November 22, 2024

କୁକୁଡ଼ାଖଣ୍ତି ବ୍ଲକର ବିଏସକେୱାଇ ନବୀନ କାର୍ଡ ଶୁଭାରମ୍ଭ….

Share

 

କୁକୁଡ଼ାଖଣ୍ତି,ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିଏସକେୱାଇ ନବୀନ କାର୍ଡ ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ସ୍ମାର୍ଟକାର୍ଡ଼ ଦ୍ୱାରା ମହିଳାଙ୍କ ୧୦ଲକ୍ଷ ଓ ପୁରୁଷଙ୍କ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଚିକିତ୍ସା ସହାୟତା ପାଇପାରିବେ। ଏହି ପରିପ୍ରେକ୍ଷୀରେ ବୁଧବାର ଅପରାହ୍ନ ସମୟରେ କୁକୁଡ଼ାଖଣ୍ତି ବ୍ଲକର ୨୨ଟି ଗ୍ରାମ ପଞ୍ଚାୟତର ପ୍ରଥମ ପର୍ଯ୍ୟାୟରେ ୨୩୧ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା । ଏଥିରେ କୁକୁଡ଼ାଖଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡ଼ା ପଲ୍ଲବୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥଲେ।ରାଜ୍ୟରେ ଅର୍ଥ ଅଭାବରୁ କେହି ବି ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇଥିବା ଗାଁ ଗହଳିର ଲୋକଙ୍କୁ ଏହି ପର୍ଯ୍ୟାୟରେ ବିଏସକେୱାଇ ନବୀନ କାର୍ଡ ମାଧ୍ୟମରେ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କ ବ୍ୟତୀତ ଗାଁରେ ବିଏସକେୱାଇରୁ ବଞ୍ଚିତ ସବୁ ପରିବାର ବିଏସକେଓ୍ବାଇ ନବୀନ କାର୍ଡ ପାଇବେ । ସେମାନେ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଜଟିଳ ରୋଗଗୁଡିକର ମାଗଣା ଚିକିତ୍ସା ସୁବିଧା ପାଇବେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ପେଶାଲ ଡ୍ରାଇଭ୍ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ବିଭିନ୍ନ ବ୍ଲକ ଗସ୍ତ ସମୟରେ ଫାଇଭି -ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଘୋଷଣା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ ସେମାନଙ୍କ ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍ଧ ଚିକିତ୍ସା ସୁବିଧା ମାଗଣାରେ ମିଳୁଛି । ଦ୍ବିତୀୟ ପର୍ଯ୍ୟାୟରେ ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀ ଘରୋଇ ଚିକିତ୍ସାଳୟରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଗତ ୫ ବର୍ଷରେ ବିଏସକେଓ୍ବାଇରେ ରାଜ୍ୟ ସରକାର ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରି ୨୧ ଲକ୍ଷ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି । ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ପାତ୍ର କହିଛନ୍ତି। ଏଥିରେ ଏଇଇ ଅନୁରାଗ ରଥ, ଯୋଗାଣ ଅଧିକାରୀ ଧିରେନ୍ ସାହୁ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ, ଗ୍ରାମ ପଞ୍ଚାୟତ ଉର୍ଣ୍ଣୟନ ଅଧିକାରିଣୀ ସୁପ୍ରଭା ସାହୁ, ଏଓ ସିମାଞ୍ଚଳ ମୋସ୍ତି, ସିପି ନିହାରୀକା ପଣ୍ଡା, ଲାଞ୍ଜିଆ ସରପଞ୍ଚ ଅନୀଲ କୁମାର ଗୌଡ଼, ଲାଠୀ ସରପଞ୍ଚ ରାଧାମୋହନ ସେଠୀ, ବାଘଲଟି ସରପଞ୍ଚ ମାମି ସାସମଲ, ପ୍ରତିନିଧି ସୁକାନ୍ତ ସାସମଲ, ବନ୍ଥପଲ୍ଲୀ ସରପଞ୍ଚ ପ୍ରତିନିଧି ଟୁନା ନାୟକ , ଦକ୍ଷିଣପୁର ସରପଞ୍ଚ ଦେବାଶିଷ ସେଠୀ, ବାଲିପଡା ସରପଞ୍ଚ ପ୍ରତିନିଧି ଜିତେନ୍ଦ୍ର ସେଠୀ, କଙ୍କିଆ ସରପଞ୍ଚ ଚନ୍ଦ୍ରଶେଖର ନାୟକ, ବଉଲଝୋଳି ସରପଞ୍ଚ ଚିତ୍ତରଞ୍ଜନ ବିଷୋୟୀ, ଅନନ୍ତେଇ ସରପଞ୍ଚ ପ୍ରତିନିଧି କାମେଶ୍ୱର ବିଶ୍ୱାଳ, କୁକୁଡ଼ାଖଣ୍ତି ସରପଞ୍ଚ ବନ୍ଦନା କୁମାରୀ ସେଠୀ, ପ୍ରତିନିଧି ଟୁକୁନା ସେଠୀ, ରୋହିଗାଁ ବଶିଷ୍ଠ କୁମାର ଜେନା, ଜଗଦଲପୁର ସମିତି ସଭ୍ୟ ବି.ରବୀନ୍ଦ୍ରନାଥ ପାତ୍ର, ବୋରିଗାଁ ସରପଞ୍ଚ ସସ୍ମିତା ସାହୁ, ପ୍ରତିନିଧି କୃଷ୍ଣଚନ୍ଦ୍ର ସାହୁ, ନିମଖଣ୍ତି ସରପଞ୍ଚ ସଶି ବେହେରା, ଶିହଳା ସରପଞ୍ଚ ପ୍ରତିନିଧି ବାବୁ ଗୈାଡଙ୍କ ସମେତ କନିଷ୍ଠ ଯନ୍ତ୍ରୀ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଯୋଗାଣ ସହାୟକ ମାନେ ଉପସ୍ଥିତ ଥିଲେ ।(ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ)