May 14, 2026

ସାଇକେଲ୍ ରେ ୨୮ ରାଜ୍ୟ ଏବଂ ୨୦ ହଜାର କିଲୋମିଟର ଯାତ୍ରା….

mander
Share

 

ସମ୍ବଲପୁର,: ପରିବେଶ ସଚେତନତା ଳକ୍ଷ୍ୟ ରଖି ଦେଢବର୍ଷ ତଳେ ବରଗଡ ନୂଆଗଡରୁ ବାହାରିଥିବା ନନ୍ଦିଘୋଷ ଖମାରୀ ଏହି ଭିତରେ ୨୦ ହଜାର କିଲୋମିଟର ସାଇକେଳ ରେ ଯାତ୍ରା କରି ସାରିଛନ୍ତି I ତାଙ୍କର ସାଇକେଲ ଯାତ୍ରା ଭିତରେ ସେ ବୁଲିଛନ୍ତି ୨୮ ଟି ରାଜ୍ୟ ଦେଶଭ୍ରମଣ କରି ସୋମବାର ସମ୍ବଲପୁର ପହଞ୍ଚିଥିବା ଅବସରରେ ତାଙ୍କୁ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା I କୁଲତା ସମାଜର ସମ୍ବଲପୁରର ସଭାନେତ୍ରୀ ଯଶୋବନ୍ତୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଦେବତ୍ତମ ପ୍ରଧାନ, ହାରାଧନ ପ୍ରଧାନ, ଅଭିରାମ ଖମାରୀ, ସମାରୁ ବାରିକ, ଖୀରୋଦ ପ୍ରଧାନ, ନିର୍ମଲ ପ୍ରଧାନ, ଚୁଡାମଣୀ ବାରିକ, ବିବେକା ଭୋଇ, ଦେବଦତ୍ତ ସାହୁ, ଅକ୍ଷୟ ପ୍ରଧାନ, ହାରାଧନ ଭୋଇ,ପ୍ରମୁଖ ଉପସ୍ଥିତ ରହି ସାଇକେଲ ଯାତ୍ରୀ ନନ୍ଦିଘୋଷ ଖମାରୀଙ୍କୁ ସ୍ବାଗତ କରିଥିଲେ I ମନ୍ଦିର ପୂଜକ ସୁଦାମ ପଧାନ ଏବଂ ଦେବୀ ପ୍ରସାଦ ଭୋଇ ରଣେଶ୍ୱର ରାମଚଣ୍ଡୀଙ୍କୁ ପୁଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଅବସରରେ ନନ୍ଦୀଘୋଷ ତାଙ୍କର ଦେଢବର୍ଷର ସାଇକେଲ୍ ଯାତ୍ରା ର ଅଭିଜ୍ଞତା ବିଷୟରେ କହିଥିଲେ I ସାଇକେଲ୍ ଅଧିକ ବ୍ୟବହାର ପରିବେଶ ସହ ମଣିଷକୁ ମଧ୍ୟ ସୁସ୍ଥ ରଖିଥାଏ ବୋଲି ସେ କହିଥିଲେ ।(ରାଜାରାମ ଷଡଙ୍ଗୀ)