November 25, 2024

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ର ଯୁବ ରେଡକ୍ରସ ଶାଖା ଦ୍ଵାରା ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ମହିଳା ଦିବସ ସମାରୋହ ୨୦୨୪ ପାଳନ..,…..

Share

                                                   ନବରଙ୍ଗପୁର:-ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ସହଧର୍ମିଣୀ ତଥା ଆଲ୍ଲାହାବାଦ ବ୍ଯାଙ୍କ ର ପୂର୍ବତନ ମୁଖ୍ୟ ପ୍ରବନ୍ଧକ ଶ୍ରୀମତୀ ବବିତା ସର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରୀମତୀ ସର ଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶ ଓ ମହାବିଦ୍ୟାଳୟ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ଓ ମହିଳା ମାନେ କୌଣସି କ୍ଷେତ୍ରରେ କମ୍ ନୁହନ୍ତି ସମ୍ପର୍କରେ ସୂଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁଶ୍ରୀ ସନ୍ତୋଷୀ ସିଂ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ l ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ତଥା ଯୁବ ରେଡକ୍ରସ ସଂଯୋଜିକା ଡ ସଂଯୁକ୍ତା ପଣ୍ଡା ମଞ୍ଚ ପରିଚାଳନା କରିବା ସହ “ନାରୀ ହେଲେ ପାଠେlଇ ଦେଶ ଯିବ ଆଗେଇ” ଉକ୍ତି କୁ ବୁଝାଇଥିଲେ l ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ କେ ନୈନା ପାତ୍ର ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ lଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯଥା ଶ୍ରୀ ବିନୋଦ ବିହାରୀ ପ୍ରଧାନ, ଶ୍ରୀ ନୃପେନ୍ଦ୍ର ନାଥ ଖୋସଲା , ଶ୍ରୀମତୀ ତାଇରା ବେଗମ୍, ଶ୍ରୀମତୀ ରଞ୍ଜୁସା କୁମାରୀ ପ୍ରହରାଜ , ଶ୍ରୀ ଲକ୍ଷ୍ମୀକାନ୍ତ ସୌରା, ଡ ଏମ୍ ରୋହିଣୀ ଏବଂ ଶ୍ରୀ ପଞ୍ଚାନନ ଦାଶଙ୍କ ସହିତ ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଏବଂ ବହୁ ମାତ୍ରାରେ ଛାତ୍ରୀମାନେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଛନ୍ତି ।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)