚିଥିଲେ ପୁରୀଜିଲ୍ଲା ବ୍ରହ୍ମଗିରି ଚାପମାଣିକ ଗ୍ରାମପଞ୍ଚାୟତ ର ଘଞ୍ଚ ଜଙ୍ଗଲ ଭିତରେ ଥିବା ବାୟାଶ୍ୱରଙ୍କ ମନ୍ଦିର ନିକଟରେ l ସେଠାରେ ଭକ୍ତ ମାନଙ୍କ ଦ୍ୱାରା ଜାଗର ପ୍ରସ୍ତୁତି ଚାଲିଥିଲା l ହେଲେ ଯେତେବେଳେ ବାବା ବାୟାଶ୍ୱରଙ୍କ ବିଷୟରେ ଜାଣିବାକୁ ଚାହିଁଥିଲେ ତ ଆମ ପ୍ରତିନିଧି ଙ୍କୁ ଆଶ୍ଚଯ୍ୟ ଲାଗିଥିଲା l ଦୀର୍ଘ ଦଶ ବର୍ଷ ତଳେ ଡ୍ରୋଜର ବାଲି ଖୋଲୁଥିବା ବେଳେ ହଠାତ ଏକ ପଥର ଖଣ୍ଡ ବାଜିଥିଲା ଏହାକୁ ହଟାଇବା ପାଇଁ ଡ୍ରୋଜର ଡ୍ରାଇଭର ଚେଷ୍ଟା କରିଥିବା ବେଳେ ଡ୍ରୋଜର ମୁନଟି ଭାଙ୍ଗି ଚୁରମାର ହେବା ସହିତ ଡ୍ରୋଜର ଇଂଜିନ ସିଜ ହୋଇ ଯାଇଥିଲା l ପରେପରେ କେଳା ଜାତିର ଏକ ଯୁବକଙ୍କୁ ସ୍ୱପ୍ନା୍ଦେଶ ହେଲା ପରଦିନ ଗ୍ରାମବାସୀ ସେହି ଜାଗାକୁ ଖୋଳି ମହାଦେବଙ୍କ ଲିଙ୍ଗ ଦେଖିଥିଲେ l ଏହା ଜଙ୍ଗଲ ଭିତରେ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ l ଏହା ପାର୍ଶ୍ୱରେ ଏକ ସୁନ୍ଦର ପଦ୍ମ ପୋଖରୀ ଥିବାବେଳେ ଏଠାରେ ସବୁଠାରୁ ବଡ ଆଶ୍ଚଯ୍ୟ ର କଥା ହେଉଛି କି ଏଠାରେ ମହିଳା ହୁଅନ୍ତୁ କି ପୁରୁଷ ଗୁହାରିଆ ପଡ଼ିଥିବା ବେଳେ ବାବାଙ୍କ ଆଶୀର୍ବାଦ ରେ ଏକୁଟିଆ ଘଞ୍ଚ ଜଙ୍ଗଲ ରେ ରୁହନ୍ତି l କିନ୍ତୁ ଦୁଃଖ ର ବିଷୟ ଏଠାକୁ ଯିବା ପାଇଁ ପକ୍କା ସଡ଼କ ନାହିଁ ବାଲିରେ ଭକ୍ତମାନେ ବାଲିରେ ଚାଲିଚାଲି ଯାଆନ୍ତି ବୋଲି ଆବେଗ ଭରା କଣ୍ଠରେ କହିଛନ୍ତି ସ୍ଥାନୀୟ ସରପଞ୍ଚ ଅମୁଲ୍ୟ ଜେନା l ଏଠାରେ ଆସନ୍ତା କାଲି ଜାଗର ଯାତ୍ରା ମହା ସମାରୋହ ରେ ପାଳନ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ l ଏଥି ସହିତ ଏହି ଶୈବ ପିଠ ପ୍ରତି ସରକାର ଦୃଷ୍ଟି ଦେଇ ରାସ୍ତା ସହିତ ଆଲୋକୀକରଣ ର ବ୍ୟବସ୍ଥା କରିବାକୁ ଗଣମାଧ୍ୟମ ମାଧ୍ୟମରେ ସରକାରଙ୍କୁ ନିବେଦନ କରିଛନ୍ତି ସ୍ଥାନୀୟ ସରପଞ୍ଚ ଅମୁଲ୍ୟ ଜେନା l
*(/ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)