November 23, 2024

ପାରାଦୀପ ବନ୍ଦର ରେ ନୂତନ ଡକ୍ ବୋଟ୍ ଓ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଉଦଘାଟିତ…

Share


ପାରାଦୀପ ବନ୍ଦର ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସା ସୁବିଧା ଥିବା ଏକ ଆମ୍ବୁଲାନ୍ସ ଓ ଆତ୍ମନିର୍ଭର ଭାରତ ଯୋଜନାରେ ଏକ ନୂତନ ଡକ୍ ବୋଟ୍‌ର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସଦାନନ୍ଦ ସୋନୱାଲ ଏହାକୁ ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଉଦଘାଟିତ ହୋଇଥିବା ଏହି ଆମ୍ବୁଲାନ୍ସରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ରହିଛି। ପ୍ରତି ମାସରେ ଏହି ଆମ୍ବୁଲାନ୍ସ ୨୦ଟି
ଗ୍ରାମରେ ବୁଲିବା ସହିତ ସ୍ବାସ୍ଥ୍ୟସେବା ଯୋଗାଇ ଦେବ ଏଥିରେ କାର୍ଡିଆକ, ଡାଇଗ୍ଲୋଷ୍ଟିକ, ଇସିଜି,ମ୍ୟାଟରନାଲ ପ୍ରଭୃତି ଚିକିତ୍ସାର ସୁବିଧା ରହିଛି। ଏଥିରେ ଜଣେ ଡାକ୍ତର, ଜଣେ
ନର୍ସ, ଜଣେ ଫାର୍ମାସିଷ୍ଟ ରହିବା ସହିତ ରୋଗୀମାନଙ୍କର ସମସ୍ତ ପରୀକ୍ଷା ଓ ଚିକିତ୍ସା ଏବଂ ଔଷଧ ଯୋଗାଇ ଦିଆଯିବ। ସେହିପରି
୬୪ ଟନ କ୍ଷମତା ବିଶିଷ୍ଟ ଡକ୍ ବୋଟ୍‌ଟି ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ତିଆରି ହୋଇଛି | ଯାହା ବଡ ବଡ କେପ୍ ସାଇଜ ଭେସେଲକୁ ଟାଣିବାରେ ସକ୍ଷମ ହେବ
ବୋଲି ବନ୍ଦର ଅଧ୍ୟକ୍ଷ ପି ଏଲ୍ ହରାନାଦ ପ୍ରକାଶ କରିଛନ୍ତି। ଆଗାମୀ ଦୁଇବର୍ଷ ମଧ୍ୟରେ ପାରାଦୀପ ରେ ୱେଷ୍ଟର୍ଡ଼ ଡକ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବ, ଏଥିରେ ଆସିବାକୁ ଥିବା ବଡ ବଡ ଭେସେଲ (ଜାହାଜ) କୁ ପରିଚାଳନାରେ ସୁବିଧା ହେବ ବୋଲି ବନ୍ଦର ଅଧ୍ଯକ୍ଷ କ‌ହିଛନ୍ତି ।

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )