April 30, 2026

1980 ମସିହା ଶତାୟୁ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଙ୍କ ବନ୍ଧୁ ମିଳନ…

1980
Share

 

ରାୟଗଡ – ରାୟଗଡ ଜିଲ୍ଲା ଗୁଣପୁର ଶତାୟୁ ସରକାରୀ ଉଚ୍ଚ ବିଦ୍ୟାଳୟର 1980 ମସିହା ବ୍ୟାଚ ଛାତ୍ର ମାନଙ୍କ ବନ୍ଧୁମିଳନ ଗୁଣପୁର ସଦର ମହକୁମା ସ୍ଥିତ ସ୍ଥାନୀୟ ବିଦ୍ୟାନିକେତନ୍ ନିକଟସ୍ଥ ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଗୁଡ଼ାରୀ ବିଜ୍ଞାନ ମହା ବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଜଳନ୍ଧର ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଦିବଂଗତ ବନ୍ଧୁ ମାନଙ୍କ ପାଇଁ 2 ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା। ଏହାସହ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିବା ଛାତ୍ର ମାନଙ୍କ ଦ୍ଵାରା ବୃକ୍ଷରୋପଣ ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଥିଲା। ଆଗାମୀ ବନ୍ଧୁ ମିଳନ ଚିନସାରି ଠାରେ କରାଯିବା ନିମନ୍ତେ ସାଥି ପ୍ରଦୀପ କୁମାର ଦାଶ ପ୍ରସ୍ତାବ ଦେଇଥିଲେ ଏହାକୁ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଗଲା। ଏହା ସହ ଆଗାମୀ ଦିନରେ କିଛି ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବାକୁ କାରି ସୁରେନ୍ଦ୍ର ପ୍ରସ୍ତାବ ଦେଇଥିଲେ । ଶେଷରେ ଉପସ୍ଥିତ ସମସ୍ତ ବନ୍ଧୁଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରାଗଲା। ଆଜିର ଏହି କାର୍ଯ୍ୟ କ୍ରମରେ ପ୍ରାୟ ତିରିଶି ରୁ ପଞ୍ଚ ତିରିଶି ବନ୍ଧୁ ଯୋଗ ଦେଇ ଥିଲେ।(ସୁରେନ୍ଦ୍ର ମହାନ୍ତି )

You may have missed