April 25, 2026

ସରକାରୀ ଉଚ୍ଚ ବିଦ୍ୟାଳୟ ନକଟିଗୁଡା ଠାରେ ”ମୋ ସ୍କୁଲ ଅଭିଯାନ ” କାର୍ଯ୍ୟକ୍ରମ ଅନୁଷ୍ଠିତ …

school0
Share

କଳାହାଣ୍ଡି , କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନକଟିଗୁଡା ପଂଚାୟତ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଓଡିଶା ତଥା ସମସ୍ତ ଜିଲ୍ଲା ର ବିଦ୍ୟାଳୟ ମାନଙ୍କ ରେ ସର୍ବ ବ୍ୟାପି ଏହି କାର୍ଯ୍ୟକ୍ରମ ଟି ପାଳନ କରାଯାଇଛି l
ନିଜ ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ, ସମାଜ ସେବୀ, ରାଜନୀତିଜ୍ଞ,
ବରିଷ୍ଠ ନାଗରିକ ମାନେ ଏଥିରେ ଯୋଗ ଦେଇଥିଲେ l
ସମୃଦ୍ଧି ସକାଶେ ଏହି ପଦକ୍ଷେପ କୁ ସରକାର ପ୍ରକଳ୍ପ ମାଧ୍ୟମରେ ଦେଖାଇ ଛନ୍ତି ଯାହା 2017 ନଭେମ୍ବର 14ତାରିଖ ରେ ଶୁଭାରମ୍ଭ ହୋଇ ଆଜକୁ 2024ମସିହା ରେ ଏହା 269କୋଟି ଅର୍ଥ ରାଶି ମଞ୍ଜୁରୀ
ପ୍ରାପ୍ତ ହୋଇଛି l

ଏହି କାର୍ଯ୍ୟକ୍ରମ ଟି କୁ ପ୍ରଧlନ ଶିକ୍ଷକ ଶ୍ରୀଯୁକ୍ତ ବିଭୁ ରଞ୍ଜନ ସରାଫ
ଆୟୋଜିତ କରିଥିବା ବେଳେ ଧୀର୍ଯ୍ୟଟି ମେହେର, ରୁଦ୍ର ମେହେର,
କେଶା ନାଏକ, ଭବ ଶଙ୍କର କର ପ୍ରମୁଖ ବିଶିଷ୍ଠ ନାଗରିକ ମାନେ
ଉପସ୍ଥିତ ରହିଥିଲେ l(ଚନ୍ଦ୍ର ଶେଖର ପାଳ ଙ୍କରିପୋର୍ଟ କଳାହାଣ୍ଡି ଜିଲ୍ଲା ପ୍ରତିନିଧି)

You may have missed