April 24, 2026

ଚାଷୀ ଙ୍କୁ ଶୋଷଣ ବିରୁଦ୍ଧରେ ନବନିର୍ମାଣ କୃଷକ ସଙ୍ଗଠନ ର ସାମ୍ବାଦିକ ସମ୍ମିଳନୀ

WhatsApp Image 2023-01-10 at 18.48.27
Share

ସୁବର୍ଣ୍ଣପୁର – ଆଜି ସୋନପୁର ର ହୋଟେଲ ଗ୍ରୀନପାର୍କ ପରିସର ରେ ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ର ସାଙ୍ଗଠନିକ ସମ୍ମିଳନୀ ଓ ସାମ୍ବାଦିକ ସମ୍ମିଳନୀ ପ୍ରଦ୍ୟୁମ୍ନ କୁମାର ପାଢୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନବନିର୍ମାଣ କୃଷକ ସଂଗଠନ ର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗଦେଇ ପ୍ରାଇସ ପ୍ରେଷ୍ଟିଜ ଓ ପେନସନ୍ ର ଆଭିମୁଖ୍ୟ ବିଷୟରେ ବୁଝାଇବା ସହିତ ଟାଟାପାୱାର ର ବିଦ୍ୟୁତ ସମ୍ବନ୍ଧିତ ଶୋଷଣ ପ୍ରକ୍ରିୟା ଏବଂ ଚାଷୀ ର ଋଣମୁକ୍ତି ବିଷୟରେ ଗମ୍ଭୀର ପ୍ରତିକ୍ରିୟା ରଖି ସରକାର ଙ୍କ ବିରୁଦ୍ଧ ରେ ଚାଷୀ ଙ୍କୁ ସଂଗଠିତ ହେବା ପାଇଁ ଆହ୍ବାନ ଦେଇଥିଲେ। ଏଥିରେ ନବନିର୍ମାଣ ଯୁବ ଛାତ୍ର ସଂଗଠନ ର ମନୱର ଅଲ୍ଲୀ ଯୋଗ ଦେଇ ଯୁବକ ମାନେ ଚାଷୀ ମାନଙ୍କୁ ସଂଗଠିତ କରିବାରେ ମୁଖ୍ୟ ଭୂମିକା ନେବା ପାଇଁ ଆହ୍ବାନ ଦେଇଥିଲେ।
ସୋନପୁର ଜିଲ୍ଲା ର ସଂଗଠନ ର ଉପଦେଷ୍ଟା ରାଜେନ୍ଦ୍ର ମିଶ୍ର ଉକ୍ତ ସଂଗଠନ କୁ ବ୍ୟାପକ କରିବା ପାଇଁ ରଣନୀତି ଉପରେ ଆଲୋକପାତ କରିଥିଲେ। ସାଂଗଠନିକ ସମ୍ମିଳନୀରେ ଏହା ନିଷ୍ପତ୍ତି କରାଗଲା ଯେ ଉକ୍ତ ସମସ୍ୟା ଗୁଡିକୁ ନେଇ ଆଗାମୀ ୮ ଫେବୃଆରୀ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ କାର୍ଯ୍ୟାଳୟ ଘେରାଉ କରାଯିବ। ଉକ୍ତ ପ୍ରେସ ବାର୍ତ୍ତା ରେ ବିଶ୍ୱେଶ୍ୱର ପାଣିଗ୍ରାହୀ ଙ୍କ ସମେତ ସବୁ ବ୍ଲକ ରୁ ପ୍ରତିନିଧି ଭାବରେ ରାଜେନ୍ଦ୍ର ସା, ଦୟାନିଧି ମେହେର, ନିତିନ ପ୍ରଧାନ,କୃଷ୍ଣଚନ୍ଦ୍ର ସେଠୀ,ଶିବ ପ୍ରସାଦ ପଣ୍ଡା, ମକାରୁ କର୍ଣ, ବୀରମିତ୍ର ପ୍ରଧାନ, ଅଭିଷେକ ପାତ୍ର, ମଣ୍ଟୁ ମନ୍ତ୍ରା,ଅର୍ଜୁନ ମାଝୀ,ମୌସମ ମିଶ୍ର ଆଦି ଉପସ୍ଥିତ ଥିଲେ। ଶେଷରେ ବ୍ରଜବିହାରୀ ବିଶି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed