November 22, 2024

ଉଦ୍ୟାନ କୃଷି ତରଫରୁ ତାଲିମ କାର୍ଯ୍ୟକ୍ରମ….

Share

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଉଦ୍ୟାନ ବିଭାଗ ତରଫରୁ ମହିଳା ଗୋଷ୍ଠୀ ମାନଂକୁ ନେଇ ,ଉଦ୍ୟାନ କୃଷି ସମ୍ବନ୍ଧୀୟ ଏକ କର୍ମଶାଳା ପିର ଯାହାନିଆଁ କଲ୍ୟାଣ ମଣ୍ଡପ ପରିସରରେ ଗୁରୁବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି । ଏହି କର୍ମଶାଳା କୁ ଅସ୍ତରଙ୍ଗ ବ୍ଲକ ଉପାଧ୍ୟକ୍ଷ ଦୃଜୟ କୁମାର ମିଶ୍ର, ଜିଲ୍ଲା ସହକାରୀ ନିର୍ଦ୍ଦେଶକ ଉଦ୍ୟାନ ଅଜୟ କୁମାର ପ୍ରଧାନ ,ଓ କେ ବି କେ,ସାକ୍ଷୀଗୋପାଳ ଫାର୍ମ ପରିଚାଳକ ରାଜେଶ କୁମାର ମହାପାତ୍ର ପ୍ରଦୀପ ପ୍ରଯୋଳନ ପୂର୍ବକ ଉଦ୍ଘାଟନ୍ କରିଥିଲେ । ଏହି କର୍ମଶାଳାରେ ଛତୁଚାସ,ପନିପରିବା ଚାଷ,ଫୁଲ ବଗିଚା ଓ ଫଳ ବଗିଚା ପ୍ରତିଷ୍ଠା ,ଶଙ୍କର ଜାତୀୟ ପନିପରିବା ଚାଷ,ମହୁମାଛି ଚାଷ ,ଜୈବିକ ସାର ,ଆଦି ଉପରେ ତାଲିମ ଦିଆ ଯାଇଥିଲା। ଯେଉଁ ମାନେ ଛତୁ ମଞ୍ଜି ଉପ୍ତା ଦନ କରି ପାରିବେ ୟୁନିଟ ପ୍ରତି ୧୫ଲକ୍ଷ ରହିଥିବା ବେଳେ,୪୦%ରିହାତି ରହିଥିବା ବେଳେ,ନଡ଼ିଆ ,କଦଳୀ,ପିଜୁଳି,ଲଙ୍କା ମରିଚ , ପାନ, ଧନିଆଁ, ଆଦି ପାଇଁ ସ୍ଵତନ୍ତ୍ର ରିହାତି ସରକାର ଙ୍କ ତରଫରୁ ରହିଅଛି ବୋଲି କୃଷି ବିଭାଗର ବରିଷ୍ଠ ଅଧିକାରୀ ମାନେ ପ୍ରକାଶ କରିଥିଲେ । ଅସ୍ତରଙ୍ଗ ବ୍ଲକ ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ଯୁଗଳ କିଶୋର ବାର୍ଲା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ମିସନଶକ୍ତି ସଂଯୋଜିକା ନିବେଦିତା ଦିକ୍ଷୀତୀ,ସରପଞ୍ଚ କ୍ଷୀରୋଦ କାଣ୍ଡି,ସମିତି ସଭ୍ୟ ବିମ୍ବାଧର ବିଶ୍ଵାଳ,ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ,ପ୍ରମୁଖ ଉଦ୍ୟାନ କୃଷି ଉପରେ ନିଜ ନିଜର ଟିପଣି ରଖିଥିଲେ । କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ,ଉଦ୍ୟାନ ବିତ୍ ଅଶୋକ କୁମାର ଜେନା ।ଏହି କାର୍ଯ୍ୟକ୍ରମ ରେ ଏକ ଶହରୁ ଉର୍ଦ୍ଧ ମହିଳା ଚାଷୀ ଯୋଗଦାନ କରି ନିଜ ନିଜର ମତ ରଖିଥିଲେ ।